କାହିଁକି ଚର୍ଚ୍ଚାରେ ବିଶ୍ବର ବିଶାଳ ମୂର୍ତ୍ତି ? ଗୋଟିଏ କ୍ଲିକରେ ପଢନ୍ତୁ statue of unity କୁ ନେଇ ଆପଣ ଜାଣିବାକୁ ଚାହୁଁଥିବା ସମସ୍ତ ପ୍ରଶ୍ନର ଉତ୍ତର

– ଷ୍ଟେଚୁ ଅଫ ୟୁନିଟି ହେଉଛି ବିଶ୍ୱର ସବୁଠାରୁ ବିଶାଳକାୟ ଓ ଉଚ୍ଚତମ ପ୍ରତିମୂର୍ତ୍ତି । ଉଚ୍ଚତା ୧୮୨ ମିଟର୍‌ । ଏହାପରେ ଚିନର ସ୍ପ୍ରିଙ୍ଗ୍‌ ବୁଦ୍ଧ ମନ୍ଦିର, ଯାହାର ଉଚ୍ଚତା ୧୫୩ ମିଟର୍‌ ରହିଛି । ଆମେରିକାର ଷ୍ଟେଚୁ ଅଫ ଲିବର୍ଟିରୁ ୨ ଗୁଣା ବଡ । ଷ୍ଟେଚୁ ଅଫ୍‌ ଲିବର୍ଟିର ଉଚ୍ଚତା ୯୩ ମିଟର୍‌ ।

– ଷ୍ଟେଚୁ ଅଫ ୟୁନିଟି ତିଆରି କରିବା ପାଇଁ ୫୭୦୦ ମେଟ୍ରିକ ଟନ୍‌ ମାନେ ୫୭ ଲକ୍ଷ କିଲୋଗ୍ରାମ ଷ୍ଟ୍ରକଚରାଲ ଷ୍ଟିଲର ବ୍ୟବହାର, ୧୮,୫୦୦ ମେଟ୍ରିକ ଟନ୍‌ ଛଡ୍‌ ବ୍ୟବହାର ହୋଇଛି । ୨କୋଟି ୨୫ ଲକ୍ଷ କିଲୋଗ୍ରାମର ସିମେଣ୍ଟ ବ୍ୟବହାର କରାଯାଇଛି।

–  ୧୮୦ କିଲୋମିଟର ବେଗର ପବନ ମଧ୍ୟ ଏହି ପ୍ରତିମୂର୍ତ୍ତିକୁ କ୍ଷତି ପହଂଚାଇ ପାରିବ ନାହିଁ । ରିକ୍ଟର ସ୍କେଲରେ ୬.୫ ତୀବ୍ରତାର ଭୂକମ୍ପକୁ ଏହା ସମ୍ଭାଳି ପାରିବ ।

– ଏହି ମୂର୍ତ୍ତି ନିର୍ମାଣରେ ୧୩୫ ମେଟ୍ରିକ ଟନ୍‌ ଲୁହା ବ୍ୟବହୃତ ହୋଇଛି । ଏହାର ଓଜନ ୧୭ଶହ ଟନ ହୋଇଥିବାବେଳେ ଉଚ୍ଚତା ୫୨୨ ଫୁଟ, ପାଦର ଉଚ୍ଚତା ୮୦ ଫୁଟ, ହାତର ଉଚ୍ଚତା ୭୦ ଫୁଟ ଏବଂ କାନ୍ଧର ଉଚ୍ଚତା ୧୪୦ ଫୁଟ ।

– ଏହି ମୂର୍ତ୍ତି ନିର୍ମାଣରେ ୪ଟି ଧାତୁର ପ୍ରୟୋଗ କରାଯାଇଛି । ଏଥିରେ ତାମ୍ର, ଜିଙ୍କ, ଟିଣ ଆଦିର ବ୍ୟବହାର ହୋଇଛି । ଯାହାଦ୍ୱାରା ମୂର୍ତ୍ତି ବର୍ଷ ବର୍ଷ ଧରି ଖରାପ ହେବ ନାର୍ହି । ଏଥିରେ ଧୂଳି, ଧୂଆଁ, ପ୍ରଦୂଷଣର ବି କୌଣସି ପ୍ରଭାବ ପଡିବ ନାହିଁ । ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ପର୍ଯ୍ୟଟକ ଯାଇପାରିବେ ।

– ୧୯୯୯ ମସିହାରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିବା ଶିଳ୍ପକାର ରାମ.ବି ଶୂତାର ଏହି ମୂର୍ତ୍ତିର ଡିଜାଇନ କରିଛନ୍ତି ।