ଷ୍ଟେଗ ବିଟଲ ପୋକ ଆପଣଙ୍କୁ କରିଦେବ କୋଟିପତି

ଶୁଣିଲେ ବିଶ୍ୱାସ ହେବନି । ପୋକର ଦାମ ୭୫ ଲକ୍ଷ । ଆଶ୍ଚର୍ଯ୍ୟ ଲାଗୁଛି ନା …ହଁ କଥାଟି ସତ । ଏହି ପୋକ ଦୁନିଆର ସବୁଠାରୁ ଅଧିକ ମୂଲ୍ୟବାନ । ଏହି ପୋକ କାହିଁକି ଏତେ ଖାସ ? କାହିଁକି ଏହାର ଦାମ ଏତେ ଟଙ୍କା ଆସନ୍ତୁ ଜାଣିବା ।
ଏହି ମୂଲ୍ୟବାନ ପୋକର ନାମ ହେଉଛି ଷ୍ଟେଗ ବିଟଲ । ଏହି ପୋକ ହେଉଛି ଦୁନିଆର ସବୁଠାରୁ ଦାମୀ ପୋକ ମଧ୍ୟରୁ ଗୋଟିଏ । ପୋକର ଦାମରେ ଆପଣ ବହୁତ ଦାମୀ ଗାଡି କିଣିପାରିବେ । ଷ୍ଟେଗ ବିଟଲ ଦୁର୍ଲଭ ପୋକ ଅଟେ । ଏହାକୁ କିଛି ଲୋକ ଶୁଭ ସଙ୍କେତ ବୋଲି ବିଶ୍ୱାସ କରନ୍ତି। ଏହି ପୋକ ଆପଣଙ୍କୁ କୋଟିପତି ନିଶ୍ଚୟ କରିବ ।
ଷ୍ଟେଗ ବିଟଲ ପୋକ ଯଦି ଆପଣଙ୍କୁ ମିଳିଯାଏ ତାହାଲେ ଆପଣ ବିଶ୍ୱାସ କରନ୍ତୁ କି ଆପଣଙ୍କ ଭାଗ୍ୟ ଖୋଲିଗଲା । କିଛିଲୋକଙ୍କର ଏଭଳି ବିଶ୍ୱାସ ଯେ ଏହି ପୋକକୁ ଘରେ ରଖିଲେ ରାତାରାତି ମଣିଷର ଭାଗ୍ୟକୁ ପରିବର୍ତନ କରି ଦେଇଥାଏ । ଯାହା ଫଳରେ ମଣିଷ ଧନବାନ ହୋଇଥାଏ । ଏହି ପୋକକୁ ଆପଣ କେମିତି ଚିହ୍ନିବେ । ପୋକଟିର ଦୁଇଟି ଶିଙ୍ଘ ଦେଖି ଜାଣି ପାରିବେ । ଯାହାର ଲମ୍ବ ୨ ଇଞ୍ଚ ଓ ୪ ଇଞ୍ଚ ମଧ୍ୟରେ ରହିଥାଏ ।
ବୈଜ୍ଞାନିକ ତଥ୍ୟ ଅନୁସାରେ ଏହି କୀଟ ପତଙ୍ଗମାନେ ଜଙ୍ଗଲର ଜଳବାୟୁ ତଥା ପରିବେଶରେ ବଡ଼ ଭୂମିକା ନେଇଥାନ୍ତି । ସେମାନଙ୍କର ବଢିଥିବା ମାଣ୍ଡିବଲ ଏବଂ ପରୁଷର ପଲିମୋର୍ଫିଜିମ ପାଇଁ ଉଲ୍ଲଖନୀୟ ବୋଲି ଜଣା ପଡିଛି । ଏହି ପୋକର ଓଜନ ରହିଛି ୨ରୁ ୬ ଗ୍ରାମ ଭିତରେ । ଏହି ପୋକ ୩ ବର୍ଷରୁ ୭ ବର୍ଷ ବଞ୍ଚିଥାଏ । ଏହି ପୋକ ୩୦ରୁ ୫୦ ମିଲି ମିଟର ଲମ୍ବା ହୋଇଥାଏ । ଏହି ପୋକକୁ ବିଭିନ୍ନ ଔଷଧ ରୂପେ ବ୍ୟବହାର କରାଯାଏ । ଷ୍ଚେଗ ବିଟଲ ପୋକ ଗରମ ଓ ଉଷ୍ଣ ବାତାବରଣରେ ଦେଖିବାକୁ ମିଳିଥାଏ । ଥଣ୍ଡା ସ୍ଥାନ ମାନଙ୍କରେ ଏମାନେ ବଞ୍ଚି ପାରନ୍ତି ନାହିଁ ।

ଗରମ ପରିବେଶରେ ଏହି ପୋକ ଭଲ ଭାବେ ରହିଥାଏ । ପୋକ ଗୁଡ଼ିକ ଜମି ଭିତରେ ରହିଥାନ୍ତି । ନିଜର ସ୍ୱାଭାବିକ ରୂପରେ ବଣରେ ରୁହନ୍ତି । ଏହାର ଖାଦ୍ୟ ହେଉଛି ମିଠା ତରଳ ପଦାର୍ଥ, ଯେମିତିକି ଗଛରୁ ବାହାରୁଥିବା ରସ ଓ ପଚିସଢି ଯାଇଥିବା ଫଳର ରସ । ଷ୍ଚେଗ ବିଟଲ ପୋକକୁ କୋଟିଏ ଟଙ୍କାରେ ବିକ୍ରି କରାଯାଇଛି । କାରଣ ଏହି ପୋକ ମଣିଷକୁ ଧନୀ କରାଉଛି । ସାଧାରଣତ! ଏହି ପୋକ ୟୁରୋପ ଏବଂ ଆଫ୍ରିକାରେ ଦେଖା ଯାଇଥାଏ ।