ଦିଲ୍ଲୀ ବିଶ୍ବବିଦ୍ଯାଳୟର ଛାତ୍ରମାନେ ‘ଭାଲେଣ୍ଟାଇନ୍ସ ଡେ’ରେ ଭର୍ଜିନ ଟ୍ରିକୁ କଣ୍ଡୋମରେ ସଜାଇ କରନ୍ତି ପୂଜା, କାରଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ

ଫେବ୍ରୁଆରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ନିଶ୍ଚିତ ଭାବେ ସ୍ବତନ୍ତ୍ର । ଏହି ମାସରେ ପ୍ରେମର ପର୍ବ ଭାଲେଣ୍ଟାଇକ ୱିକ ପଡିଥାଏ । ୧୪ ଫେବୃୟାରୀରେ ପ୍ରେମିକ-ପ୍ରେମିକା ପରସ୍ପରକୁ ଗିଫ୍ଟ ଦିଅନ୍ତି । ଏହି ଦିନ ଲୋକମାନେ, ବିଶେଷକରି ଯୁବଗୋଷ୍ଠୀ ନିଜ ନିଜର ପ୍ରେମୀଙ୍କୁ ଉପହାର ଦିଅନ୍ତି। ସପ୍ତାହବ୍ୟାପୀ ପାଳିତ ହେଉଥିବା ଏହି ପ୍ରେମ ପର୍ବ ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଅତି ସୁନ୍ଦର ଭାବରେ ପାଳନ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ କିଛି ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ୟୁନିଭର୍ସିଟିରେ ଭାଲେଣ୍ଟାଇନ୍ ଡେରେ ଏକ ଅଜବ ପ୍ରଥା ପାଳନ ହୋଇଆସୁଥିଲା ।
ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ହିନ୍ଦୁ ମହାବିଦ୍ୟାଳୟର ପୁରୁଷ ଛାତ୍ରମାନେ ବିଗତ ଦୀର୍ଘ ଦଶନ୍ଧି ଧରି କଲେଜର ମହିଳା ଛାତ୍ରମାନଙ୍କ ବିରୋଧ ସତ୍ତ୍ୱେ ଏକ ବିବାଦୀୟ ରୀତିନୀତି ମଧ୍ୟରେ ଏହି ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମୀ ଦିବସକୁ ନିଆରା ଢ଼ଙ୍ଗରେ ପାଳନ କରିଥାଆନ୍ତି।

virgin t
photo credit: DU Beat

ଶୁଣିବାକୁ କିଛିଟା ଟିକେ ଅଡୁଆ ଲାଗୁଥିଲେ ହେଁ ଏହା କିନ୍ତୁ ସତ । ଦିଲ୍ଲୀର ହିନ୍ଦୁ ମହାବିଦ୍ୟାଳୟର ପୁରୁଷ ଛାତ୍ରମାନେ ଫେବ୍ରୁଆରୀ ୧୪ (ଭାଲେଣ୍ଟାଇନ୍ସ ଡେ’) ରେ ଭର୍ଜିନ୍ ଟ୍ରିକୁ ପୂଜା କରନ୍ତି। ଏହି ପୂଜାରେ ଜଣେ ପୁରୁଷ ଛାତ୍ର ଧାର୍ମିକ ରୀତିନୀତି କରିବା ପାଇଁ ପୁରୋହିତ ଭାବରେ ବସ୍ତ୍ର ପରିଧାନ କରି ପୂଜାକର୍ମ ସଂପାଦନ କରୁଥିବା ବେଳେ ଅନ୍ୟ ପୁରୁଷ ଛାତ୍ରମାନେ ଦମଦାମୀ ମା’ଙ୍କ ଭଜନ କିମ୍ବା ବଲିଉଡର କିଛି ଅଗ୍ରଣୀ ଅଭିନେତ୍ରୀଙ୍କ ପ୍ରଶଂସାରେ ଗୀତ ଗାଆନ୍ତି। ଏହା ବ୍ୟତୀତ ଏହି ଗଛରେ କଣ୍ଡୋମ୍ ମଧ୍ୟ ବାନ୍ଧୁଥିଲେ ।

ବିଶ୍ୱାସ ରହିଛି ଯେ ଯେଉଁମାନେ ଭି-ଟ୍ରି ପୂଜାରେ ଅଂଶଗ୍ରହଣ କରନ୍ତି ସେମାନେ ଛଅ ମାସ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ କରିବେ ଏବଂ ଶୀଘ୍ର ସେମାନଙ୍କର କୁମାରତ୍ୱ ହରାଇବେ। ଛାତ୍ରଙ୍କ କହିବାନୁସାରେ ଏମିତି କଲେ ସେମାନଙ୍କୁ ସେମାନଙ୍କ ଭଲ ପାଇବା ମିଳିଯିବ । ତେବେ ଅନେକ ବିରୋଧ ପରେ ଏହାକୁ ବନ୍ଦ କରିଦିଆଯାଇଥିଲା ।

Leave A Reply

Your email address will not be published.