ନିଜ ମୃତ ମାଲିକଙ୍କ ଆକାଉଣ୍ଟରୁ ୭୧ ଦିନରେ ଚାକରାଣୀ ଉଠାଇନେଲା ୩୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି

କୋଲକାତାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯେଉଁଠାରେ ଜଣେ ଚାକରାଣୀ ୭୧ ଦିନ ମଧ୍ୟରେ ମୃତ ମାଲିକଙ୍କ ଏଟିଏମରୁ ୩୪ ଲକ୍ଷ ୯୦ ହଜାର ଟଙ୍କା ସଫା କରିଥିଲେ । ତେବେ ଏହାପରେ ସେ କୋଲକାତା ପୋଲିସର ଡିଟେକ୍ଟିଭ୍ ବିଭାଗର କବଳରୁ ରକ୍ଷା ପାଇପାରିନାହାନ୍ତି । କୋଲକାତା ପୋଲିସ ଅଧିକାରୀ ଏହାକୁ ଏକ ବିରଳ ମାମଲା ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ ୪୫ ବର୍ଷିୟ ଚାକରାଣୀ ରୀତା ରୟ ଦକ୍ଷିଣ କୋଲକାତାର ଅନୱାର ଶାହା ରୋଡରେ ଏକ ଅପ୍ ମାର୍କେଟ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ କାମ କରୁଥିଲେ । ସେ ତାଙ୍କ ମାଲିକ ସତ୍ୟନାରାୟଣ ଅଗ୍ରୱାଲଙ୍କ ଏଟିଏମ କାର୍ଡ ଚୋରି କରିଥିଲେ । ଅଗ୍ରୱାଲ ସାଧାରଣତଃ ତାଙ୍କ ଚଓଘ ଭୁଲିଯାଇଥାନ୍ତି ଯେଉଁଥିପାଇଁ ତାଙ୍କ ପୁଅ ଅନୁରାଗ ତାଙ୍କ ଫୋନକୁ ମେସେଜ୍ କରି ପିନ ନମ୍ବର ଦେଇଥାନ୍ତି । ପୋଲିସ କମିଶନର ମୁରଲିଧର ଶର୍ମାଙ୍କ କହିବା ଅନୁଯାୟୀ କୌଣସିମତେ ଚାକରାଣୀ ଫୋନରୁ ପିନ୍ ନେଇଯାଇଛି ।

Worst growth in decade for India's corporate bond market fuels ...

ତେବେ ଚାକରାଣୀ ଏହି ଏଟିଏମକୁ ନାଦିଆ ଜିଲ୍ଲା କରିମପୁରର ୩୧ ବର୍ଷିୟ ପୁତୁରା ରଣଜିତ ମଲିକ ଏବଂ ହୁଗୁଲି ଜିଲ୍ଲା ବାଲାଗଡର ୪୫ ବର୍ଷିୟ ସୋମିତ୍ର ସାର୍କଙ୍କୁ ଟଙ୍କା ଉଠାଇବା ପାଇଁ ଦେଇଥିଲେ। ଯେତେବେଳେ ଅନୁରାଗ ଅଗ୍ରୱାଲ ଟଙ୍କା ଚୋରି ବିଷୟରେ ଜାଣିଲେ, ସେ ଜୁନ୍ ୧ ରେ ଯାଦବପୁର ଥାନାରେ ଅଭିଯୋଗ କରିଥିଲେ । ଲାଲ ବଜାର ପୋଲିସ ମୁଖ୍ୟାଳୟରେ ଡିଟେକ୍ଟିଭ୍ ବିଭାଗକୁ ଏହି ମାମଲା ଦିଆଯାଇଥିଲା ।

ବ୍ୟାଙ୍କ ରେକର୍ଡ ଅନୁଯାୟୀ ମାର୍ଚ୍ଚ ୨୦ ରୁ ମେ ୩୦ ମଧ୍ୟରେ ଅନେକ ଏଟିଏମରୁ ଟଙ୍କା ଉଠା ଯାଇଥିଲା । ଏହି ସମସ୍ତ ଏଟିଏମ୍ ମେସିନ୍ ନଦିଆର କରିମପୁର, କୃଷ୍ଣନଗର, ରଣାଗାଟ ଏବଂ ହୁଗଲିର ଗୁପ୍ତପାରା ଇତ୍ୟାଦି ସ୍ଥାନରୁ ଉଠାଯାଇଥିଲା । ତେବେ ଏଟିଏମ୍ ମେସିନ୍ ଭିତରେ ଥିବା ସିସିଟିଭି କ୍ୟାମେରା ଫୁଟେଜରେ ଚୋରମାନେ ମାସ୍କ ଏବଂ ଟୋପି ପିନ୍ଧିଥିବାର ନଜର ଆସିଥିଲେ । କୋଭିଡ -୧୯ର ସୁଯୋଗ ନେଇ ସେମାନେ ଏପରି କରିଥିଲେ । ଯେତେବେଳେ ଯାଞ୍ଚ ସମୟରେ ମୁଁହ ଚିହ୍ନିବା କଷ୍ଟସାଧ୍ୟ ହେଲା ସେତେବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭିଯୁକ୍ତ ଏବଂ ମାଷ୍ଟରମାଇଣ୍ଡ ଧରା ପଡ଼ିଥିଲେ ଶେଷରେ ଚାକରାଣୀ ରୀତା ରୟଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା । ପୋଲିସ ତାଙ୍କ ଘରୁ ନଗଦ ୨୭ ଲକ୍ଷ ଟଙ୍କା ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.