Categories: ସ୍ପେଶାଲ

କିଏ ଔରଙ୍ଗଜେବଙ୍କୁ ପରାଜିତ କରିଥିଲେ ତ କାହା ଆଗରେ ମୁଣ୍ଡ ନୁଆଁଇଥିଲେ ଶିବାଜୀ : ଭାରତ ଗର୍ଭରୁ ଜନ୍ମ ହୋଇଥିବା ଏପରି କିଛି ବୀରାଙ୍ଗନା

ଭାରତ . . . ଏହି ଶବ୍ଦ ଶୁଣିବା ମାତ୍ରେ ଅନେକ ଗୁଡିଏ କଥା ମୁଣ୍ଡରେ ଚାଲିଯାଏ । ତିନିଟି ଅକ୍ଷରର ଏହି ଶବ୍ଦ ବହୁତ କିଛି ଦେଇଛି ଆମକୁ । ବିଶ୍ବର ଅନ୍ୟ ଦେଶର ଆକ୍ରମଣ ସହିଛି ଭାରତ । କିନ୍ତୁ ଆଜି ବି ଗର୍ବର ସହ ମୁଣ୍ଡ ଟେକି ରହିଛି ବିଶ୍ବ ମାନଚିତ୍ରରେ । ଏହି ମାଟିରେ ଜନ୍ମ ନେଇଛନ୍ତି ଅନେକ ବୀର । ସେମାନଙ୍କ ଜୀବନକୁ ନେଇ ଆମ ଇତିହାସ ବହିର ଅନେକ ପୃଷ୍ଠା ଲେଖାଯାଇଛି । କିନ୍ତୁ ଏହି ମାଟି କେବଳ ଅଶୋକ, ପୃଥୀରାଜ୍ ଚୌହାନ୍, ମହାରାଣା ପ୍ରତାପ ଭଳି ବୀରଙ୍କ ମାଟି ନୁହେଁ । ଅନେକ ବୀରାଙ୍ଗନା ମଧ୍ୟ ଜନ୍ମ ନେଇଛନ୍ତି ଏହି ମାଟିରେ । ନିଜ ବୀରତ୍ବର ପରିଚୟ ଅନେକ ସମୟରେ ଦେଇଛନ୍ତି ଏହି ବୀରାଙ୍ଗନା । ଆଜି ଆମର ଏହି ଲେଖା ସେହି ବୀରାଙ୍ଗନାଙ୍କୁ ସମର୍ପିତ ଯେଉଁମାନଙ୍କ ଚର୍ଚ୍ଚା ଖୁବ୍ କମ୍ ହୋଇଥାଏ ।

ରାଣୀ ଚିନ୍ନାମା , କିତ୍ତୁର :

କର୍ଣ୍ଣାଟକର କିତ୍ତୁର ରାଜ୍ୟର ରାଣୀ ଥିଲେ ଚିନ୍ନାମା । ଦେଶର ସ୍ବାଧୀନତା ପାଇଁ ଲଢିଥିବା ପ୍ରଥମ ସଂଗ୍ରାମୀ ଥିଲେ ଚିନ୍ନାମା । ହଡପ ନୀତି ବିରୋଧରେ ସ୍ବର ଉତ୍ତୋଳନ କରି ଇଂରେଜ୍ ମାନଙ୍କ ସହ ସଂଘର୍ଷ କରିଥିଲେ । ଚିନ୍ନାମାଙ୍କୁ ପରାଜିତ କରି କିତ୍ତୁର ଅଧିକାର କରିବାକୁ ବହୁତ ବଡ ସୈନ୍ୟ ସହ ଆକ୍ରମଣ କରିଥିଲେ ଇଂରେଜ । ଯେଉଁଥିରେ ଚିନ୍ନାମା ହାରିଯାଇଥିଲେ । ଏବଂ ତାଙ୍କୁ ତାଙ୍କର ମହଲରେ ହିଁ ବନ୍ଦୀ କରିଦିଆଯାଇଥିଲା । ଚିନ୍ନାମାଙ୍କ ବୀରତ୍ବକୁ ସ୍ମରଣ କରି ପ୍ରତିବର୍ଷ ଅକ୍ଟେବର ୨୨-୨୪ରେ କିତ୍ତୁର ଉତ୍ସବ ପାଳନ କରାଯାଏ ।

ବେଲାବାଡି ମଲ୍ଲମ୍ମା :
ବେଲାବଡିର ଏହି ବୀରାଙ୍ଗନା ବେଲଗାମର ସୋଡ ରାଜା ମଧୁଲିଙ୍ଗଙ୍କ ଝିଅ ଥିଲେ । ବେଲାବାଡି ମଲ୍ଲମ୍ମା ସାବିତ୍ରୀ ବାଇ ନାମରେ ମଧ୍ୟ ପରିଚିତ । ମଲ୍ଲମ୍ମା ପ୍ରଥମ ମହିଳା ଥିଲେ ଯିଏ ଶତ୍ରୁଙ୍କ ସହ ଲଢିବା ପାଇଁ ମହିଳାମାନଙ୍କୁ ସଗଂଠିତ କରିଥିଲେ । ୧୭ତମ ଶତାବ୍ଦୀରେ ତାଙ୍କର ଏହି ସଙ୍ଗଠନ ମରାଠାଙ୍କ ସହ ଯୁଦ୍ଧ କରିଥିଲା । ତେବେ ପ୍ରଚିଳିତ କଥାନୁସାରେ, ଯୁଦ୍ଧରେ ଶିବାଜୀଙ୍କ ଜଣେ ସୈନିକ ରାଣୀ ମଲ୍ଲମ୍ମାଙ୍କ ଘୋଡାର ଗୋଟିଏ ଗୋଡ କାଟି ଦେବାରୁ ରାଣୀ ତଳେ ପଡିଯାଇଥିଲେ । ଆଉ ଉଠିବା ପରେ ତାଙ୍କୁ ବନ୍ଦୀ କରି ଶିବାଜୀଙ୍କ ସାମ୍ନାକୁ ଅଣାଯାଇଥିଲା । ତେବେ ରାଣୀଙ୍କ ସୌର୍ୟ୍ୟ ଏବଂ ବୀରତ୍ବ ଦେଖି ଶିବାଜୀ ତାଙ୍କ କ୍ଷମା ମାଗିଥିଲେ । ଏବଂ ତାଙ୍କୁ ଏବଂ ତାଙ୍କ ରାଜ୍ୟକୁ ଛାଡି ଦେଇଥିଲେ ।

