ମନ କିଣିଲେ ଛାତ୍ରୀ, ରିଲିଫ୍ ପାଣ୍ଠିକୁ ଦାନ କଲେ ସ୍କଲାରସିପ୍ ଅର୍ଥରାଶି

ଭୁବନେଶ୍ୱର(କେନ୍ୟୁଜ୍) : କୁହାଯାଏ ସାନ ସିନା ଦାନ ତା ମହାନ । ବାତ୍ୟା ଫନୀ ମାଡରେ ଉପକୂଳ ଓଡିଶା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବେଳେ ଏହାକୁ ପୁଣିଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହିକ୍ରମରେ ବ୍ରହ୍ମପୁର ବାସୁଦେବ ନଗର ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ସମୀକ୍ଷା ମହାନ୍ତି ନିଜର ସ୍କଲାରସିପ୍ ବାବଦ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଷଷ୍ଠ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ୨୦୧୮-୧୯ବର୍ଷ ପାଇଁ ସ୍କଲାରସିପ୍ ପାଇଥିବା ୨୪ଶହ ଟଙ୍କାର ଚେକ୍ ଆଜି ଛାତ୍ରୀ ଜଣକ ଦାନ କରିଛନ୍ତି ।

ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧୀକାରୀ ପ୍ରଭାତୀ କୁମାରୀ ମହାପାତ୍ରଙ୍କୁ ଭେଟି ସମୀକ୍ଷା ଏହି ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରେଣୀ ଶିକ୍ଷକ ରଂଜିତ୍ ଖାଡେଙ୍ଗା ଓ ଛାତ୍ରୀଙ୍କ ପିତା ରବି ନାରାୟଣ ମହାନ୍ତି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଛାତ୍ରୀ ସମୀକ୍ଷା ମହାନ୍ତି ପ୍ରଥମ ଶ୍ରେଣୀ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପିତା ରବି ନାରାୟଣ ମହାନ୍ତି ବ୍ରହ୍ମପୁର ଡିଭିଜନରେ ମେଲଗାର୍ଡ ଥିବା ବେଳେ ମା’ ସୁମିତ୍ରା ମହାପାତ୍ର ଜଣେ ସୁଲେଖିକା ଭାବେ ପରିଚିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.