ବ୍ରହ୍ମାଣ୍ଡରେ ଅଛି କେତେ ତାରା ? ମିଳିଲା ସନ୍ଧାନ

ରାତିରେ ଯେବେ ବି ଆପଣ ଆକାଶ ଆଡକୁ ଦେଖୁଥିବେ , ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚୟ ଉଠୁଥିବ । ପ୍ରକୃତରେ ବ୍ରହ୍ମାଣ୍ଡରେ କେତେ ତାରା ଅଛି ?

ତେବେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ କହିଛନ୍ତି ଜ୍ୟୋତିର୍ବିଜ୍ଞାନି କର୍ଲ ସଗନ୍ । ଏକ ଟିଭି ଶୋରେ ସେ ଏନେଇ ଦାବି କରି କହିଛନ୍ତି ବହ୍ମାଣ୍ଡରେ ଥିବା ତାରା ଗୁଡିକର ଗଣନା କରାଯାଇପାରିବ । କିନ୍ତୁ କଣ ସତରେ ବ୍ରହ୍ମାଣ୍ଡରେ ଥିବା ତାରାର ଗଣନା କରାଯାଇପାରିବ ?  କେମ୍ବ୍ରିଜ୍ ୟୁନିଭର୍ସିଟିର ଜ୍ୟୋତିର୍ବିଜ୍ଞାନି ପ୍ରଫେସର୍ ଗୈରୀ ଗିରମୋର୍ ଆମ ଆକାଶଗଙ୍ଗାରେ ଥିବା ତାରା ମାନଙ୍କର ଗଣନା କରୁଛନ୍ତି । ଆକାଶଗଙ୍ଗାରେ ହିଁ ପୃଥିବୀ ଏବଂ ସୌର ମଣ୍ଡଳ ରହିଛି ।

ଆକାଶଗଙ୍ଗାରେ ରହିଛି ୨୦ ହଜାର କୋଟି ତାରା :
ଗୈରୀ କହିଛନ୍ତି, ଦୂରତା ହିସାବରେ ଆମ ଟିମ୍ ଯେଉଁ ପ୍ରଥମ ଡାଟା ଜାରି କରିଛି ସେଥିରେ ୨ ଆରବରୁ କମ୍ ତାରା ଅଛି । ଏହା ଆମ ଆକାଶଗଙ୍ଗାରେ ଥିବା ସମୁଦାୟ ତାରାର ପ୍ରାୟ ଏକ ପ୍ରତିଶତ । ଯଦି ଏହି ହିସାବରେ ଗଣାଯାଏ ତେବେ ଅକାଶଗଙ୍ଗାରେ ପ୍ରାୟ ୨୦ ହଜାର କୋଟି ତାରା ଥାଇପାରେ । କିନ୍ତୁ ଏହା କେବଳ ଆକାଶଗଙ୍ଗା କଥା । ତେବେ ପୁରା ବ୍ରହ୍ମାଣ୍ଡରେ କେତେ ତାରା ଥାଇପାରନ୍ତି ।
ପ୍ରଫେସର୍ ଗୈରୀଙ୍କ କହିବା ଅନୁଯାୟୀ, ଅନ୍ୟ ଆକାଶଗଙ୍ଗାରେ ଆମ ଆକାଶଗଙ୍ଗା ଯେତିକି ତାରା ଥାଇପାରେ । ତେଣୁ ଯଦି ଏକଥା ସ୍ପଷ୍ଟ ହୋଇଯାଏ ଯେ ବ୍ରହ୍ମାଣ୍ଡରେ କେତୋଟି ଆକାଶଗଙ୍ଗା ଅଛି ତେବେ ତାରାମାନଙ୍କର ସଂଖ୍ୟା ଅନୁମାନ କରାଯାଇପାରିବ ।

ବ୍ରହ୍ମାଣ୍ଡରେ ରହିଛି ୧୦ ହଜାର କୋଟି ଆକାଶଗଙ୍ଗା :
ପ୍ରଫେସର୍ ଗୈରୀଙ୍କ କହିବା ଅନୁଯାୟୀ, ବ୍ରହ୍ମାଣ୍ଡରେ ପ୍ରାୟ ୧୦ହଜାର କୋଟି ଆକାଶଗଙ୍ଗା ରହିଛି । ଆଉ ପ୍ରତ୍ୟେକ ଆକାଶଗଙ୍ଗାରେ ରହିଛି ୨୦ହଜାର କୋଟି ତାରା । ଏବେ ଏହି ସଂଖ୍ୟାକୁ ଗୁଣନ କରି ଜାଣିପାରିବେ ବ୍ରହ୍ମାଣ୍ଡରେ କେତେ ତାରା ରହିଛି । ୨ ପରେ ୨୨ଟି ଶୁନ ଲଗାଇଲେ ଯେତିକି ହେବ ସେତିକି ତାରା ରହିଛି ବ୍ରହ୍ମାଣ୍ଡରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.