ସ୍ପେଶାଲ

ସଙ୍ଘର୍ଷରୁ ହିଁ ଭାଗ୍ୟ ଚମକି ଉଠେ, ସଫେଇ କର୍ମଚାରୀରୁ କଲେକ୍ଟର

ନିଜ ଜୀବନକୁ ନେଇ ନୀରାସ ହେଉଛନ୍ତି କି? ଭାବୁଛନ୍ତି କି ସମୟ ସାଥ ଦେଉନି। ସେଥିପାଇଁ ଆପଣ ନିଜ କାମ କରିବା ବନ୍ଦ କରନ୍ତୁ ନାହିଁ। ଲକ୍ଷ୍ୟ ସ୍ଥିର କରି କାମ କରନ୍ତୁ। ଆଜି ଆମେ ଯେଉଁ କାହାଣୀ କହିବାକୁ ଯାଉଛୁ ପ୍ରତି ଘରେ ରହୁଥିବା ସମସ୍ତ ସଦସ୍ୟଙ୍କୁ ଜାଣିବା ନିହାତି ଜରୁରୀ । ଏହି ଖବର ଆପଣଙ୍କ ମନୋବଳ ବହୁତ୍ ବଢ଼ାଇବ। ରାଜସ୍ଥାନ ଯୋଦ୍ଧପୁର ନଗର ନିଗମ ପାଇଁ ଝାଡ଼ୁଦାର କାମ କରୁଥିବା ମହିଳା ଆଶା କଣ୍ଡାରା, ଏବେ ରାଜସ୍ଥାନ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ଡେପୁଟି କଲେକ୍ଟର ପଦରେ ବସିଛନ୍ତି। ଆଉ ଏ ସବୁ ସମ୍ଭବ ହୋଇପାରିଲା ଲୋକଙ୍କ ତାତ୍ସଲ୍ୟ ଏବଂ ନିନ୍ଦା ପାଇଁ ।

ଆଶା କଣ୍ଡାରା ୨୦୧୮ ରେ RAS ପରୀକ୍ଷା ଦେଇଥିଲେ,, ଆର୍ଥିକ ସ୍ଥିତି ଖରାପ୍ ଥିବାରୁ, ସଫେଇ କର୍ମଚାରୀ ର ପରୀକ୍ଷା ବି ଦେଲେ, RAS ପରୀକ୍ଷାର ଫଳ ବାହାରି ନଥିଲା ହେଲେ ଦାରିଦ୍ର୍ୟତା ଜୀବନର ପରୀକ୍ଷା ନେଉଥିଲା, ତେଣୁ ସଫେଇ କର୍ମଚାରୀ ଭାବରେ କାମ କରିବା ଆରମ୍ଭ କରିଦେଲେ। ଆଶା ଦୁଇ ବର୍ଷ ଯାଏଁ ନଗର ନିଗମରେ ସଫେଇ କର୍ମଚାରୀ ଭାବେ କାମ ବି କଲେ। ରାସ୍ତାରେ ଝାଡୁ ଲଗାଇବା ସମୟରେ ବି ସେ ରାଜସ୍ଥାନ ପ୍ରଶାସନିକ ସେବା ପାଇଁ ପଢ଼ିବା ଜାରି ରଖିଲେ ଓ ଶେଷରେ ତାଂକର ସବୁ ପରିଶ୍ରମ ସଫଳ ହେଲା। ୭୨୮ ରାଙ୍କ ରଖି ସେ SBM ହେବାକୁ ଯାଉଛନ୍ତି ।