କେଲଡି ଚେନମ୍ମା :
ରାଜା ସୋମଶେଖର ଚେନମ୍ମାଙ୍କୁ ବିବାହ କରିଥିଲେ । ଔରଙ୍ଗଜେବଙ୍କ ବିରୋଧରେ ଯାଇ ଶିବାଜୀଙ୍କ ଦ୍ବିତୀୟ ପୁଅ ରାଜାରାମଙ୍କୁ ଶରଣ ଦେଇଥିଲେ ଚେନମ୍ମା । ମୋଗଲଙ୍କଠାରୁ ଲୁଚୁଥିଲେ ରାଜାରାମ । ରାଜରାମଙ୍କୁ ବନ୍ଦୀ କରିବା ପାଇଁ ଏକ ବଡ଼ ସୈନ୍ୟ ପଠାଇଥିଲେ ଔରଙ୍ଗଜେବ୍ । କିନ୍ତୁ ସେମାନଙ୍କୁ ପରାଜିତ କରିଦେଇଥିଲେ ରାଣୀ ଚେନମ୍ମା । ରାଣୀଙ୍କ ବୀରତ୍ବ ଆଗରେ ମୁଣ୍ଡ ନୁଆଇଁଥିଲେ ମୋଗଲ ଶାସକ ।

ରାଣୀ ଅବ୍ବକ୍କା :
ଚୋଟା ବଂଶର ରାଣୀ ଅବ୍ବକ୍କା ଉଲ୍ଲାର ରାଣୀ ଥିଲେ । ତାଙ୍କର ଶାସନକାଳରେ ପୁର୍ତ୍ତଗାଲମାନେ ତାଙ୍କ ରାଜ୍ୟରେ ଏବ ବନ୍ଦର ତିଆରି କରିବାକୁ ଚାର୍ହିଥିଲେ । ୧୫୨୫ରେ ପର୍ତ୍ତୁଗାଲଙ୍କ ସହ ଯୁଦ୍ଧ କରିଥିଲେ ଅବ୍ବକ୍କା । ଆଉ ସେମାନଙ୍କୁ ଧୂଳି ଚଟାଇଦେଇଥିଲେ । ଏହି ଯୁଦ୍ଧ ପରେ ରାଣୀ ଅବ୍ବକ୍କା ରାଣୀ ଅଭୟା ନାଁରେ ଲୋକପ୍ରିୟ ହୋଇଥିଲେ । ଏହି ବୀରାଙ୍ଗନାଙ୍କୁ ସ୍ମରଣ କରି ଆଜି ବି ପ୍ରତିବର୍ଷ ଉଲ୍ଲାଲରେ ଉତ୍ସବ ପାଳନ କରାଯାଏ ।

ଅହିଲ୍ୟାବାଇ ହୋଲ୍କର :

ମାଲବାର ଏହି ରାଣୀଙ୍କ ନାଁ ତ ସମସ୍ତେ ଜାଣିଛନ୍ତି । ମାତ୍ର ୮ ବର୍ଷ ବୟସରେ ତାଙ୍କ ବିବାହ ଖାଣ୍ଡେରାଓ ହୋଲକରଙ୍କ ସହ ହୋଇଥିଲା । ୨୧ ବର୍ଷ ବୟସରେ ବିଧବା ହୋଇଥିଲେ । ସେ ନିଜ ପୁଅ ସିଂହାସନରେ ବସାଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା । ତେବେ ସ୍ବାମୀ ଏବଂ ପୁଅର ମୃତ୍ୟୁ ପରେ ସେ ଭାଙ୍ଗି ପଡିନଥିଲେ । ଇନ୍ଦୋରର ରାଣୀ ହେବା ପରେ ଖୁବ୍ ଚାଲାକର ସହ ସେ ପେଶୱାଙ୍କୁ ମୁଣ୍ଡ ନୁଆଇଁବାକୁ ବାଧ୍ୟ କରିଦେଇଥିଲେ । ନିଜ ପ୍ରଜା ମାନଙ୍କୁ ସେ ନିଜ ପିଲା ନଜରରେ ଦେଖୁଥିଲେ ।

ଏଭଳି ଅନେକ ବୀରାଙ୍ଗନା ଅନେକ ଯୁଦ୍ଧରେ ଶତ୍ରୁଙ୍କୁ ଧୂଳି ଚଟାଇବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ବୀରତ୍ବକୁ knewsodisha ପକ୍ଷରୁ କୋଟି କୋଟି ପ୍ରଣାମ ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

3 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

28 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

32 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

34 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

40 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

52 mins ago