ସ୍ପେଶାଲ

ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କ୍ଷେତରେ ହସିଉଠୁଛି ବିଦେଶୀ ଫଳ ଷ୍ଟ୍ରବେରୀ

ରାୟଗଡା(କେନ୍ୟୁଜ୍): ଆମ ରାଜ୍ୟର ପୂର୍ବଘାଟ ପାର୍ବତ୍ୟମାଳାର  ଅଂଶବିଶେଷ ନିୟମଗିରି । ଏହି ନିୟମଗିରିରେ ରହିଛି ଉତ୍ତୁଙ୍ଗ ପାହାଡ । ସମୂଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରାୟଗଡା ଜିଲ୍ଲାର ଏହି ଅଞ୍ଚଳରେ ଆଦିମ ଜନଜାତି ବସବାସ କରନ୍ତି । ଏମାନେ ବିନା ରସାୟନିକ ସାରରେ ଉଦ୍ୟାନ ଭିତ୍ତିକ ଚାଷ କରି ନିଜ ଜୀବନ ଜିବିକା ନିର୍ବାହ କରୁଆସୁଛନ୍ତି । ଏହାକୁ ଲକ୍ଷ କରି ଏଠାରେ ଷ୍ଟ୍ରବେରୀ ଚାଷ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା ।

ନିୟମଗିରି ପାହାଡର ଢାଲୁ ଅଞ୍ଚଳରେ ପାହାଡ ଉପରେ ବସବାସ କରୁଥିବା ଆଦିମ ଜନଜାତି ବିଭିନ୍ନ ରକମର ଫଳଚାଷ କରୁଥିଲେ । ଫଳ ଚାଷ ଉପଯୋଗୀ ଜଳବାୟୁ ଯୋଗୁଁ ଏଠାରେ ଓଡିଶା ଆଦିମ ଜନଜାତି ଶସକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ତରଫରୁ ହିମାଚଳ ପ୍ରଦେଶରୁ ଚାରା ଆଣି ଏକ ଏକର ଜମିରେ ୨୦ ହଜାର ଚାରା ରୋପଣ କରାଯାଇଥିଲା । ଏବେ ଲାକୁନା ଜାକାସିକା ନାମକ ଜଣେ ଚାଷୀଙ୍କ ବଗିଚାରେ ଷ୍ଟ୍ରବେରୀ ଫଳିବା ଆରମ୍ଭ କଲାଣି । ଏହାକୁ ଦେଖିବା ଓ କିଣିବା ପାଇଁ ଲୋକଙ୍କ ଭିଡ ଜମୁଛି ।

ପ୍ରଥମେ ଏହି ଚାଷ କରିବା ପାଇଁ ଓପିଲିପି ତରଫରୁ ପ୍ରସିକ୍ଷଣ ଦିଆଗଲା । କୃଷି ଭିତ୍ତିକ ଉନ୍ନତ ଜ୍ଞାନ କୌଶଳରେ ଚାଷ କରିବା ପ୍ରଣାଳୀ ନେଇ ତାଲିମ ଦେବାପରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଗଲା । ନିୟମଗିରିର ପାହାଡରେ ବୋହି ଯାଉଥିବା ଝରଣାର ସଦୁପୋଯୋଗ କରି ବୁନ୍ଦା ଜଳସେଚନ ବ୍ୟବସ୍ଥା କରାଗଲା । ଯାହାଫଳରେ ଚାଷୀ ବାର୍ଷିକ ମାତ୍ର ଏକରେ ଚାଷ ଜମିରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିବ । ଆଗାମୀ ଦିନରେ ଏହି ଚାଷକୁ ନିୟମଗିରି ଅଞ୍ଛଳରେ ବ୍ୟାପକ ବାବେ କରିବା ପାଇଁ ଓପିଲିପି ଯୋଜନା କରିଛି ।

ଷ୍ଟ୍ରବେରୀର ବଜାର ଖୋଜିବାକୁ ପଡିନି । ଆପେ ଆପେ ସ୍ବତନ୍ତ୍ର ବଜାର ସୃଷ୍ଟି ହୋଇସାରିଛି । ନିୟମଗିରିର ଅନ୍ଧାରୀ ମୁଲକରେ ଷ୍ଟ୍ରବେରୀକୁ ସଫଳ ଭାବେ ଚାଷ କରି ଜୀବିକାର ନୂଆ ମାର୍ଗ ଓପିଲିପି ସଂସ୍ଥା ବାହର କରିଛନ୍ତି ।
ରାୟଗଡା ଜିଲ୍ଲାର ଦୁର୍ଗମ ଅଗମ୍ୟ ନିୟମଗିରି ପାହାଡର ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ କ୍ଷେତରେ ହସିଉଠୁଛି ବିଦେଶୀ ଫଳ ଷ୍ଟ୍ରବେରୀ ।

 

 

Sonalisa

Recent Posts

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

1 hour ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

2 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

4 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

5 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

5 hours ago

ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର

ଏଇ ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରି ପରୀକ୍ଷା ଫଳ । ଏଥିରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଖବର ରହିଛି…

5 hours ago