ଗୋଟିଏ ଛୋଟ ଭୁଲ୍ ଯୋଗୁଁ ହ୍ଯାକ୍ ହୋଇପାରେ ଆପଣଙ୍କ ସ୍ମାର୍ଟଫୋନ୍ : ଏମିତି ରଖନ୍ତୁ ସୁରକ୍ଷିତ

ସ୍ମାର୍ଟଫୋନ ଏବଂ ଇଣ୍ଟରନେଟରେ ବଢ଼ୁଥିବା ବ୍ଯବହାର କାରଣରୁ ଆଜିକାଲି ଫୋନ ହ୍ଯାକ ହେବାର ଦେଖିବାକୁ ମିଳୁଛି । ଲୋକମାନେ  ସ୍ମାର୍ଟଫୋନର ବ୍ଯବହାର କେବଳ କଥାହେବା ପାଇଁ କିମ୍ବା ସୋସିଆଲ ମିଡିଆରେ ଚାଟ୍ କରିବା ପାଇଁ ବ୍ଯବହାର କରୁନାହାନ୍ତି । ଆଜିକାଲି ସ୍ମାର୍ଟଫୋନ ଲୋକମାନଙ୍କର ଜରୁରୀ କାମରେ ମଧ୍ୟ ବ୍ଯବହାର କରାଯାଉଛି । ବ୍ଯାଙ୍କିଙ୍ଗ୍, ଅନଲାଇନ୍ ପେମେଣ୍ଟ ଓ ସପିଙ୍ଗ କାର୍ଯ୍ଯରେ ମଧ୍ୟ ସ୍ମାର୍ଟଫୋନକୁ ବ୍ଯବହାର କରାଯାଉଛି  । ଏସବୁ ଭିତରେ ସ୍ମାର୍ଟଫୋନ ହ୍ଯାକ ହେବା କିମ୍ବା ତଥ୍ଯ ଲିକ ହେବା ବ୍ଯବହାରକାରୀଙ୍କ ମନରେ ଚିନ୍ତା ସୃଷ୍ଟି କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଟିପ୍ସ ଜଣାଇବାକୁ ଯାଉଛୁ ଯେ ଯାହା ସାହଯ୍ଯରେ ଆପଣ,ଆପଣଙ୍କ ସ୍ମାର୍ଟଫୋନକୁ ହ୍ଯାକ ହେବାରୁ ରକ୍ଷା କରିପାରିବେ ।

ଥାର୍ଡପାର୍ଟି ଆପକୁ ଇନଷ୍ଟଲ କରିବା ଅନୁଚିତ : 

ସର୍ବପ୍ରଥମେ ଆପଣ ଆପଣଙ୍କ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ କେବେବି କୌଣସି ଥାର୍ଡପାର୍ଟି ଆପ୍‌କୁ ଇନଷ୍ଟଲ କରିବା ଉଚିତ ନୁହେଁ । ଥାର୍ଡପାର୍ଟି ଆପ୍‌ ଜରିଆରେ ହ୍ଯାକର୍ସମାନେ ସହଜରେ ଆପଣଙ୍କ ସ୍ମାର୍ଟଫୋନରୁ ଡାଟା ଚୋରି କରିପାରିବେ । ଏଥିପାଇଁ ସର୍ବଦା ଭେରିଫାଏଡ ଆପ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ  କରନ୍ତୁ ।

ଆପକୁ ଦିଅନ୍ତୁ ନାହିଁ ଜରୁରୀ ତଥ୍ଯର ପରିମିଶନ

ଆପଣ କୌଣସି ଆପକୁ ଇନଷ୍ଟଲ କରିବା ସମୟରେ ତାହାକୁ ଆପଣଙ୍କର କଣ୍ଟାକ୍ଟ,ଫୋଟୋ, କ୍ଯାମେରା ଆଦି ଆକ୍ସେସ ଦିଅନ୍ତୁ ନାହିଁ । ଯଦି କୌଣସି ଆପରେ ଦରକାର ପଡେ ତାହେଲେ ଆପଣ ଆକ୍ସେସ ଦେଇପାରିବେ । ଏହାଛଡା ନିଜର ଆଣ୍ଡ୍ରଏଡ ଫୋନରୁ ଗୁଗଲ ପ୍ରୋଟେକ୍ଟକୁ ଏନାବୁଲ କରିଦିଅନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ସ୍ମାର୍ଟଫୋନ ସୁରକ୍ଷିତ ରହିଥାଏ ଏବଂ ହ୍ଯାକ ହେବାର ସମ୍ଭାବନା ରହି ନଥାଏ । ଆପଣ ଚାହିଁବେ ତ ଆଣ୍ଟିଭାଇରସ ମଧ୍ୟ ଇନଷ୍ଟଲ କରିପାରିବେ ।

ଗୁଗଲ ପ୍ଲେ ପ୍ରେଟେକ୍ଟକୁ ସକ୍ରିୟ କରିବାକୁ ହେଲେ ଫଲୋ କରନ୍ତୁ ଏହି ଷ୍ଟେପ

ଷ୍ଟେପ ୧-ସର୍ବପ୍ରଥମେ ନିଜର ସ୍ମାର୍ଟଫୋନର ସେଟିଙ୍ଗ ଆଇକନ ଉପରେ କ୍ଲିକ କରନ୍ତୁ ।

ଷ୍ଟେପ ୨-ସ୍କ୍ରୋଲ କରିବା ପରେ ସେଠାରେ ଆପଣ ମୋର ସେଟିଙ୍ଗ ଉପରେ କ୍ଲିକ କରନ୍ତୁ ।

ଷ୍ଟେପ ୩-ସେଠାରେ ଆପଣଙ୍କୁ ସିକ୍ଯୁରିଟି ଅପ୍ସନ ଉପରେ କ୍ଲିକ କରିବାକୁ ପଡିବ ।

ଷ୍ଟେପ ୪-ସିକ୍ଯୁରିଟି ଉପରେ କ୍ଳିକ କରିବା ପରେ ଆପଣ ଗୁଗଲ ପ୍ଲେ ପୋଟେକ୍ଟ ଉପରେ କ୍ଲିକ  କରନ୍ତୁ ।

ଷ୍ଟେପ ୫-ସେଠାରେ ଆପଣଙ୍କୁ ସ୍କାନ ଡିଭାଇସ ଫର ସିକ୍ଯୁରିଟି ଥ୍ରେଟ୍ସ ଏବଂ ଇମ୍ପ୍ରୁଭ୍ ଆପ ଡିଟେକସନ ଦେଖାଯିବ ।

ଷ୍ଟେପ ୬ –ଏହାକୁ ଏନାବଲ କରିବା ପରେ ଆପଣଙ୍କ ଡିଭାଇସର ସିକ୍ଯୁରିଟି ବଢ଼ିଯାଇଥାଏ ଏବଂ ଇନ ଭାଇରସ ଆଟାକର ଆଶଙ୍କା କମ ହୋଇଯାଇଥାଏ ।

ଆପଣ ଆପଣଙ୍କ ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ  କେବେବି ଥାର୍ଡପାର୍ଟି ଇନଷ୍ଟଲ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.