ସବୁ ଦିନ ଭଲରେ କଟୁ ବୋଲି ଚାହୁଁଥିଲେ ସକାଳୁ କରନ୍ତୁ ଏସବୁ କାମ, ଚମକିବ ଭାଗ୍ୟ

ଭଲରେ ଦିନଟି କଟିବା ପାଇଁ ଲୋକେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି। କିଏ ସକାଳୁ ଉଠି ପୂଜା ପାଠ କରେ ତ ଆଉ କିଏ ଧ୍ୟାନ। ସେହିପରି ଆଉ କିଛି ଲୋକ ସୂର୍ଯ୍ୟ ଦର୍ଶନ କରି ଦିନ ଆରମ୍ଭ କରିଥାନ୍ତି। କିନ୍ତୁ ବେଳେବେଳେ ଯାହା କଲେ ବି ଦିନଟି ଭଲରେ କଟେ ନାହିଁ ଓ ସାରା ଦିନ ବୋଝ ବୋଝ ଲାଗେ। ତେବେ ଯଦି ଆପଣ ଚାହୁଁଛନ୍ତି ଯେ ସବୁଦିନ ଭଲରେ କଟୁ ତେବେ କିଛି ବିଶେଷ କାମ ନିହାତି କରନ୍ତୁ। ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହାଯାଇଥିବା ଏସବୁ କାମ ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇଦେବ…

ଭାଗ୍ୟ ବଦଳାଇବାକୁ ସବୁଦିନ ସକାଳୁ କରନ୍ତୁ ଏହି କାମ :

ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ :

ସକାଳୁ ଆଖି ଖୋଲିବା ପରେ ପ୍ରଥମେ ଭଗବାନଙ୍କୁ ସ୍ମରଣ କରନ୍ତୁ ଓ ଜୀବନରେ ଏକ ନୂଆ ଦିନ ଦେଇଥିବାରୁ ଧନ୍ୟବାଦ ଜଣାନ୍ତୁ। ଏଥିସହ ଜୀବନରେ ପାଇଥିବା ପ୍ରତ୍ୟେକଟି ଜିନିଷ ପାଇଁ କୃତଜ୍ଞତା ଜ୍ଞାପନ କରନ୍ତୁ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ :

ଜୀବନରେ ସଫଳତା ଓ ଉର୍ଜା ସୂର୍ଯ୍ୟ ହିଁ ଦେଇଥାନ୍ତି। ଏଣୁ ସବୁଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏମିତି କଲେ ଜୀବନରେ ଆସୁଥିବା ସବୁ ପ୍ରତିବନ୍ଧକ ଦୂର ହେବ।

ହନୁମାନ ଚାଳିଶା ପାଠ କରନ୍ତୁ :

ଦୁର୍ଗା ସପ୍ତଶତୀ, ହନୁମାନ ଚାଳିଶା, ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ଆଦି ଏଭଳି ପୁରାଣ ଶାସ୍ତ୍ର ଯାହା ଖୁବ ପ୍ରଭାବଶାଳୀ ହୋଇଥାନ୍ତି। ସବୁଦିନ ଏହାକୁ ପଢ଼ିଲେ ଜୀବନର ସବୁ ସଙ୍କଟ ଦୂର ହୁଏ। ଏଥିସହ ଜୀବନରେ ସକାରାତ୍ମକ ଉର୍ଜା ବଢ଼େ।

ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ :

ଘର ଅଗଣାରେ ଥିବା ତୁଳସୀ ଗଛକୁ ଜଳ ଅର୍ପଣ କଲେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି। ଫଳରେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ। ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ମଧ୍ୟ ବଢ଼େ। ଫଳରେ ଘରୁ ଅଶାନ୍ତି ଦୂର ହୁଏ ଓ ପରିବାରରେ ଭଲ ପାଇବା ବଢ଼ିଥାଏ।

Leave A Reply

Your email address will not be published.