ଅପ୍ରେଲ ୨୦୦୭ରେ ଏକ ହେଲିକପ୍ଟର ପାଇଲଟ୍ ଅଜବ ଘଟଣା ଦେଖିଥିଲେ । ଅଷ୍ଟ୍ରେଲିଆର କ୍ୱିନ୍ସଲଲାଣ୍ଡ କୂଳରେ ଗ୍ରେଟ ଓ୍ଵାରିୟର ରିଫରେ ଏକ କାଟାମାରାନ ଜାହାଜ ଦିଗ ଜାଣି ନପାରି ହଜିଯାଇଥିଲା। ଜାହାଜ ଏଭଳି ଅଚିହ୍ନା ସ୍ଥାନରେ ରହିଥିବା ଅବସ୍ଥାରେ ଜାହାଜରେ ପାଲ ଲାଗିଥିଲା ଏବଂ ମେସିନ ମଧ୍ୟ ଚାଲୁଥିଲା। ରେଡିଓ ସହ ଜିପିଏସ ଠିକଠାକ ଥିଲା। ୯.୮ ମିଟରର ଏସବି କାଜ ଦୋ ନାମକ ଏହି ଜାହାଜରେ କପ ଥିଲା। ଯେଉଁଥିରେ ଅଧ କପ୍ କଫି ଥିଲା। ଏହା ସହ ଖବର କାଗଜ ଏବଂ ଚା କେଟଲୀ ମଧ୍ୟ ଥିଲା। କିନ୍ତୁ ଏହି ଜାହାଜରେ କୌଣସି ଲୋକ ଦେଖିବାକୁ ମିଳୁନଥିଲେ ।
ତେବେ ଫ୍ଲାଇଂ ଡଚମ୍ୟାନ ଏକ ମିଥକୀୟ ଜାହାଜ ଯାହା ବିଷୟରେ ଅନେକ କିଛି ଶୁଣିବାକୁ ମିଳିଥାଏ। ଏହାକୁ ଯଦି କୌଣସି ନାବିକ ଦେଖିଥାଏ ତେବେ ତାହାପାଇଁ ଏସବୁ ଅଶୁଭ ହୋଇଥାଏ । ବିଖ୍ୟାତ ଲେଡି ଲେବିବ୍ୟାଣ୍ଡ ଏକ ପାଳନୌକା ଯାହା ୧୭୪୮ ମସିହାରେ ବ୍ରିଟେନର କେଣ୍ଟ ତଟରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଥିଲା। ଏହା ବିଷୟରେ ଶୁଣିବାକୁ ମିଳେ ଯେ, ଏହା ପ୍ରତି ୫୦ ବର୍ଷକୁ ଥରେ ଦେଖାଦେଇଥାଏ ।କିନ୍ତୁ ଏହା ସମ୍ପର୍କରେ କିଛି ରେକର୍ଡ ଏବେ ପର୍ଯ୍ୟନ୍ତ ମିଳିନାହିଁ।
ଏହାପରେ ଏକ ଜାହାଜ ଏକ ବର୍ଷ ପର୍ଯ୍ୟନ୍ତ ସମୁଦ୍ରରେ ବୁଲୁଥିଲା, ଡେନିସ ତୋଫାନ କାରଣରୁ ଏହା ବୋହିଯାଇ ଆୟାର୍ଲ୍ୟାଣ୍ଡର ପଥରୀଲ କୂଳରେ ପହଞ୍ଚିଥିଲା । ଆମେରିକାର କୋଷ୍ଟ ଗାର୍ଡ ୨୦୧୮ରେ ବରମୁଡା ଠୁ ୨୨୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହାପରେ ଜାହାଜରୁ ଏମବି ଉଲ୍ଟାର ୧୦ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିଲା।
ତେବେ ଏମିତିବି ଶୁଣିବାକୁ ମିଳେ ଯେ, ପୂର୍ବରୁ ଜଳଦସ୍ୟୁଙ୍କ ଆକ୍ରମର କାରଣରୁ ଭୟରେ ପ୍ରା ନିଜ ଜାହାଜ ଛାଡି ପଲାଇଥାନ୍ତି। ଗୁଲାମ ହେବା ଠାରୁ ଭଲ ସେମାନେ ଏହି ଜାହାଜ ଛାଡ଼ି ଯିବାକୁ ପସନ୍ଦ କରିଥାନ୍ତି। ନହେଲେ ସେମାନଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଥାଏ। ତେବେ ଏହାକୁ ନେଇ ରିଟାୟର୍ଡ ପ୍ରଫେସର ଡେବିଡ ଅବୁ ଲାଫିଆଙ୍କ କହବି ଅନୁଯାୟୀ , ସେତେବେଳେ ଏମିତି ସମୟରେ ଲୋକଙ୍କୁ ମାରି ଦିଆଯାଉଥିଲା। କିମ୍ବା ଜାହାଜାରୁ ଠେଲି ଦିଆଯାଉଥିଲା।
ତେବେ ଜାପାନର ଏମିତି ବହୁତ ଭୂତହେ ଜାହାଜ ରହିଥିବାର ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଅଧିକ ଉତ୍ତର କୋରିଆର ଜାହାଜ ରହିଥିବାର ଜଣାପଡିଛି। ତେବେ ଏହି ଜାହାଜରୁ କିଛି ଲୋକ ମୃତ ଅବସ୍ଥାରେ ମିଳିଥିବା ବେଳେ କିଛି ଜାହାକରେ ଜୀବିତ ଲୋକ ମଧ୍ୟ ମିଳିଥିଲେ ।ଏମାନଙ୍କ ମଧ୍ୟରୁ କିଛି ମାଛ ଧରାଳୀ ମଧ୍ୟ ଥିଲେ। ତେବେ ସେମାନେ ଉତ୍ତର କୋରିଆ ଫେରି ଯିବାର କଥା କହୁଥିବାର ଜଣାପଡିଛି। ଏମାନଙ୍କ ମଧ୍ୟରୁ କିଛି ଦେଶ ଛାଡି ଯାଉଥିଲେ । ଏମାନେ ସରକାର ବିରୋଧୀ ଥିଲେ।