ସ୍ପେଶାଲ

‘ପୋଡ଼ା ରୁଟି କାହାକୁ କଷ୍ଟ ଦିଏ ନାହିଁ, କଷ୍ଟ ଦିଏ କଟୁ କଥା’

କଥାଟି ଗୋଟିଏ ଗପରୁ ଆରମ୍ଭ କରୁଛି । ଯାହା ଗପ କହିଲେ ଭୁଲ ହେବ । କାରଣ ଏହି ଘଟଣା ଘଟିଥିଲା ଆମର ପୂର୍ବତନ ସ୍ୱର୍ଗତ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ପିଲା ବେଳେ । ଯାହାକୁ ସେ ପରେ ଖୋଲି କରି କହିଥିଲେ । ଏକଥା ତ ସମସ୍ତଙ୍କୁ ଜଣା ଯେ ଅବଦୁଲ କଲାମଙ୍କ ଜୀବନୀ କେତେ ପ୍ରେରଣାଦାୟୀ ଓ କେତେ ଆଦର୍ଶରେ ଭରପୂର । ତାହେଲେ ଆସନ୍ତୁ ଜାଣିବା କଣ ସେହି କଥାଟି ।

ପ୍ରତ୍ୟେକ ଘର ଭଳି ଡ. କଲାମଙ୍କ ଘରେ ମଧ୍ୟ ତାଙ୍କ ମା ଗୃହିଣୀ ଭାବେ ସବୁ କାମ କରୁଥିଲେ । ଭୋର ସମୟରୁ ଉଠି ରାତିରେ ସମସ୍ତଙ୍କ ପଛରେ ଶୁଅନ୍ତି । ଦିନେ ରାତିରେ ସେ ରୁଟି ତରକାରୀ କରି ସମସ୍ତଙ୍କୁ ବାଢ଼ି ଦେଲେ। ଦିନ ସାରା ହାଡ଼ଭଙ୍ଗା ପରିଶ୍ରମ କରିଥିଲେ। ତେଣୁ କ୍ଳାନ୍ତ ଥିବା ମା ରୁଟି କଲା ବେଳେ ସେଥିରୁ କିଛି ପୋଡ଼ି ଯାଇଥିଲା । ଖାଇବାକୁ ବାଢ଼ିବା ବେଳେ ସେହି ପୋଡ଼ା ରୁଟିଗୁଡ଼ିକୁ ସେ କଲାମଙ୍କ ବାପାଙ୍କୁ ଦେଇଥିଲେ । ଏକଥା କଲାମଙ୍କ ନଜରକୁ ଆସିଲା । ସେ ଭାବିଥିଲେ ବାପା ରାଗିବେ ବୋଲି । ହେଲେ ବାପା ତାକୁ ଆରାମରେ ଖାଇଲେ । ଏହା ଦେଖି ମା ଆସି ନିଜ ଭୁଲ ସ୍ୱୀକାର କଲେ ଯେ ମୋ ଅସାବଧାନତାରୁ ଆଜି ରୁଟି ପୋଡ଼ି ଯାଇଛି । ଏହାର ଉତ୍ତରରେ ବାପା କହିଥିଲେ ଆରେ ମୁଁ ପରା ପୋଡ଼ା ରୁଟି ଭଲପାଏ ।

ତେବେ ଏକଥାକୁ ଲକ୍ଷ୍ୟ ରଖିଥିଲେ କଲାମ । ଶୋଇବାକୁ ଯିବା ପୂର୍ବରୁ ବାପାଙ୍କୁ ଗେଲ କରି ଯିବା ବେଳେ ପଚାରିଲେ ବାପା ତୁମକୁ କଣ ସତରେ ପୋଡ଼ା ରୁଟି ଭଲ ଲାଗେ ? ବାପା ଟିକେ ହସିଦେଲେ ଆଉ କଲାମକୁ କୁଣ୍ଢାଇ ଧରି କହିଲେ, ତୋ ମା ଦିନ ସାରା କାମ କରି ଅତ୍ୟଧିକ କ୍ଳାନ୍ତ ହୋଇପଡ଼ିଥିଲେ । ତେଣୁ ସାମାନ୍ୟ ଭୁଲରୁ ରୁଟି ପୋଡ଼ି ଯାଇଥିଲା । ତେବେ ପୁଅ ମନେ ରଖିଥା, ପୋଡ଼ା ରୁଟି କାହାକୁ ଆଘାତ ଦିଏ ନାହିଁ, ଆଘାତ ଦିଏ କଟୁ କଥା ।

ତେଣୁ ବର୍ତ୍ତମାନର କରୋନା ପରିସ୍ଥିତି ଏବଂ ଲକ୍‌ଡାଉନ୍‌ର ବିରକ୍ତି ସମସ୍ତଙ୍କୁ ମାନସିକ ଚାପ ଭିତରେ ରଖିଛି । ହେଲେ ଅସନ୍ତୋଷ ସମାଧାନର ବାଟ ଖୋଜେ ନାହିଁ, ବାଟକୁ ବନ୍ଦ କରିଦିଏ । ତେଣୁ ପରିବାର ହେଉ କି କାର୍ଯ୍ୟାଳୟ ଅବା ସାଙ୍ଗ ସାଥୀ, ପରସ୍ପରର ଦୋଷ ଦୁର୍ଗୁଣ ଖୋଜିବା ଅପେକ୍ଷା ଏହାକୁ ଗ୍ରହଣ କରି ନେଲେ ସମ୍ପର୍କ ଆହୁରି ସୁଦୃଢ଼ ହୁଏ । ବର୍ତ୍ତମାନ ପରିସ୍ଥିତିରେ ଏହା କେତେ ଜରୁରୀ ସେକଥା ଆପଣମାନେ ସମସ୍ତେ ବୁଝି ପାରୁଥିବେ ନିଶ୍ଚୟ ।

Himanshu PatiMishra

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

3 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

12 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

28 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

43 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

55 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

56 mins ago