ସ୍ପେଶାଲ

ଭାରତର ଶେଷ ଭାଗରେ ଥିବା ଏମିତି ଏକ ଗାଁ, ଯେଉଁଠି ଆଜି ବି ମହାଭାରତ ସମୟର ଏକ ପୋଲ ଦେଖିବାକୁ ମିଳେ

ଭାରତରେ ଏମିତି ଅନେକ ଗାଁ ଅଛି ଯେଉଁଠି କିଛି ନା କିଛି ପୈାରାଣିକ ରହସ୍ୟ ଜଡ଼ିତ ହୋଇ ରହିଛି । ଏମିତି ଏକ ଗାଁ ଅଛି ଉତ୍ତରାଖଣ୍ଡରେ । ଯାହାକୁ ଉତ୍ତରାଖଣ୍ଡର ଶେଷ ଗାଁ ବା ହିନ୍ଦୁସ୍ତାନର ଶେଷ ଗାଁ ବୋଲି କୁହାଯାଉଛି ।

ଏହି ଗାଁ ପବିତ୍ର ବଦ୍ରିନାଥ ପୀଠ ଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ । ଯାହାକି ଚୀନ୍‌ ସୀମା ସହିତ ସଂଲଗ୍ନ ହୋଇ ରହିଛି । ଏହି ଗାଁର ସମ୍ପର୍କ ମହାଭାରତ କାଳରୁ ଯୋଡ଼ି ହୋଇ ରହିଛି । କିମ୍ବଦନ୍ତୀ କହେ ଏହି ଗାଁ ଦେଇ ପାଣ୍ଡବମାନେ ସ୍ୱର୍ଗକୁ ଯାଇଥିଲେ ।

ଏହି ଗାଁ ସହ ଏମିତି କିଛି ରହସ୍ୟମୟ କଥା ଜଡ଼ିତ ରହିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗାଁର ନାଁ ହେଉଛି ମାଣା । ଯାହା ୧୯ ହଜାର ଫୁଟ ଉଚ୍ଚରେ ରହିଛି । କୁହାଯାଏ ଏହି ଗାଁର ନାମ ମଣିଭଦ୍ର ଦେବତାଙ୍କ ନାମ ଆଧାରରେ ‘ମାଣା’ କରାଯାଇଛି ।

ପୈାରାଣିକ ମାନ୍ୟତା ଅନୁଯାୟୀ ୪ ଧାମ ମଧ୍ୟରେ ଏହି ଗାଁ ସବୁଠୁ ପବିତ୍ର । ଏହି ଗାଁକୁ ଶାପମୁକ୍ତ ଓ ପାପମୁକ୍ତ ବୋଲି ଧାରଣା ରହିଛି । ଏହି ଗାଁ ସହ ଆହୁରି ମାନ୍ୟତା ରହିଛି ଯେ ଏହି ଗାଁକୁ ଆସୁଥିବା ବ୍ୟକ୍ତିର ଦାରିଦ୍ର୍ୟ ଦୂର ହୋଇଯାଏ ।

କୁହାଯାଏ ଭଗବାନ ଶିବଙ୍କର ଏହି ଗାଁ ପ୍ରତି ବିଶେଷ ଆଶିର୍ବାଦ ରହିଛି । ଯେ କେହି ଏଠାକୁ ଆସିବେ, ତାଙ୍କର ଦାରିଦ୍ର୍ୟ ଦୂର ହୋଇଯିବ । ଏହି କାରଣରୁ ଏଠାକୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ଯାତ୍ରୀ ବୁଲିବାକୁ ଆସନ୍ତି ।

ଏହି ଗାଁରେ ମହାଭାରତ ସମୟର ନିର୍ମିତ ଏକ ପୋଲ ରହିଛି, ଯାହା ‘ଭୀମ ପୋଲ’ ନାମରେ ଜଣାଯାଏ । କୁହାଯାଏ ଯେତେବେଳେ ପାଣ୍ଡବମାନେ ଏହି ଗାଁ ଦେଇ ସ୍ୱର୍ଗ ଯାଉଥିଲେ, ବାଟରେ ପଡ଼ୁଥିବା ସରସ୍ୱତୀ ନଦୀକୁ ବାଟ ମାଗିଥିଲେ ।

ହେଲେ ସରସ୍ୱତୀ ବାଟ ଦେବାକୁ ମନା କରିଦେବାରୁ ଭୀମ ବଡ଼ ବଡ଼ ଦୁଇଟି ପଥର ଉଠାଇ ନଦୀ ଉପରେ ରଖି ଦେଇଥିଲେ । ଫଳରେ ମାର୍ଗ ନିର୍ମିତ ହୋଇଯାଇଥିଲା । ଆଉ ଏହି ବାଟ ଦେଇ ପାଣ୍ଡବମାନେ ସ୍ୱର୍ଗକୁ ଯାଇଥିଲେ ।

ଏହି ଗାଁର ସମ୍ପର୍କ ଭଗବାନ ଗଣେଶଙ୍କ ସହ ମଧ୍ୟ ଜଡ଼ିତ । କୁହାଯାଏ ମହର୍ଷି ବେଦବ୍ୟାସଙ୍କ କହିବା ଯୋଗୁ ଗଣେଶ ଭଗବାନ ଯେତେବେଳେ ମହାଭାରତ ଲେଖୁଥିଲେ, ସରସ୍ୱତୀ ନଦୀ ବହିବାର ଶବ୍ଦରେ ତାଙ୍କୁ ମହର୍ଷିଙ୍କ କଥା ଶୁଣିବାରେ ଅସୁବିଧା ହେଉଥିଲା ।

 

ଫଳରେ ସରସ୍ୱତୀ ନଦୀକୁ ଚୁପ୍‌ ରହିବାକୁ କହିଥିଲେ । ହେଲେ ସରସ୍ୱତୀ ଚୁପ୍‌ ନ ରହିବାରୁ ଭଗବାନ ଗଣେଶ ସରସ୍ୱତୀଙ୍କୁ ଅଭିଶାପ ଦେଇ କହିଥିଲେ ଯେ ଆଜିଠୁ ତୁମେ ଏହାପରଠୁ ଆଉ କାହାକୁ ଦୃଶ୍ୟ ହେବ ନାହିଁ । ସେବେଠୁ ସରସ୍ୱତୀ ସେହି ସ୍ଥାନରୁ ଆଗକୁ ଆଉ ଦୃଶ୍ୟ ହେଉ ନଥିବା ଦେଖିବାକୁ ମିଳେ ।

ଏହି ଗାଁରେ ବ୍ୟାସଙ୍କ ଗୁମ୍ଫା ବି ଅଛି । ଏଠାରେ ମହର୍ଷି ବ୍ୟାସଦେବ ରହୁଥିବାର କିମ୍ବଦନ୍ତୀ ରହିଛି । ମହର୍ଷି ଏଠାରେ କେତେକ ବେଦ ଓ ପୁରାଣ ରଚନା କରିଛନ୍ତି । ବ୍ୟାସ ଗୁମ୍ଫାର ଉପରି ଭାଗ ଦେଖିଲେ କିଛି ଗ୍ରନ୍ଥର ଭ୍ରମ ସୃଷ୍ଟି କରିଥାଏ । ତେଣୁ ଏହାକୁ ‘ବ୍ୟାସ ପୋଥି’ ବି କୁହାଯାଏ ।

Niharanjan

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

35 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

38 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

56 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

59 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago