ସ୍ପେଶାଲ

କାଗଜପତ୍ର ସବୁ ଠିକ୍‌ ରଖିଛନ୍ତି ତ ? କାଲି ଠାରୁ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ, କଡାକଡି ହେଉଛି ଟ୍ରାଫିକ ନିୟମ, ଆଜି ଜାଣନ୍ତୁ କଣ ରହିଛି ଆପଣଙ୍କର ଅଧିକାର

ଆଜି ଫେବୃଆରୀ ୨୯ ତାରିଖ। ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଟ୍ରାଫିକ କଟକଣା। ସରକାରଙ୍କ ପ୍ରଦତ୍ତ ସମୟ ଆସନ୍ତାକାଲି ଶେଷ ହେଉଛି । ତେଣୁ କାଲିଠାରୁ ଜୋରଦାର ହେବ ଚେକିଂ। ଏ ନେଇ ସାରା ରାଜ୍ୟରେ ଲୋକଙ୍କ ଭିତରେ ଉଦବେଗ। ସମସ୍ତେ ନିଜର କାଗଜପତ୍ର ଠିକ କରିବାରେ ଲାଗି ପଡିଛନ୍ତି । ଆଜି RTO ଅଫିସ ଓ ଏମିସନ ଚେକିଂ ସେଣ୍ଟରରେ ନାହିଁ ନଥିବା ଭିଡ଼। ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଅନେକ ଲୋକ ମୋଟା ଅଙ୍କର ତଣ୍ଡା ଗଣିବା ବି ଆମେ ଦେଖିସାରିଛେ । କିନ୍ତୁ ଅନେକ ସମୟରେ ସାଧାରଣ ଜନତା ମଧ୍ୟ ଭୁଲ ଟ୍ରାଫିକ ନିୟମର ଶିକାର ହୋଇଥାନ୍ତି ଏବଂ ଏଥିପାଇଁ ଉଦବେଗ ପ୍ରକାଶ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭିଡ଼ିଓରେ ଜଣାଇବୁ ଟ୍ରାଫିକ ନିୟମକୁ ନେଇ କଣ ଅଛି ଆପଣଙ୍କର ଆଇନଗତ ଅଧିକାର । ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍‌ ପୋଲିସ ଅଟକାଉଛନ୍ତି ତେବେ ଆପଣଙ୍କୁ ବିଲକୁଲ ବି ଡରିବାର ଆବଶ୍ୟକତା ନାହିଁ। କାହିଁକି ନା ଆପଣଙ୍କର ବି କିଛି ଅଧିକାର ରହିଛି ଯାହା ଆଇନ୍‌ ଆପଣଙ୍କୁ ଦେଇଛି। ସେହିପରି ଟ୍ରାଫିକ୍‌ ପୋଲିସଙ୍କର ବି କିଛି ଡ୍ୟୁଟି ରହିଛି ଯାହାକୁ ସେମାନେ ପାଳନ କରିବା ମଧ୍ୟ ଜରୁରୀ। ତେବେ ଆସନ୍ତୁ ଜାଣିବା କଣ ଏହିସବୁ ଅଧିକାର।

-ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍‌ ପୋଲିସ ଅଟକାଉଛନ୍ତି ତେବେ ସେ ସର୍ବପ୍ରଥମେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମାଗିବେ। ଏଥିପାଇଁ ଆପଣ ସବୁବେଳେ ନିଜ ସହିତ ଡ୍ରାଇଭିଂ ଲାଇସେନ୍ସ ରଖିବା ଜରୁରୀ।

-ଏହାସହିତ କିଛି ଜରୁରୀ କାଗଜପତ୍ରର ଅରିଜିନାଲ କପି ପାଖରେ ରଖିବା ଜରୁରୀ। ଏହି କାଗଜପତ୍ର ମଧ୍ୟରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ(ଆରସି), ଗାଡିର ଇନ୍ସ୍ୟୁରାନ୍ସ ପଲିସି ଏବଂ ଗାଡିର ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ ପାଖରେ ରଖିବାକୁ ପଡିବ ।

-ଏଥିସହିତ ପରିବହନ ମନ୍ତ୍ରାଳୟ ଅନୁଯାୟୀ ଡିଜି ଲକର କିମ୍ବା ଏମ ପରିବହନରେ ରଖିଥିବା ଡକ୍ୟୁମେଣ୍ଟସ ମଧ୍ୟ ମାନ୍ୟ ଅଟେ।

-ସେହିପରି ଯଦି ଆପଣ ମୋବାଇଲରେ ଗାଡି କାଗଜପତ୍ରର ଫଟୋ ଦେଖାନ୍ତି ତେବେ ଏହାକୁ ଅବୈଧ ବୋଲି ଧରାଯିବ ଏବଂ ଏହାକୁ ଗ୍ରହଣ କରାଯିବନାହିଁ।

ଏବେ ଆସନ୍ତୁ ଜାଣିବା ଟ୍ରାଫିକ ପୋଲିସର କଣ ଅଧିକାର ରହିଛି?

-ଟ୍ରାଫିକ ପୋଲିସ ଯଦି ଆପଣଙ୍କୁ ଅଟକାନ୍ତି ତେବେ ସନ୍ଦିଗ୍ଧ ଲାଗିବା କାରଣରୁ ସେ ଆପଣଙ୍କର ଗାଡିର ଡକ୍ୟୁମେଣ୍ଟସକୁ ଯାଞ୍ଚ କରିପାରିବେ।

-ଯଦି ଆପଣ ଓଭର ସ୍ପିଡିଂ କିମ୍ବା ରେଡ ଲାଇଟ୍‌ ଜମ୍ପ୍‌ କରିବା ଭଳି ନିୟମର ଉଲଙ୍ଘନ କରନ୍ତି ତେବେ ଟ୍ରାଫିକକର୍ମୀ ଆପଣଙ୍କ ବାହନକୁ ସିଜ୍‌ କରିପାରିବ।

-ଟ୍ରାଫିକ୍‌ ପୋଲିସଙ୍କ ପାଖରେ ଆପଣଙ୍କ ଲାଇସେନ୍ସ ରଦ୍ଦ କରିବାର ପୂରା ଅଧିକାର ରହିଛି। କିନ୍ତୁ ଏପରି କରିବା ପରେ ସେ ଆପଣଙ୍କୁ ରସିଦ୍‌ ମଧ୍ୟ ଦେବେ।

-ଯଦି ଆପଣ ଡ୍ରାଇଭିଂ ସମୟରେ ମଦ୍ୟପାନ କରିଥାନ୍ତି କିମ୍ବା କୌଣସି ପ୍ରତିବନ୍ଧିତ ଡ୍ରଗର ସେବନ କରିଥାନ୍ତି ତେବେ ଟ୍ରାଫିକ୍‌ ପୋଲିସ ଆପଣଙ୍କୁ ବିନା ଓ୍ଵାରେଣ୍ଟ ଗିରଫ ମଧ୍ୟ କରିପାରିବେ।

ଏବେ ଆସନ୍ତୁ ଜାଣିବା ଆପଣଙ୍କର କଣ ରହିଛି ଅଧିକାର?

-ଯଦି ଆପଣଙ୍କୁ କୌଣସି ଟ୍ରାଫିକ ପୋଲିସ ଅଟକାଉଛନ୍ତି ତେବେ ଆପଣ ତାଙ୍କୁ ତାଙ୍କ ପରିଚୟପତ୍ର ମଧ୍ୟ ମାଗିପାରିବେ।

-ଆପଣ ତାଙ୍କ ବେଲ୍ଟ ନମ୍ବର କିମ୍ବା ନାମକୁ ନୋଟ୍‌ କରିପାରିବେ।

-ଯଦି ଟ୍ରାଫିକ୍‌ ପୋଲିସଙ୍କ ପାଖରେ ବେଲ୍ଟ ନଥିବ ତେବେ ଆଇଡି କାର୍ଡ ମଧ୍ୟ ମାଗିପାରିବେ।

-ଯଦି ପୋଲିସକର୍ମୀ ଆପଣଙ୍କୁ ଏସବୁ ଦେଖାଇବାରେ ଅସମର୍ଥ ହେଉଛନ୍ତି ତେବେ ଆପଣଙ୍କୁ ତାଙ୍କୁ କୌଣସି କାଗଜପତ୍ର ନ ଦେଖେବାର ପୂରା ଅଧିକାର ରହିଛି।

-ମୋଟର ଯାନ ଆଇନ ଧାରା ୧୩୦ ଅନୁଯାୟୀ ଯଦି କୌଣସି ପୋଲିସ ଅଧିକାରୀ ଆପଣଙ୍କୁ ଡକ୍ୟୁମେଣ୍ଟସ ଦେଖାଇବକୁ କହୁଛନ୍ତି ତେବେ ଆପଣ ତାଙ୍କୁ କେବଳ ଲାଇସେନ୍ସ ଦେଖାଇବେ। ଅନ୍ୟ ଡକ୍ୟୁମେଣ୍ଟସ ଦେଖାଇବା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ।

-ଏହାସହିତ ଡକ୍ୟୁମେଣ୍ଟସ୍‌ ମାଗୁଥିବା ସକ୍ଷମ ଅଧିକାରୀ ୟୁନିଫର୍ମରେ ଥିବା ଜରୁରୀ।

-ଯଦି ଟ୍ରାଫିକ ପୋଲିସ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରୁଛନ୍ତି ତେବେ ଆପଣଙ୍କ ପାଖରେ ଟ୍ରାଫିକ୍‌ ବିଭାଗ ଠାରୁ ଜାରୀ କରାଯାଇଥିବା ପ୍ରାପ୍ତିର ରସିଦ ମାଗିବାର ଅଧିକାର ରହିଛି।

-ଯଦି ଆପଣ ଗାଡି ଭିତରେ ବସିଛନ୍ତି ତେବେ ଟ୍ରାଫିକ୍‌ ପୋଲିସ ଆପଣଙ୍କ ଗାଡିକୁ କ୍ରେନରେ ଉଠାଇପାରିବେନାହିଁ। ଅର୍ଥାତ କାର ଭିତରେ ଯଦି କେହି ବସିଆନ୍ତି ତେବେ ସେହି ଗାଡିକୁ ଟ୍ରାଫିକ୍‌ ପୋଲିସ ଟାଣି ନେଇପାରିବେନାହିଁ। ଯଦି ଆପଣଙ୍କ ଗାଡି ଭୁଲ ଭାବରେ ଏବଂ ଭୁଲ ସ୍ଥାନରେ ପାର୍କ ହୋଇଛି ତାହେଲେ ଆପଣଙ୍କ ଗାଡି ଉଠାଯାଇ ପାରେ ।

-ଟ୍ରାଫିକ ପୋଲିସ ଆପଣଙ୍କ ସହ କିଛି ଖରାପ ବ୍ୟବହାର କରିପାରିବେ ନାହିଁ । ଯଦି ଆପଣ ଟ୍ରାଫିକ ପୋଲିସର ବ୍ୟବହାରରେ ସନ୍ତୁଷ୍ଟ ନୁଁହନ୍ତି କିମ୍ବା ସେ ଆପଣଙ୍କୁ ଦୁବ୍ୟର୍ବହାର କରନ୍ତି ତାହାଲେ ଆପଣ ତାଙ୍କ ବିରୁଦ୍ଧରେ ନିକଟସ୍ଥ ପୋଲିସ ଥାନା କିମ୍ବା ଅନଲାଇନ୍‌ ଅଭିଯୋଗ କରିପାରିବେ ।

-ଟ୍ରାଫିକ୍‌ ପୋଲିସକର୍ମୀ ଆପଣଙ୍କର ଚାଲାଣ ସେତେବେଳେ କାଟିପାରିବେ ଯେତେବେଳେ ତାଙ୍କ ପାଖରେ ସରକାରଙ୍କ ଦ୍ୱାରା ଜାରୀ ଚାଲାଣ ବୁକ୍‌ କିମ୍ବା ଇ-ଚାଲାଣ ମେସିନ୍‌ ସାଥିରେ ଥିବ।

-ଆଉ ଯଦି ଚାଲାଟ କାଟୁଥିବା ପୋଲିସକର୍ମୀ ସବଇନ୍ସପେକ୍ଟର କିମ୍ବା ଏହାର ଉପର ପଦରେ ଥାଆନ୍ତି ତାହାଲେ ଆପଣ ଘଟଣାସ୍ଥଳରେ ହିଁ ଚାଲାଣ ରାଶି ଜମା କରିପାରିବେ।

-ପୋଲିସ ଅଧିକାରୀ ଯାଞ୍ଚ ସମୟରେ ଆପଣଙ୍କୁ ଜବରଦସ୍ତ କାରରୁ ବାହାରକୁ ଆଣିପାରିବେନାହିଁ ଏବଂ ନା ସେ ଜବରଦସ୍ତି ଆପଣଙ୍କ ଗାଡିର ଚାବି ଛଡାଇପାରିବେ ନା ତାହାର ଇଗ୍ନିଗେସନ୍‌ ବନ୍ଦ କରିପାରିବେ।

ଟ୍ରାଫିକ୍‌ ଚାଲାଣରେ କଣ କରିବେ ଚେକ୍‌ ?

ଯଦି ଟ୍ରାଫିକ ପୋଲିସ ଆପଣଙ୍କର ଜାଲାଣ କାଟୁଛନ୍ତି ତେବେ ଆପଣଙ୍କୁ ଏହସବୁ ଉପରେ ଆପଣଙ୍କୁ ଧ୍ୟାନରେ ରଖିବା ବହୁତ ଜରୁରୀ ହୋଇଥାଏ।

-ସର୍ବପ୍ରଥମେ ଟ୍ରାଫିକ୍‌ ନିୟମ ଉଲଙ୍ଘନର ବିବରଣୀକୁ ଯାଞ୍ଚ କରିବା ଉଚିତ।

-ଅଦାଲତର ନାମ ଜାଣିବା ନିହାତି ଦରକାର।

-ମକଦ୍ଦମାର ତାରିଖ, ଚାଲାଣ କାଟିଥିବା ଅଧିକାରୀଙ୍କ ନାମ ଓ ତାଙ୍କ ହସ୍ତାକ୍ଷର ଏବଂ ଟ୍ରାଏଲ ସମୟରେ କେଉଁ କାଗଜପତ୍ରକୁ ସାଙ୍ଗରେ ଆଣିବା ଉଚିତ ଏହାର ସୂଚନା ମଧ୍ୟ ଚେକ କରିବା ଆବଶ୍ୟକ।

Pritiparna

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 seconds ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

11 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

39 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

58 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago