Categories: ସ୍ପେଶାଲ

ଏମିତି ଏକ ସ୍କୁଲ ଯେଉଁଠାରେ ସବୁ ଛାତ୍ର ଦୁଇ ହାତରେ ଲେଖନ୍ତି ଦୁଇ ଭିନ୍ନ ପ୍ରକାରର ଭାଷା , ଦେଖି ହେବେ ଆଶ୍ଚର‌୍ୟ୍ୟ

ଲେଖାଲେଖି କରିବା ପାଇଁ ସାଧାରଣତଃ ଗୋଟିଏ ହାତର ବ୍ୟବହାର କରୁ । ହେଲେ ମଧ୍ୟପ୍ରଦେଶର ଗୋଟିଏ ସ୍କୁଲ ଅଛି , ଯେଉଁଠି ପିଲା ଗୋଟିଏ ନୁହେଁ ୨ ହାତରେ ଲେଖାଲେଖି କରୁଛନ୍ତି । ବଡ଼ କଥା ପିଲାଙ୍କୁ ଏଠି ଏଭଳି ଶିକ୍ଷା ମିଳିଛି , ଯେ ସେମାନେ ଗୋଟିଏ ହାତରେ ଗୋଟିଏ ଭାଷାରେ ବି ଲେଖି ପାରୁଛନ୍ତି । ମାନେ ଗୋଟିଏ ହାତରେ ଇଂରାଜୀ ଆଉ ଗୋଟିଏ ହାତରେ ହିନ୍ଦୀ ।

ଫିଲ୍ମ ୩ ଇଡିୟଟ୍ସରେ ବମନ ଇରାନି ନିଭାଇଥିବା କିରଦାର ଡକ୍ଟର ଭିରୁ ସହସ୍ତ୍ରବୁଦ୍ଧେଙ୍କ ଏଣ୍ଟ୍ରି ସିନକୁ ମନେ ପକାନ୍ତୁ । ଯେବେ ସମୟ ବଞ୍ଚାଇବାକୁ ଡାଇରେକ୍ଟର୍ ଭିରୁ କେତେବେଳେ ରେଡିମେଟ୍ ଟାଏ ୟୁଜ୍ କରୁଛନ୍ତି ତ କେତେବେଳେ ବଟନ୍ ଜାଗାରେ ଚେନ୍ । ବୁଦ୍ଧିକୁ ଏଭଳି ପ୍ରଶିକ୍ଷିତ କରି ରଖିଛନ୍ତି ଯେ ୨ ହାତରେ ଏକାସଙ୍ଗେ କରୁଛନ୍ତି ରାଇଟିଙ୍ଗ୍ । ଥରେ ଭାବିଲେ ଯଦି ଏଭଳି ସମସ୍ତେ ଲେଖି ପାରନ୍ତେ, ତେବେ ଆମ ପରୀକ୍ଷାର୍ଥୀ ଘଣ୍ଟାକର ଉତ୍ତର ଅଧଘଣ୍ଟାରେ ଲେଖି ଦିଅନ୍ତେ ନି । ଆପଣ ଭାବୁଥିବେ ଇଏ ତ କେବଳ ରିଲ ଲାଇଫରେ ସମ୍ଭବ ।

ରିୟଲରେ କଣ କେହି ୨ ହାତରେ ଆଉ ଏତେ ସ୍ପିଡ ଲେଖି ପାରିବ । କିଛି ଅସମ୍ଭବ ନୁହେଁ । ହଁ ଏଭଳି କରିବା ସମ୍ଭବ । ମଧ୍ୟପ୍ରଦେଶ ସଙ୍ଗରୋଲୀ ଜିଲ୍ଲା ସ୍ଥିତ ବୈଢନର ବୁଘେଲା ଗାଁରେ ଏଭଳି ଏକ ସ୍କୁଲ ଅଛି । ଯେଉଁଠି ପଢୁଥିବା ପ୍ରତ୍ୟୋକ ଛାତ୍ରଛାତ୍ରୀ ଦୁଇ ହାତରେ ରାଇଟିଙ୍ଗ କରନ୍ତି । ତା ବି ବିନା କୌଣସି ସମସ୍ୟାରେ । ସବୁଠୁ ବଡ କଥା ଏମାନେ ଗୋଟିଏ ହାତରେ ଇଂଗ୍ରାଜୀ ଆଉ ଗୋଟିଏ ହାତରେ ହିନ୍ଦୀ ଲେଖି ପାରନ୍ତି । ଗାଁର ବିଣାବାଦିନୀ ସ୍କୁଲର ସଞ୍ଚାଳକ ପ୍ରତାପ ଶର୍ମା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାଙ୍କୁ ୨ହାତରେ ଲେଖିବାର ଶିକ୍ଷା ଦେଉଛନ୍ତି । ସ୍କୁଲରେ ପଢୁଥିବା ସମସ୍ତ ୨୮୧ ଛାତ୍ରଛାତ୍ରୀ ୨ହାତରେ ଲେଖିବାରେ ଧୁରନ୍ଧର । ସ୍କୁଲର ଏହି ପ୍ରତିଭାଙ୍କୁ ଦେଖି ସମସ୍ତେ ଆଶ୍ଚର‌୍ୟ୍ୟ ।

ସେନାରେ ଚାକିରି ଛାଡି ୧୯୯୯ରେ ବୀଣାବାଦିନୀ ସ୍କୁଲର ସଂଚାଳନ କରିଥିଲେ ପ୍ରତାପ ଶର୍ମା । ମୂଳରୁ ପିଲାଙ୍କୁ ୨ହାତରେ ଲେଖିବା ଶିକ୍ଷା ଦିଆଗଲା । ପ୍ରତାପ କହନ୍ତି ଏକଦା ଜବଲପୁରରି ସିଙ୍ଗରୋଲି ଫେରୁଥିଲେ । ଆଉ ରାସ୍ତାରେ ଏକ ପୁସ୍ତକ ପାଇଥିଲେ । ପୁସ୍ତକରେ ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ବିଷୟରେ ଲେଖାଯାଇଥିଲା । ଡକ୍ଟର ରାଜେନ୍ଦ୍ରଙ୍କ ୨ ହାତରେ ଲେଖିବାର ପ୍ରତିଭା ପ୍ରତାପଙ୍କୁ ଖୁବ ପ୍ରେରିତ କରିଥିଲା । ସେବେଠୁ ୨ ହାତରେ ଲେଖିବା ଆରମ୍ଭ କଲେ ।

ପ୍ରଥମରୁ ଛାତ୍ରଛାତ୍ରୀଙ୍କୁ ଲେଖାଲେଖି କରିବାରେ ଅସୁବିଧା ହେଉଥିଲା । ହେଲେ ପରେ ପରେ ଛାତ୍ରଛାତ୍ରୀ ୨ ହାତରେ୍ ଲେଖିବା ଢାଞ୍ଚାରେ ନିଜକୁ ଖାପ ଖୁଆଇ ପାରିଥିଲେ । କେବଳ ସିଲଟ ନୁହେଁ, ବ୍ଲାକ ବୋର୍ଡ ଓ ପେନ ସାହାଯ୍ୟରେ ଖାତାରେ ବି ଲେଖିବା ସକ୍ଷମ ହୋଇଥିଲେ । ଯେଉଁଠି ଅନ୍ୟ ଛାତ୍ର ଗୋଟିଏ ଜିନିଷ ଲେଖିବାକୁ ୩ ଘଣ୍ଟା ନେଇଥାନ୍ତି, ସେଇଠି ଏହି ସ୍କୁଲର ଛାତ୍ରଛାତ୍ରୀ ୨ ଘଣ୍ଟା ଏକ ଘଣ୍ଟାରେ ସାରି ଦିଅନ୍ତି ।

ଆରମ୍ଭରୁ ୧୩ ଜଣ ପିଲାଙ୍କୁ ନେଇ ସ୍କୁଲ ଆରମ୍ଭ ହୋଇଥିଲା । ଏହାପରେ ୬୦ ଆଉ ଦିନକୁ ଦିନ ପିଲାଙ୍କ ସଂଖ୍ୟା ବଢିବାକୁ ବସିଲା । ସ୍କୁଲର ଭିତ୍ତିଭୁମି ସେତିକି ସୁଦୃଢ ନଥିଲେ ବି ଆଖପାଖ ଆଞ୍ଚଳର ଲୋକ ଏହି ସ୍କୁଲ ନିଜ ପିଲାଙ୍କୁ ଛାଡୁଛନ୍ତି ପଢିବାକୁ । ଛାତ୍ରଛାତ୍ରୀଙ୍କ ଏହି ଟ୍ୟାଲେଣ୍ଟରୁ ଏବେ ସବୁଆଡେ ପ୍ରସଂଶା କରାଯାଉଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago