୨୦ ହଜାର ବିଶାଳକାୟ ପକ୍ଷୀ ସହ ଏହି ଦେଶର ସୈନିକ କରିଥିଲେ ମୁକାବିଲା, ଜାଣନ୍ତୁ କଣ ଥିଲା ସମ୍ପୂର୍ଣ୍ଣ ଘଟଣା

ଆପଣ ଅନେକ ସମୟରେ ମଣିଷ-ମଣିଷ ମଧ୍ୟରେ ଯୁଦ୍ଧ ହୋଇଥିବାର ଶୁଣିଥିବେ । କିନ୍ତୁ ଆପଣ କେବେ ମଣିଷ ଓ ପକ୍ଷୀ ମଧ୍ୟରେ ଯୁଦ୍ଧ ହୋଇଥିବାର ଘଟଣା ବିଷୟରେ ଶୁଣିଛନ୍ତି କି ? ୧୯୩୨ ମସିହାରେ ହୋଇଥିବା ଏହିଭଳି ଏକ ରୋଚକ ଘଟଣା ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମ ବିଶ୍ୱଯୁଦ୍ଧ ପରେ ସେବାନିବୃତ କିଛି ସୈନିକଙ୍କୁ ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ପୁର୍ନବାସ ନିମନ୍ତେ ପଶ୍ଚିମ ଅଷ୍ଟ୍ରେଲିଆରେ କିଛି ଜମି ଯୋଗାଇ ଦିଆଯାଇଥିଲା । ତେବେ ସୈନିକ ମାନେ ଚାଷୀ ହୋଇ ନିଜ ନିଜ ଜମିରେ ଚାଷ କରି ବଞ୍ଚିବାକୁ ଲାଗିଥିଲେ । କିଛି ସମୟ ପରେ ତାଙ୍କ ଫସଲ ଜମି ଉପରେ ପାଖାପାଖି ୨୦ହଜାର ବିଶାଳକାୟ ଜଙ୍ଗଲୀ ଏମୁ ପକ୍ଷୀ ଆକ୍ରମଣ କରିଥିଲେ।

 

ଏହି ପକ୍ଷୀମାନେ ପ୍ରତିଦିନ ଆସି ତାଙ୍କ ଫସଲକୁ ଖୀନଭିନ କରି ଚାଲିଯାଆନ୍ତି । କେବଳ ସେତିକି ନୁହେଁ ଜମିର ସୁରକ୍ଷା ପାଇଁ ଲଗାଯାଇଥିବା ଫେନ୍ସିଙ୍ଗକୁ ମଧ୍ୟ ସେମାନେ ନଷ୍ଟ କରି ଚାଲିଯାଉଥିଲେ । ପକ୍ଷୀ ମାନଙ୍କର ଏଭଳି ଉତ୍ପାତରୁ ରକ୍ଷା ପାଇଁ ଚାଷୀମାନେ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ । କୃଷକଙ୍କ ଏପ୍ରକାର ସମସ୍ୟା ଦେଖି ଅଷ୍ଟ୍ରେଲିଆର ତତ୍‌କାଳିନ ପ୍ରତିରକ୍ଷା ମନ୍ତ୍ରୀ ମେସିନ ବନ୍ଧୁକ ସହିତ ସଜ୍ଜିତ ଏକ ସେନା ୟୁନିଟ ପଠାଇଥିଲେ । ୧୯୩୨ ମସିହା ନଭେମ୍ବର ୨ତାରିଖରେ ସରକାରଙ୍କ ଦ୍ୱାରା ପଠା ଯାଇଥିବା ସେନା ସାହାଯ୍ୟରେ ଏମୁକୁ ତଡିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା ।କିନ୍ତୁ ଏମୁ ପକ୍ଷୀ ତାଙ୍କ ଉପରେ ହେବାକୁ ଯାଉଥିବା ଆକ୍ରମଣ ବିଷୟରେ ପୂର୍ବରୁ ଜାଣିପାରି ସଜାଗ ହୋଇ ସେଠାରୁ ପଳାଇଥିଲେ। ଦୁଇ ଦିନ ପରେ ସୈନିକ ମାନେ ଏମୁ ପକ୍ଷୀର ୧୦୦୦ ଜଣିଆ ଦଳ ଦେଖି ତାଙ୍କ ଉପରକୁ ଆକ୍ରମଣ କରିବାକୁ ଯାଉଥିଲେ , କିନ୍ତୁ ଠିକ୍‌ ସମୟରେ ମେସିନ ଗନ ଜାମ ହୋଇ ଯାଇଥିଲା ଫଳରେ ପକ୍ଷୀମାନେ ସେଠାରୁ ପଳାଇଥିଲେ। ମାତ୍ର ୧୨ ଟି ଏମୁ ସେତେବେଳେ ସୈନିକଙ୍କ ହାତରେ ମୃତ୍ୟୁବରଣ କରିଥିବା ବେଳେ ବାକି ସମସ୍ତେ ସେଠାରୁ ଚାଲିଯାଇଥିଲେ।

imu2

କୁହାଯାଉଥିଲା ଯେ ଏମୁ ସୈନିକଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ନିଜ ନିଜ ମଧ୍ୟରେ ଏକ ଦଳ ଗଠନ କରିଦେଇଥିଲେ । ଯାହା ଫଳରେ ଗୋଟିଏ ଦଳ ଉପରେ ଆକ୍ରମଣ ହେଲେ ସେମାନେ ଅନ୍ୟ ମାନଙ୍କୁ ପୂର୍ବରୁ ସଚେତନ କରିଦେଉଥିଲେ ଓ ସେମାନେ ସେହି ସ୍ଥାନ ଛାଡି ପଳାଉଥିଲେ ଓ ପୁଣିଥରେ ଆସି ଫସଲକୁ ନଷ୍ଟ କରିବାରେ ଲାଗିଥିଲେ ।ତେବେ ୬ ଦିନ ଧରି ଚାଲିଥିବା ଏହି ଅପରେସନରେ ସୈନିକମାନଙ୍କ ଦ୍ୱାରା ଚଲା ଯାଇଥିବା ୨୫୦୦ ଫାୟର ସର୍ଟସ ଦ୍ୱାରା ୨୦ ହଜାର ଏମୁଙ୍କ ମଧ୍ୟରୁ କେବଳ ୫୦ ଜଣ ଏମୁ ମରିଥିଲେ । ବିଭିନ୍ନ ମିଡିଆରେ ଏହି ଖବର ପ୍ରଚାର ହେଲା ପରେ ସରକାର ସେନାଙ୍କୁ ସେଠାରୁ ଫେରାଇ ଆଣିଥିଲେ । ଏହା ପରେ ମଧ୍ୟ ଏମୁପକ୍ଷୀଙ୍କର ଆକ୍ରମଣ କମ ହୋଇନଥିଲା ଯାହା ଫଳରେ ନଭେମ୍ବର ୧୩ ତାରିଖରେ ଅନ୍ୟ ଏକ ଅପରେସନ ସରକାର ଆରମ୍ଭ କରିଥିଲେ ।

ତେବେ ପୂର୍ବଥର ପରି ଏଥର ମଧ୍ୟ ଏମୁ ପକ୍ଷୀ ସେନାଙ୍କୁ ଆଖିରେ ଧୂଳି ଦେଇଥିଲେ ଏବଂ ତାଙ୍କୁ ସେଠାରୁ ପଳେଇ ଯିବାକୁ ବାଧ୍ୟ କରିଥିଲା । ସେନାଙ୍କ ଦ୍ୱାରା ହୋଇଥିବା ଅପରେସନର ଇନ୍‌ଚାର୍ଜ ମାଡା ମାର୍ଡିଥଙ୍କ ମତରେ ଏହି ଏମୁ ପକ୍ଷୀଙ୍କ କିଛି ଦଳ ଯଦି ତାଙ୍କ ପାଖରେ ଥାନ୍ତା ତେବେ ସେମାନେ ଅତି ସହଜରେ ପୃଥିବୀର କୌଣସି ବି ମିଲିଟ୍ରିର ସହଜରେ ସାମନା କରିପାରିବେ । ଏହି ସମ୍ପୂର୍ଣ୍ଣ ଘଟଣାଟି “ଏମୁ ବାର” କିମ୍ବା “ଦି ଗ୍ରେଟ ଏମୁ ବାର” ନାମରେ ଜଣାଯାଏ ।