ମଣିଷ ଓ କୁକୁର ମଧ୍ୟର ସମ୍ପର୍କ ଖୁବ ନିବିଡ । କୁହାଯାଏ ପୋଷା କୁକୁର ନିଜ ମଣିଷଙ୍କ ହୃଦୟର କଥାକୁ ଗଭୀରତାର ସହ ଅନୁଭବ କରିପାରନ୍ତି । ପାଟିରେ ବୟାନ କରି ପାରୁନଥିଲେ ମଧ୍ୟ ଭିନ୍ନ ଭିନ୍ନ ଅଙ୍ଗ ଭଙ୍ଗିରେ ନିଜ ମନର କଥା ପ୍ରକାଶ କରିଥାନ୍ତି । ଏମିତି ହିଁ ଏକ ଘଟଣା ଘଟିଛି କୁକୁର ସହ | କୁକୁରଟିର ନିରୀହ ଆଖିର ଲୁହ ବିଶ୍ୱକୁ ଯେମିତି ଦୋହଲାଇ ଦେଇଛି । ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ବେଶ ଜୋର ଧରିବା ସହ ବିଭିନ୍ନ ସୋସିଆଲ ମିଡ଼ିଆରେ ବି ଏହାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଆପଣ ଦେଖିପାରିବେ କୁକୁରଟି ଖୁବ ଭୋକିଲା ଅଛି । ପେଟର ଭୋକ ସମ୍ଭାଳି ନପାରି ଏପଟ ସେପଟ ହୋଇ ବୁଲିବାରେ ଲାଗିଛି । କୁକୁର ଟିର ଏପରି ହାବ ଭାବ ଲକ୍ଷ କରି ନିକଟସ୍ଥ ପାର୍କରେ ଚାଲୁଥିବା ଜନୈକ ମହିଳା ନିଜ ପାଖରେ ଥିବା ଖାଦ୍ୟ କୁକୁର ଆଡକୁ ବଢ଼ାଇ ଦେଉଛନ୍ତି ।
ଆଉ ଯାହାକୁ ଦେଖି କୁକୁର ଟିର ଆଖିରୁ ଧାର ଧାର ହୋଇ ଲୁହ ଝରି ଯାଉଛି । ସତେ ଯେମିତି ମହିଳାଙ୍କ ଠାରେ ନିଜର କୌଣସି ପ୍ରିୟ ଲୋକଙ୍କୁ ଖୋଜି ପାଇଛି କୁକୁରଟି । ଯେମିତି ଜଣେ ମା’ ପରି ପୁଅର ପେଟର ଭୋକକୁ ଠଉରାଇ ପାରିଛନ୍ତି । ଏହା ପରେ ମହିଳା ଜଣଙ୍କ ନିଜ ସହିତ କୁକୁରଟିକୁ ନେବାକୁ ଚେଷ୍ଟା କରୁଥିଲେ ମଧ୍ୟ ଗାଡ଼ିରୁ ଡେଇଁ ପଡିଥିଲା । ବୋଧ ହୁଏ ନିଜ ଭିଟା ମାଟି ଛାଡିବାକୁ ଚାହୁଁନି । ଏହି ଭିଡିଓଟି ବିଭିନ୍ନ ସୋସିଆଲ ମିଡିଆରେରେ ଅପଲୋଡ଼ ହୋଇଥିବା ବେଳେ ଖୁବ ଅଳ୍ପ ସମୟ ଭିତରେ ଭାଇରାଲ ହୋଇଯାଇଥିଲା । ସାଧାରଣ ଲୋକଙ୍କ ହୃଦୟକୁ ବି ଛୁଇଁ ପାରିଛି ଏହି ଭିଡିଓଟି । ତନାଘନାରୁ ଜଣାଯାଇଛିଯେ, ଘଟଣାଟି ଚିନର ଜିନ ଝୋଂଗ ସହରରେ ଘଟିଛି ।