କଳିଯୁଗରେ ଏମିତି ଭୟଙ୍କର ଭାବେ ଧ୍ୱଂସ ପାଇଯିବ ପୃଥିବୀ, ଭଗବାନ ଶ୍ରୀକୃଷ୍ଣ କରିଥିଲେ ଚକିତ କଲା ଭଳି ଏହି ଭବିଷ୍ୟବାଣୀ!

ଅନେକ ଯୁଗରୁ ସଂସ୍କୃତରେ ଲିଖିତ ଧାର୍ମିକ ଗ୍ରନ୍ଥ ‘ଭଗବତ୍‌ ଗୀତା’ ମାନବତାର ମାର୍ଗଦର୍ଶନ କରିଆସୁଛି। ଧର୍ମ କ’ଣ, ମୋକ୍ଷ କ’ଣ, କ’ଣ ଭୁଲ୍‌ କ’ଣ ଠିକ୍‌, ଏ ସମସ୍ତ ପ୍ରଶ୍ନର ଉତ୍ତର ଭଗବତ୍‌ ଗୀତରେ ରହିଛି। ଏହି ଧର୍ମଗ୍ରନ୍ଥର ଅନ୍ତିମ ଅଧ୍ୟାୟରେ କଳିଯୁଗକୁ ନେଇ କେତେକ ଭବିଷ୍ୟବାଣୀ କରାଯାଇଛି। ଏହି ଭବିଷ୍ୟବାଣୀ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ୫୦୦୦ ବର୍ଷ ପୂର୍ବରୁ କରାଯାଇଛି, କିନ୍ତୁ ଆଜି ଏ ସମସ୍ତ ବାଣୀ ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହେଉଛି। ସେହିପରି ପୃଥିବୀ ଧ୍ୱଂସ ବିଷୟରେ ବି ଚକିତ କଲା ଭଳି ଅନେକ ଭବିଷ୍ୟବାଣୀ ଏଥିରେ ବର୍ଣ୍ଣିତ ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

1

୧. କଳିଯୁଗରେ ଧର୍ମ, ସତ୍ୟତା, ସ୍ୱଚ୍ଛତା, ସହିଷ୍ଣୁତା, ଜୀବନକାଳ, ଶାରୀରିକ ବଳ ଏବଂ ସ୍ମରଣ ଶକ୍ତି, ଏ ସବୁକିଛି ପଛରେ ରହିଯିବ।

୨. ମଣିଷକୁ ତା’ର ସମ୍ପତ୍ତି ଆଧାରରେ ମୂଲ୍ୟାଙ୍କନ କରାଯିବ। ଆଇନ କାନୁନ୍‌ କେବଳ କୌଣସି ଶକ୍ତିକୁ ଦେଖି ଲାଗୁ କରାଯିବ।

୩. ପୁରୁଷ ଏବଂ ସ୍ତ୍ରୀ କେବଳ ବାହାରର ଆକର୍ଷଣ ଯୋଗୁ ଏକାଠି ରହିବା ଆରମ୍ଭ କରିବେ। ଧୋକା, ବେଇମାନି ଆଧାରରେ ବିଜିନେସ୍‌ରେ ସଫଳତା ଆସିବ।

2

୪. ପୁରୁଷ ଏବଂ ନାରୀତ୍ୱର ମୂଲ୍ୟାଙ୍କନ ସେକ୍ସ ଆଧାରରେ କରାଯିବ।

୫. କୌଣସି ବ୍ୟକ୍ତି କେବଳ ପବିତ୍ର ସୂତା ବାନ୍ଧିଥିବାର ଦେଖି ତାକୁ ବ୍ରାହ୍ମଣ ବୋଲି ବିଶ୍ୱାସ କରାଯିବ।

୬. ଯେଉଁ ଲୋକ ଶବ୍ଦ ଖେଳ ଖେଳିବାରେ କୁଶଳୀ ରହିବ, ତାକୁ କଳିଯୁଗରେ ବିଦ୍ୱାନ ବୋଲି ଗଣାଯିବ।

3

୭. କଳିଯୁଗରେ ଅଳ୍ପ ଦୂରରେ ରହିଥିବା ଏକ ଜଳାଶୟକୁ ପବିତ୍ର ସ୍ଥାନର ମାନ୍ୟତା ମିଳିବ। କେବଳ ପେଟ ଭରିବା ହିଁ ଜୀବନର ଲକ୍ଷ୍ୟ ହୋଇଯିବ। ଯିଏ ନିଜ ପରିବାର ଭରଣପୋଷଣ କରିବାରେ ସକ୍ଷମ ହେବ, ସେ ହିଁ ସମାଜରେ ପ୍ରତିଷ୍ଠା ହାସଲ କରିବ।

୮. ଯଦି ଯାହା ପାଖରେ ପଇସା ନ ଥିବ, ତାକୁ ଅପବିତ୍ର ବୋଲି କୁହାଯିବ। ମୌଖିକ ବୁଝାମଣାରେ ବିବାହ ହେବ।

୯. ପୃଥିବୀ ଭ୍ରଷ୍ଟାଚାରୀଙ୍କ ଭିଡ଼ରେ ପୂରି ଉଠିବ। ସାମାଜିକ ବର୍ଗରେ ଯିଏ ନିଜକୁ ସବୁଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବ, ସେ ହିଁ ରାଜନୈତିକ ଶକ୍ତି ହାସଲ ହେବ।

4

୧୦. ବିଭିନ୍ନ ପ୍ରକାର କରରେ ବିଚଳିତ ହୋଇ ସାଧାରଣ ଲୋକ ଘାସ, ପତ୍ର, ମାଂସ, ମହୁ, ଫଳ, ବୀଜ ଖାଇବା ଆରମ୍ଭ କରିଦେବ। ମରୁଡ଼ି ଯୋଗୁ ଲୋକେ ପ୍ରଭାବିତ ହେବେ।

୧୧. କଳିଯୁଗରେ ଲୋକେ ଥଣ୍ଡା, ଜ୍ୱର, ଗରମ, ତୋଫାନ, ବନ୍ୟା, ତୁଷାରପାତ, ଝଗଡ଼ା, ଭୋକ, ରୋଗ, ବିଚଳିତ ଆଦି ସମସ୍ୟାରେ ଜର୍ଜରିତ ହେବେ।

୧୨. କଳିଯୁଗରେ ଜୀବନଧାରଣର ଅବଧି ୫୦ ବର୍ଷ ହୋଇଯିବ। ଲୋକେ ନିଜ ବୁଢ଼ା ମା’, ବାପାଙ୍କୁ ଦେଖାଶୁଣା କରିବା ଛାଡ଼ିଦେବେ।

୧୩. ସାମାନ୍ୟ ପଇସା ପାଇଁ ଲୋକେ ପରସ୍ପରକୁ ଘୃଣା କରିବେ। ସାଙ୍ଗସାଥୀ, ନିକଟ ସମ୍ପର୍କୀୟ, ସମସ୍ତଙ୍କୁ ଛାଡ଼ିଦେବେ। ଏପରି କି, ସେମାନେ ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ।

5

୧୪. ଅସଭ୍ୟ ଲୋକ ଭଗବାନଙ୍କ ନାଁରେ ପବିତ୍ରତାର ବାହାନା କରିବେ। ନାଟକ କରି ବଡ଼ ବଡ଼ ପଦ, ପଦବୀରେ ବସିବେ।

୧୫. ସେବକ ସେହି ମାଲିକଙ୍କ ସେବା କରିବ, ଯାହାର କୌଣସି ଚରିତ୍ର ନ ଥିବ। ସେବକ ଅନେକ ପିଢ଼ି ଧରି କାମ କରିଆସୁଥିଲେ ମଧ୍ୟ ମାଲିକ ଅକ୍ଷମ ସେବକକୁ ଚାକିରିରୁ ବହିଷ୍କାର କରିଦେବ।

୧୬. ଯେଉଁ ଗାଈ କ୍ଷୀର ଦେବା ବନ୍ଦ କରିଦେବ, ତାକୁ ପରତ୍ୟାଗ କରିଦିଆଯିବ, ନଚେତ୍‌ ହତ୍ୟା କରାଯିବ।

55

୧୭. ସହରରେ ଚୋରମାନଙ୍କର ଉତ୍ପାତ ବଢ଼ିବ। ତଥାକଥିତ ପୂଜାରୀ ଏବଂ ବୁଦ୍ଧିଜୀବୀ କେବଳ ନିଜ ପେଟ ଓ କାମନାବାସନାର ପୂଜା କରିବେ।

୧୮. ଚୋର ରାଜା ହୋଇଯିବ ଆଉ ରାଜା ଚୋର ପାଲଟିଯିବେ। ଶାସକ ସମ୍ପତ୍ତି ହାସଲ କରି ତା’ର ଦୂରୁପଯୋଗ କରିବ ଏବଂ ଲୋକଙ୍କୁ ରକ୍ଷା କରିବାରେ ଅସଫଳ ହେବ।

୧୯. ଭ୍ରୁଣକୁ ମା’ ପେଟରେ ହିଁ ମାରି ଦିଆଯିବ। କେହି କାହା ଉପରେ ଭରସା କରିବେନି। ଭୋକ ଓ ଭୟରେ ପୀଡ଼ିତ ଲୋକ ମାଟି ତଳେ କେଉଁଠି ବି ଶରଣ ନେବେ।

66

୨୦. ଯୁବତୀମାନେ ନିଜ ଦେହ ବେପାର କରିବେ। ଇନ୍ଦ୍ରଦେବ ବର୍ଷାରେ ଅନିୟମିତତା କରିବେ। ଦୋକାନୀ ବେଆଇନ ଭାବେ ନିଜ ବେପାର କରିବ। ଅଧିକରୁ ଅଧିକ ଲୋକ କଠୋର ଏବଂ ଅଶ୍ଳୀଳ ଭାଷା ବ୍ୟବହାର କରିବେ।

କିପରି ଧ୍ୱଂସ ପାଇବ ପୃଥିବୀ

• ଯେଉଁମାନେ ଏହି ପୃଥିବୀରେ ଜନ୍ମ ନେଇଛନ୍ତି, ସେମାନଙ୍କୁ ସର୍ବଦା ମୃତ୍ୟୁ ଭୟ ଲାଗିରହିଥାଏ। ସେହିପରି ପୃଥିବୀ ମଧ୍ୟ ଦିନେ ନା ଦିନେ ଧ୍ୱଂସ ପାଇବ। ପ୍ରଳୟ ୩ ପ୍ରକାରର ହେବ। ପ୍ରଥମତଃ ନୈମିତିକା, ଦ୍ୱିତୀୟରେ ପ୍ରାକୃତିକ ଏବଂ ତୃତୀୟରେ ଅତ୍ୟାନ୍ତିକ(ତୁରନ୍ତ)।

77

• ଦକ୍ଷଣ ମହାସାଗର ପାଣି ଭିତରେ କୌଣସି ବିସ୍ଫୋରଣ ଯୋଗୁ ପୃଥିବୀ ଧ୍ୱଂସ ପାଇବ। ଏହାପୂର୍ବରୁ ଭୟଙ୍କର ମରୁଡ଼ି ପଡ଼ିବ। ସୂଯ୍ୟର୍ ସବୁ ସାଗରକୁ ବାଷ୍ପିତ କରିଦେବେ।

• ପୃଥିବୀ କଇଁଛ ଖୋଳ ଭଳି କଠୋର ହୋଇଯିବ।

88

• ମାଟି ତଳେ ସାପ ମୁହଁରୁ ନିଅାଁ ବାହାରିବ, ଯାହା ପାତାଳକୁ ଜାଳି ପାଉଁଶ କରିଦେବ। ଭୟଙ୍କର ଶବ୍ଦ ସହ ଅଗ୍ନି ବିସ୍ଫୋରଣ ହେବ।

• ଜୀବଜନ୍ତୁ ଏବଂ ସମସ୍ତ ଜିନିଷର ବିନାଶ ହୋଇଯିବ। ଭଗବାନ ବିଷ୍ଣୁ ପାଟିରେ ଜୋର୍‌ରେ ନିଃଶ୍ୱାସ ନେବା ଦ୍ୱାରା ମେଘ ଉତ୍ପନ୍ନ ହେବ, ଯେଉଁଥିରୁ ପ୍ରଖର ଶବ୍ଦ ବାହାରିବ। ଆକାଶରେ ହାତୀମାନଙ୍କ ଦଳ ସମାନ ବାଦଲ ଏକାଠି ହେବେ।

99

• ଖୁବ୍‌ ଜୋର୍‌ରେ ଶବ୍ଦ କରି ବାଦଲ ଫାଟିବ, ଯେଉଁଥିରେ ଅଳ୍ପ ଲୋକ ଜୀବିତ ରହିବେ। ଏହାପରେ ଲଗାତାର ୧୨ ବର୍ଷ ପଯ୍ୟର୍ନ୍ତ ପୃଥିବୀରେ ବନ୍ୟା ଆସିବ ଏବଂ ମାନବର ଶେଷ ଅଂଶ ମଧ୍ୟ ଧ୍ୱଂସ ପାଇଯିବ।

• ପୂରା ଦୁନିଆରେ ଅନ୍ଧକାର ଛାଇଯିବ। ପୃଥିବୀ କୌଣସି ଏକ ବିଶାଳ ମହାସାଗର ଭଳି ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.