ଏଥର କଲେଜରେ ଛାତ୍ରଙ୍କୁ ପଢାଯିବ ଲଭ୍ ଏଜୁକେସନ, ଏଭଳି ଏକ ପଦକ୍ଷେପ ନେଇଛନ୍ତି ସରକାର
ଭାରତର ପୋଡଶୀ ଦେଶ ଚୀନରେ ଜନସଂଖା ହ୍ରାସ ଘଟିବା ଏକ ଚିନ୍ତାର ବିଷୟ ଅଟେ । ଏଥିପାଇଁ ଚୀନ ସରକାର କଲେଜରେ ଲଭ୍ ଏଜୁକେସନ ଆରମ୍ଭ କରିବା ନେଇ ଏକ ପଦକ୍ଷେପ ନେଇଛନ୍ତି । ଏହି ପାଠକ୍ରମରେ ରୋମାଣ୍ଟିକ ସମ୍ପର୍କକୁ କିଭଳି ଆହୁରି ମଧୁର କରାଯାଇପାରିବ ସେହି ସମ୍ପର୍କରେ ଶିକ୍ଷା ଦିଆଯିବ । କଲେଜ ଓ ବିଶ୍ବ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ପରସ୍ପରକୁ ପ୍ରେମ କରିବା ଶିଖିବେ । ଲଭ୍ ଏଜୁକେସନ ଆରମ୍ଭ କରିବାର ମୁଖ୍ୟ ଉଦ୍ଧେଶ୍ୟ ହେଲା ରୋମାଣ୍ଟିକ ରିଲେସନସିପ ତିଆରି କରିବା ଏହାସହ ବିବାହ ଏବଂ ସନ୍ତାନ ଜନ୍ମ କରିବା ଭଳି ସକାରତ୍ମକ ଦୁଷ୍ଟିକୋଣକୁ ବଢିବାକୁ ପ୍ରେରଣା ଦେବା ।
ଚିନ୍ ଗଣମାଧ୍ୟମ ଅନୁସାରେ ଦେଶର ଜନସଂଖ୍ୟା ହ୍ରାସ ଯୋଗୁଁ ଜନ୍ମହାର ବୃଦ୍ଧି କରିବା ପାଇଁ ସରକାର କଲେଜଗୁଡିକରେ ଲଭ ଏଜୁକେସନ ଆରମ୍ଭ କରିବା ପାଇଁ ଆହ୍ୱାନ କରିଛନ୍ତି । ତେଣୁ କଲେଜ ଗୁଡିକରେ ଛାତ୍ରମାନଙ୍କର ପ୍ରଜନନ କ୍ଷମତାକୁ ହ୍ରାସ ନ ହେବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ସରକାର । ନଭେମ୍ବରରେ ଚୀନର ରାଜ୍ୟ ପରିଷଦ ସ୍ଥାନୀୟ ସରକାର ଉଚିତ ବୟସରେ ସନ୍ତାନ ଜନ୍ମ କରିବା ଓ ବିବାହକୁ ପ୍ରଶୟ ଦେବା ଜନସଂଖା ହ୍ରାସ ହେଉଥିବାରୁ ଏଭଳି ମୁକାବିଲା କରିବା ପାଇଁ ସ୍ଥିର କରିଥିଲେ।
ତେବେ ଚୀନରେ କଲେଜ ଛାତ୍ର ମାନଙ୍କର ରୋମାଣ୍ଟିକ ସମ୍ପର୍କ ପାଇଁ କୌଣସି ଆଗ୍ରହ ନାହିଁ । ପ୍ରେମ ବିବାହ ପ୍ରତି ଛାତ୍ରଙ୍କର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ବଦଳି ଯାଇଛି । ଚାଇନାର ଜନସଂଖ୍ୟା ର ଏକ ରିପୋର୍ଟ ସର୍ବେକ୍ଷଣରୁ ସୁଚନା ମିଳିଛି କି ୫୭ ପ୍ରତିଶତ କଲେଜ ଛାତ୍ରଙ୍କର ପ୍ରେମ ସମ୍ପର୍କରେ କୌଣସି ଆଗ୍ରହ ନଥିବା ଜଣା ପଡିଛି । ଏହାର ମୁଖ୍ୟ କାରଣ ହେଉଛି ପାଠପଢା ଓ ରିଲେସନସପିକୁ ବାଲାନ୍ସ ନକରି ପାରିବା ହେତୁ ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ।
କୁହାଯାଇଛି ଏହି ସମ୍ପର୍କରେ ବ୍ୟାପକ ଓ ବୈଜ୍ଞାନିକ ଶିକ୍ଷା କମ ହେବା କାରଣରୁ କୌଣସି ଛାତ୍ରଙ୍କ ପାଖରେ ଭାବନାତ୍ମକ ସମ୍ପର୍କ ବିଷୟରେ ଭାବିବା ଏକ କଠିନ ବିଚାର ଅଟେ । ବିଶ୍ବ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ଜନସଂଖା, ବିବାହ ଉପରେ ସମକାଳୀନ ଦୃଷ୍ଟିକୋଣ ଏବଂ ପରିବାର ନିୟୋଜନ ଉପରେ ଉତ୍ସାହିତ କରିବା ପାଇଁ ବିଶ୍ବ ବିଦ୍ୟାଳୟ ଗୁଢିକରେ କୁହା ଯାଇଛି । କହି ରଖୁଛୁ କି ଦେଶରେ ୨୦୨୩ ରେ ଲଗାତାର ଦ୍ବିତୀୟ ବର୍ଷରେ ଜନସଂଖା ହ୍ରାସ ହୋଇଛି । ତେଣୁ ଚିନର ସରକାର ଏଭଳି ଏକ ପଦକ୍ଷେପ ନେଉଛନ୍ତି ।