ଆସନ୍ତା ଫେବୃଆରୀରେ ଦେଶର ବଜଟ ଲଞ୍ଚ ହେବାକୁ ଯାଉଛି। ଏଥିରେ କେଉଁ ଜିନିଷରେ କେତେ ଟ୍ୟାକ୍ସ ଲାଗିବ ଏବଂ ସାଧରଣ ଲୋକଙ୍କ ଉପରେ କେତେ ପ୍ରଭାବ ପଡ଼ିବ ସେ ନେଇ ଏବେଠାରୁ ବଢ଼ିବାରେ ଲାଗିଛି ଅନେକ ଚର୍ଚ୍ଚା। ତେବେ ଏହା ଛଡ଼ା ଦୁନିଆରେ ଏପରି ଅନେକ ଟ୍ୟାକ୍ସ ରହିଛି ଯାହା ସାଧାରଣତଃ କିଏ ବିଶ୍ବାସ କରିପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ସେଭଳି କିଛି ଅଦ୍ଭୁତ ଟ୍ୟାକ୍ସ ବିଷୟରେ ଜଣାଇବାକୁ ଯାଉଛୁ।
-ଆପଣ କେବେ ସେକ୍ସ ଟ୍ୟାକ୍ସ ବା ସମ୍ଭୋଗ ଟ୍ୟାକ୍ସ ବିଷୟରେ ଶୁଣିଛନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜର୍ମାନୀରେ ଦେହ ବ୍ୟବସାୟ ଆଇନଗତ ହୋଇଥିବା ବେଳେ ସେକ୍ସ ବା ସମ୍ଭୋଗ ପାଇଁ ନିଆଯାଇଥାଏ ଟିକସ ବା ଟ୍ୟାକ୍ସ। ୨୦୦୪ରେ ପ୍ରସ୍ତୁତ କରାଯାଇଥିବା ଏହି ନିୟମରେ ଦେହ ବ୍ୟବସାୟ କରୁଥିବା ବ୍ୟକ୍ତି ପ୍ରତି ମାସରେ ଦେବାକୁ ପଡ଼ିଥାଏ ୧୫୦ ୟୁରୋ।
-ଗାଈକୁ ଆମେ ଦେଶରେ ମାତାଙ୍କର ସ୍ଥାନ ଦିଆଯାଇଥିବା ବେଳେ ତାଙ୍କୁ ସବୁଜାଗାରେ ପୂଜା କରାଯାଇଥାଏ। କିନ୍ତୁ ୟୁରୋପିୟ ୟୁନିୟନ ଅନୁଯାୟୀ ଗାଇଙ୍କର ଗ୍ୟାସ ପାଇଁ ଗ୍ଳୋବାଲ ୱାର୍ମିଂ ବଢ଼ିଥାଏ। କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, ଗାଇମାନେ ଚାରାକୁ ଚୋବାଇ ହଜମ କରୁଥିବା ସମୟରେ ମିଥେନ ଗ୍ୟାସ ଛାଡ଼ିଥାନ୍ତି। ଯାହାର ଅଂଶ ୟୁରୋପ ଗ୍ରୀନ ହାଉସ ମାନଙ୍କରେ ୧୮ ପ୍ରତିଶତ ପର୍ୟ୍ୟନ୍ତ ଦେଖିବାକୁ ମିଳିଥାଏ । ଏଣୁ ସେଠାରେ ଗାଇଙ୍କ ଉପରେ ଟିକସ ବା ଟ୍ୟାକ୍ସ ନେବା ଆରମ୍ଭ କରାଯାଇଛି। ଯାହାଦ୍ବାରା ଏବେ ୟୁରୋପିୟ ଦେଶରେ ଗାଇ ପାଳିବା ପାଇଁ ଲୋକମାନେ ସଂଙ୍କୋଚ ପ୍ରକାଶ କରୁଛନ୍ତି। ଡ଼େନମାର୍କରେ ଗୋଟିଏ ଗାଇ ଉପରେ ପ୍ରାୟ ୭୪୦୦ଟଙ୍କା ଟ୍ୟାକ୍ସ ଲଗାଯାଇଥାଏ।
-ବ୍ରେଷ୍ଟ ଟ୍ୟାକ୍ସ, ଏହା ଶୁଣିବାକୁ ଟିକେ ଅଦ୍ଭୁତ ଲାଗୁଥିଲେ ମଧ୍ୟ ଇତିହାସର ପୃଷ୍ଠା ଓଲଟାଇ ଦେଖିଲେ ଜଣାପଡ଼ିବ ଦକ୍ଷିଣ ଭାରତର ଷ୍ଟେଟ ଅଫ୍ ତ୍ରାବନକୋରରେ ମହିଳାଙ୍କ ଉପରେ ବ୍ରେଷ୍ଟ ଟ୍ୟାକ୍ସ ଲଗାଯାଉଥିଲା। ଏହି ନିୟମରେ ବ୍ରେଷ୍ଟକୁ ମାପି ସେହି ହିସାବରେ ଟ୍ୟାକ୍ସ ନିଆଯାଉଥିଲା। ଏହାଛଡ଼ା ୧୯ତମ ଶତାବ୍ଦୀରେ ସେଠାକାର ଶାସକ ମହିଳାଙ୍କ ପାଇଁ ଅଦ୍ଭୁତ ନିୟମ ବନାଇଥିଲେ। ଯେଉଁଥିରେ ମହିଳାଙ୍କୁ ତାଙ୍କର ସ୍ତନ ଏବଂ ଶରୀରର ଉପର ଅଂଶକୁ ଘୋଡ଼ାଇପାରିବେ ନାହିଁ। ଯିଏ ସ୍ତନକୁ ଢ଼ାଙ୍କି ନଥିବେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା।
-ବର୍ତ୍ତମାନ ଯୁଗରେ ଶରୀରରେ ଟାଟୁ କରିବା ଫ୍ୟାସନରେ ପରିଣତ ହେଉଥିବା ବେଳେ ଆମେରିକାର ଅରକାପସାସରେ ଏଥିପାଇଁ ଦେବାକୁ ପଡ଼ିଥାଏ ଟ୍ୟାକ୍ସ। ୨୦୦୫ ମସିହାରେ ସରକାର ଟାଟୁ ଏବଂ ପଡ଼ି ପେଣ୍ଟିଂ ଉପରେ ସଭିର୍ସ ୬ ପ୍ରତିଶତ ଟ୍ୟାକ୍ସ ଲଗାଇଦେଇଛି।
-ପରିସ୍ରା ଟ୍ୟାକ୍ସ ରେଭେନ୍ୟୁ ସଂଗ୍ରହ କରିବାର ଏକ ଭଲ ଜରିଆ। ରୋମର ରାଜା ବେସ୍ପେସନ୍ ଏହି ଟ୍ୟାକ୍ସ ଲଗାଇଥିଲେ। କିନ୍ତୁ ପରେ ତାଙ୍କ ପୁଅ ଟାଇଟ୍ସ ଏହାର ବିରୋଧ କରିଥିଲେ। ତାଙ୍କ ହିସାବରେ ପରିସ୍ରାରେ ଟ୍ୟାକ୍ସ ଲଗାଇବା ଭୁଲ ଅଟେ। କାରଣ ସେହି ଟଙ୍କାରୁ ପରିସ୍ରାରୁ ଗନ୍ଧ ଆସିଥିବା କହିଥିଲେ।