କେବଳ ଯେ ସେ ଜଣେ ସଫେଇ କର୍ମଚାରୀରୁ ଡେପୁଟି କଲେକ୍ଟର ହୋଇଗଲେ ତାହା ନୁହେଁ, ଅସଲ କାହାଣୀ ଜାଣିଲେ ଆପଣ ଙ୍କ ମନ ଦୃଢ଼ ହୋଇଯିବ । ଆଶାଙ୍କ ଜୀବନର କାହାଣୀ ସମସ୍ତ ମହିଳାଂକୁ ନୂଆ ଦିଗ ଦେଖାଇବ ନିଶ୍ଚୟ। ଆଶା କଣ୍ଡାରାଙ୍କ ବିବାହର ପାଞ୍ଚ ବର୍ଷ ପରେ ଆରମ୍ଭ ହେଲା ଜୀଵନ ର ଅସଲ ପରୀକ୍ଷା। ପାରିବାରିକ କଳହ ପାଇଁ ସ୍ବାମୀ ସ୍ତ୍ରୀ ଅଲଗା ହେଲେ। କୋଳରେ ଥିଲେ ଦୁଇ ପିଲା। ସେମାନଂକୁ ମଣିଷ କରିବେ କି ନିଜ ଜୀବନ ସହ ଲଢ଼ିବେ। ତା ସହ ଅନୁସୂଚିତ ଜାତି ର ହୋଇଥିବାରୁ ଲୋକଙ୍କ ନାନା କଥା। ନିଜକୁ ବଡ କଲେକ୍ଟର ଭାବୁଛି କହି ଲୋକଙ୍କ ତାତ୍ସଲ୍ୟ, ଏସବୁ ଅନେକ ରାତି ଶୁଆଇ ଦେଇନି ତାଙ୍କୁ। ସେ କେବଳ ନିଷ୍ପତ୍ତି ନେଉଥିଲେ ହାରିବେନି ବରଂ ଜୀବନ ରେ କିଛି କରିବେ । ଆରମ୍ଭ କଲେ ପାଠ ପଢ଼ିବା। ଗ୍ରଜୁଏସନ ସାରିଲେ, RAS ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କଲେ। ବାପ ଘରେ ରହି, ଦୁଃଖ କଷ୍ଟ ରେ ପଢ଼ିଲେ, ହେଲେ ପେଟର ଭୋକ ପାଇଁ ନଗର ନିଗମ ରେ ସଫେଇ କର୍ମଚାରୀ ପାଇଁ ବି ପରୀକ୍ଷା ଦେଇ ସଫେଇ କର୍ମଚାରୀ ହେଲେ । ରାସ୍ତା ସଫା କଲେ । ଆଉ ତା ସହ ନିଜ ପାଇଁ ବାଟ ଟି ପରିଷ୍କାର କରୁଥଲେ । ଆଉ ଏବେ ଫଳ ଆପଣ ଙ୍କ ସାମ୍ନା ରେ ।

ସଂଯୋଗ ଦେଖନ୍ତୁ RASର ମେନ୍ ପରୀକ୍ଷା ଦେଇ ସାରିବା ପରେ ସଫେଇ କର୍ମଚାରୀ ର ଚୟନ ହେବା । ସେବି ଆଗ ପଛ ନଭାବି ସଂସାର ର ଭାରକୁ କାନ୍ଧରେ ଉଠାଇଲେ । କୌଣସି କାମ ଛୋଟ ନୁହେଁ କହୁଥିବା ଆଶା ରାସ୍ତା ସଫା ବି ସେତିକି ମନ ଦେଇ କରିଛନ୍ତି ଯେତିକି ପରିଶ୍ରମରେ RAS ମେନ ପାଇଁ ପ୍ରସ୍ତୁତ ହେଉଥିଲେ । ନିଜ ପରିଶ୍ରମ, ଜୀବନର ସଙ୍ଘର୍ଷ ପରେ ଏହି ସଫଳତାର ସବୁ ଶ୍ରେୟ ଆଶା ନିଜ ମାଆ ବାପା ଓ ସନ୍ତାନଙ୍କୁ ଦେଇଛନ୍ତି। ଜୀବନକୁ ସଙ୍ଘର୍ଷ ଭାବି ଆଗକୁ ବଢିଥିଲେ ଆଶା । ଏବେ ସେ ରାଜସ୍ଥାନ ପାଇଁ ନୂଆ ଆଶା ର କିରଣ ନେଇ ଠିଆ ହୋଇଚନ୍ତି ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago