ଏଠି ଗର୍ଭପାତ କରାଇଲେ ଜେଲ ସହ ଜରିମାନା

ଗର୍ଭପାତ । ଅର୍ଥାତ ଜନ୍ମ ନେବା ପୂର୍ବରୁ ଗର୍ଭରେ ହି ଶିଶୁର ମୃତ୍ୟୁ । ଏମିତିରେ ତ ଏହା କରିବା ଆଇନ ଗତ ଅପରାଧ । କିନ୍ତୁ କିଛି ବିଶେଷ ପରିସ୍ଥିତିରେ ଗର୍ଭପାତ ବି ଜରୁରୀ ହୋଇଥାଏ । ୟେମିତିକି ଏଭଳି ପରିସ୍ଥିତି ଯେତେବେଳେ କି ମାଆ କିମ୍ବା ପିଲା କାହାକୁ ଜଣକୁ ବଞ୍ଚାଇ ହେଉଥିବ । ଅର୍ଥାତ ମାଆ ଓ ଶିଶୁ ମଧ୍ୟରେ କେଉଁ ଜଣକ ଉପରେ ବି ଯଦି ବିପଦ ଥିବ । ଗର୍ଭପାତ ଶବ୍ଦର ବ୍ୟବହାର ୨୦ସପ୍ତାହ ପୂର୍ବରୁ ହିଁ ସମାପ୍ତ ହେଉଥିବା ୨ପ୍ରକାରର ଗର୍ଭବସ୍ଥା ପାଇଁ କରାଯାଇଥାଏ । ୨୦ ସପ୍ତାହର ସମୟକୁ ଭ୍ରୁଣର ଜୀବନ ଆକାର ନେବା ଓ ପୂର୍ଣ୍ଣ ରୂପରେ ସକ୍ଷମ ହୋଇଯିବାର ଅବଧି ଭାବେ ଦେଖାଯାଇଥାଏ ।

ଆଫ୍ରିକାନ ଦେଶ ନାଇଜେରିଆର ବେନିନ ବିଶ୍ୱବିଦ୍ୟାଳୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ପ୍ରଫେସର ଫ୍ରାଇଡେ ଓକୋନୋଫୁଆଙ୍କ କହିବା କଥା କି ନାଇଜେରିଆରେ ଗର୍ଭପାତ ଆଇନ ମହିଳାଙ୍କ ଜୀବନକୁ ବିପଦରେ ପକାଉଛି । ନାଇଜେରିଆରେ ପାଖାପାଖି ୧୦ରୁ ୨୦ପ୍ରତିଶତ ଗର୍ଭବତୀ ମହିଳାଙ୍କୁ ସ୍ୱତ: ଗର୍ଭପାତର ସାମନା କରିବାକୁ ପଡେ । ନାଇଜେରିଆରେ ଗର୍ଭପାତ ମାମଲା ଅନ୍ୟ ଦେଶ ତୁଳନାରେ ଅଧିକ । କିନ୍ତୁ ଗର୍ଭପାତର ମାମଲାକୁ ସଠିକ ଆକଳନ ଭାବେ ପାଇବା ମୁସ୍କିଲ ଅଟେ । କାରଣ ନାଇଜେରିଆରେ ଗର୍ଭପାତ ଆଇନ ଦ୍ୱାରା ଏହାକୁ ପ୍ରତିବନ୍ଧିତ କରାଯାଇଛି ।

୨୦୧୫ରେ ଗଟ୍ଟମାକର ଇନଷ୍ଟିଚ୍ୟୁଟ ଅନୁମାନ ଲଗାଇଥିଲା କି ନାଇଜେରିଆରେ ପ୍ରତି ୧୦୦୦ମହିଳାଙ୍କ ଉପରେ ୫୦.୬ ଗର୍ଭପାତ ହୋଇଥାଏ । ଯଦି ଏହି ଅନୁମାନ ଠିକ ତେବେ ଦୁନିଆରେ ଏହା ସର୍ବାଧିକ ମଧ୍ୟରେ ଏକ ହେବ । ଏହି ଇନଷ୍ଟିଚ୍ୟୁଟ ଏକ ଶୁଦ୍ଧ ଓ ନିତି ନିର୍ମାଣ ସଂସ୍ଥା ଅଟେ । ଯିଏ ଦୁନିଆରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାରୀଙ୍କୁ ଆଗକୁ ବଢାଇବାକୁ ପ୍ରତିବନ୍ଧିତ ଅଟେ । ଘାନାରେ ୧୫ରୁ ୪୯ବର୍ଷର ପ୍ରତି ୧୦୦୦ମହିଳାଙ୍କ ମଧ୍ୟରେ ୩୦ରୁ ୬୧ ମଧ୍ୟରେ ଗର୍ଭପାତ ହୋଇଥାଏ । ଅର୍ଥାତ ସେଠାରେ ଗର୍ଭପାତର ନମ୍ବର ୪୪ ।

ୟୁରୋପରେ କିନ୍ତୁ ଏହାର ସ୍ଥିତି ବହୁତ କମ । ଉଦାହରଣ ସ୍ୱରୁପ ନେଦରଲ୍ୟାଣ୍ଡରେ ପ୍ରତି ୧୦୦୦ମହିଳାଙ୍କ ଉପରେ ଗର୍ଭପାତର ୮.୬ ଘଟଣା ଘଟିଛି । ଯେତେବେଳେକି ସ୍ୱିଡେନରେ ଏହି ସଂଖ୍ୟା ପ୍ରତି ୧୦୦୦ମହିଳାଙ୍କ ଉପରେ ୧୮.୩ ।

୨୦୧୫ରେ ବେନିନ ସିଟିରେ କରାଯାଇଥିବା ଏକ ଅଧ୍ୟୟନରେ ମୈନେ ୟୁନିଭରସିଟି ଅଫ ବେନିନ ଟିଚିଙ୍ଗ ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗରେ ଆସୁଥିବା ମହିଳାଙ୍କୁ ପଚାରା ଯାଇଥିଲା କି ସେ କେବେ ଗର୍ଭପାତ କରାଇଛନ୍ତି କି ନାହିଁ । ଏହି ସମୟରେ ପାଖାପାଖି ୭୨ପ୍ରତିଶତ ମହିଳା ମାନେ ହଁରେ ଜବାବ ଦେଇଥିଲେ । ଅନେକ ମହିଳା ଥରକରୁ ବି ଅଧିକ ଥର ଗର୍ଭପାତ କରାଇଥିବା ସ୍ୱୀକାର କରିଛନ୍ତି ।

ଆଇନ ପରେ ବି ଗର୍ଭପାତ ଜାରି ରହିଛି । ଯଦିଓ ପୂର୍ବ ସାତ ବର୍ଷରେ ଗର୍ଭପାତର ପ୍ରକାର ବଦଳିଛି । କିନ୍ତୁ ଏହାର ପ୍ରମାଣ ନଜର ଆସୁଛି । ଗର୍ଭପାତ କରିବା ପାଇଁ ଏବେ ଅଧିକ ମହିଳା ଏମିତି ଭାବେ ସାହାରା ନେଉଛନ୍ତି ।

ଏହା ଛଡା ମହିଳାମାନେ ଗର୍ଭପାତ ପାଇଁ ଭୟଙ୍କର ପଦାର୍ଥ ଗୁଡିକ ବ୍ୟବହାର କରିବାର ନଜର ଆସୁଛନ୍ତି । ଯେତେବେଳେ କି ଡକ୍ଟର ମାନେ ବି ବହୁ ସଂଖ୍ୟାରେ ଗର୍ଭପାତ କରାଉଛନ୍ତି । ଏହା ବହୁତ ବିପଦପୂର୍ଣ୍ଣ ଓ ଜଟିଳତା ମଧ୍ୟରେ ହୋଇଥାଏ ।

ନାଇଜେରିଆରେ ଥିବା ଗର୍ଭପାତ ଆଇନ ଉନବିଂଶ ଶତାବ୍ଦୀ ରେ ବ୍ରିଟିଶ ଔପନିବେଶକ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିଲା । ଏଥିରେ କେବେ ବି କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପ୍ରାୟ ଇଂଲଣ୍ଡର ବ୍ୟକ୍ତିଙ୍କ ବିରୋଧରେ ଅପରାଧ ଅଧିନିୟମ ୧୮୬୧ ଧାରା ୫୮ଉପରେ ଆଧାରିତ ।

