ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ : ବନ୍ଧୁ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ସୁନ୍ଦର ଅନୁଭବ
କୃଷ୍ଣ-ସୁଦାମା, ରାମ- ସୁଗ୍ରୀବ, କୃଷ୍ଣ-ଅର୍ଜୁନ ଏମାନେ କେବଳ ପୌରାଣିକ ଚରିତ୍ର ନୁହନ୍ତି। ଏମାନଙ୍କ ଭିତରେ ରହିଥିଲା ନିବିଡ଼ ବନ୍ଧୁତ୍ୱ। ବନ୍ଧୁ ବା ସାଙ୍ଗ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ସୁନ୍ଦର ଅନୁଭବ। ପ୍ରେମ, ବିଶ୍ୱାସ, ଆବେଗରେ ପରସ୍ପରର ସୁଖଦୁଃଖକୁ ବାଣ୍ଟୁଥିବା ମଣିଷଟି ବନ୍ଧୁ ପଦବାଚ୍ୟ। ପ୍ରତିକୂଳ ପରିସ୍ଥିତିରେ ଯେ ଛାଇପରି ଛିଡ଼ା ହୋଇ ରହେ ସେ ବନ୍ଧୁ।
ଆଜିର ଦୁନିଆରେ ପ୍ରକ୍ରୁତ ବନ୍ଧୁ ମିଳିବା ବହୁତ କଷ୍ଟ। ଆଉ ଯାହାକୁ ମିଳିଛି ସେ ଭାଗ୍ୟବାନ। ବନ୍ଧୁ ଆମେ ତାଙ୍କୁ କହିବା ଯାହାକୁ କିଛି ନ କହିବା ମାତ୍ରକେ ମୁହଁ ଦେଖି ଜାଣିପାରୁଥିବ ଆପଙ୍କର ସମସ୍ୟା। ଜୀବନର ଏହି ସମ୍ବେଦନଶୀଳ ସଂପର୍କକୁ ବଜାୟ ରଖିବା ପାଇଁ ପାଳନ ହୁଏ ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡସିପ ଡେ।
ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳିତ ହେଉଛି। ଫ୍ରେଣ୍ଡସିପ ଡେର ଆରମ୍ଭ ୧୯୩୫ ମସିହାରେ ଆମେରିକାରେ ହୋଇଥିଲା ଅଗଷ୍ଟର ପ୍ରଥମ ରବିବାରରେ ଆମେରିକା ସରକାର ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିଲେ। ତାଙ୍କୁ ଝୁରି ଝୁରି ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ସେହି ଦିନ ଠାରୁ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବରେ ପାଳନ କରାଯାଉଛି।
ଏହାସହ ପଢ଼ନ୍ତୁ : ଭାଇ-ଭଉଣୀର ସମ୍ପର୍କକୁ ମଜବୁତ୍ କରିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ, ସାରା ଜୀବନ ଅତୁଟ ରହିବ ବନ୍ଧନ
ଏହି ଦିନକୁ ନିଜର ପ୍ରିୟ ବନ୍ଧୁଙ୍କ ସହ ଟିକେ ଭିନ୍ନ ଭାବେ ପାଳନ କରାଯାଇଥାଏ। ପରସ୍ପରକୁ ଚକୋଲେଟ, ଗ୍ରୀଟିଙ୍ଗସ୍ କାର୍ଡ ଓ ଗିଫ୍ଟ ଦେଇ ବନ୍ଧୁତ୍ୱକୁ ଜାହିର କରିଥାନ୍ତି। ପରସ୍ପରର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି। ପୂର୍ବରୁ ଏହା କେବଳ ବିଦେଶରେ ପାଳନ କରାଯାଉଥିବା ବେଳେ ବର୍ତ୍ତମାନ ଏହା ଭାରତରେ ପାଳିତ ହୋଇଆସୁଛି।