ନାଇଜେରିଆର ଆଇନ କହେ ଯେପର୍ଯ୍ୟନ୍ତ ମାଆର ଜୀବନ ପ୍ରତି ବିପଦ ଆସିନି ସେପର୍ଯ୍ୟନ୍ତ ଗର୍ଭପାତ କରାଇବା ଅବୈଧ ଅଟେ । ତେଣୁ ଗର୍ଭପାତ କରାଇଥିବା ମହିଳା କିମ୍ବା ସାଥୀ ଦୁହିଙ୍କୁ ଜେଲ ଦଣ୍ଡ ସହ ଭାରୀ ଜୋରିମନା ଲଗାଇବାର ପ୍ରାବଧାନ ରହିଛି । ଆଇନ ଉଲଂଘନ ହେବାର ଦୋଷୀଙ୍କୁ ଅବା ଗର୍ଭପାତ କରାଉଥିବା ମହିଳାଙ୍କୁ ୭ବର୍ଷ ଓ ଗର୍ଭପାତ କରାଉଥିବା ସାଥୀଙ୍କୁ ୧୪ବର୍ଷର ଜେଲ ଦଣ୍ଡ ମିଳିପାରେ ।

କିନ୍ତୁ ସେ ଯାହା ବି ହେଉ ଏହି ଆଇନ ବି ଏହାକୁ ରୋକିପାରିନାହିଁ । ବିକଶିତ ଦେଶ ମାନଙ୍କରେ ବି ଏହା ଏକ ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ପ୍ରକ୍ରିୟା ଭଳି ହୋଇଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆବଶ୍ୟକ କୌଶଳର କମିଥିବା ବ୍ୟକ୍ତି ଦ୍ୱାରା ନ୍ୟୁନତମ ଚିକିତ୍ସା ଓ ବିନା ଗର୍ଭାବସ୍ଥାର ସମାପ୍ତିକୁ ଅସୁରକ୍ଷିତ ଗର୍ଭପାତ ଭଳି ମଧ୍ୟ ପରିଭାଷିତ କରେ ।

ଡବ୍ଲୁଏଚଓ, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଗାୟନୋକୋଲୋଜିଷ୍ଟ, ଏମନେଷ୍ଟ ଇଣ୍ଟରନ୍ୟାସନାଲ, ସଂୟୁକ୍ତ ରାଷ୍ଟ୍ର ଭଳି ଅନ୍ତରାଷ୍ଟ୍ରୀୟ ସଂଗଠନ ବାରମ୍ବାର ଏନେଇ ନିର୍ଦେଶ ଜାରି କରିଛନ୍ତି । ଯାହା ଫଳରେ ଏହା କୁହାଯାଇପାରିବ କି ମହିଳାଙ୍କୁ ଗର୍ଭପାତକୁ ନେଇ ନିଷ୍ପତ୍ତି ନେବାର ଅଧିକାର ଅଛି କି ନାହିଁ । ଏହା ଛଡା ମହିଳାଙ୍କୁ ପରିବାର ନିୟୋଜନର ଉପାୟ, ସୁରକ୍ଷିତ ଗର୍ଭପାତ ଓ ଗର୍ଭପାତର ପରେ ବି ଦେଖାରେଖା ଯାଏଁ ଅଧିକାର ରହିଛି ।

ନାଇଜେରିଆ ମାପୁଟୋ ପ୍ରାଟୋକଲ ସମେତ ସେହି ଦସ୍ତାବିଜର ହସ୍ତାକ୍ଷରକର୍ତ୍ତାଙ୍କ ଭିତରେ ବି ଏହା ସାମିଲ ରହିଛି । ଯାହା ସୁରକ୍ଷିତ ଗର୍ଭପାତ ଦେଖାରେଖା କୁ ନେଇ ମହିଳାଙ୍କୁ ନିର୍ଣ୍ଣୟ ନେବାର ଅଧିକାରକୁ ରକ୍ଷା କରିଥାଏ । ପ୍ରୋ ଫ୍ରାଇଡେ ଓକୋନୋଫୁଆ କହେ କି ମୁଁ ସୁରକ୍ଷିତ ଗର୍ଭପାତ ଓ ଗର୍ଭପାତ ପରେ ଦେଖାରେଖା ଭଳି ମହିଳାଙ୍କ ସମସ୍ତ ଅଧିକାରକୁ ପୂର୍ଣ୍ଣ ସମର୍ଥନ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.