ସ୍ପେଶାଲ

ଅଧିକ ହେଡ୍‌ଫୋନ ବ୍ୟବହାର କରୁଥିଲେ ସାବଧାନ, ହରାଇ ପାରନ୍ତି ଶ୍ରବଣ ଶକ୍ତି

ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ରୋଗ ସାମ୍ନାକୁ ଆସୁଛି। ଯାହାକି ଲୋକଙ୍କ ଜୀବନଶୈଳୀ ପାଇଁ ହିଁ ସୃଷ୍ଟି ହେଉଛି। ଯେମିତିକି ବର୍ତ୍ତମାନ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୧୦୦ କୋଟି ଯୁବକ ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି। କାରଣ ଆଧୁନିକ ଯୁଗରେ ଯେତେ ଅଧିକ ଆଧୁନିକ ଉପକରଣର ବ୍ୟବହାର ହେଉଛି ତାହା ହିଁ ଶରୀର ଉପରେ ପ୍ରଭାବ ପକାଉଛି। ଯେମିତି ଏବେ ଏକ ନୂଆ ରିପୋର୍ଟ ଅନୁଯାୟୀ ଶ୍ରବଣ ଶକ୍ତି ହରାଇବାକୁ ଯାଉଛନ୍ତି ପ୍ରାୟ ୧୦୦ କୋଟି ଲୋକ।

ତେଣୁ ଏହାର ପଛର କାରଣ କଣ ରହିଛି ଓ ଏହାକୁ କିପରି ରୋକା ଯାଇ ପାରିବ ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଶ୍ରାବଣ ଶକ୍ତିକୁ ଅଧିକ ମାତ୍ରାରେ ପ୍ରଭାବିତ କରୁଛି ହେଡ୍‌ଫୋନ। ଯାହା ପାଇଁ ପ୍ରାୟ ୧୦୦ କୋଟି ଲୋକ ଶ୍ରବଣ ଶକ୍ତି ହରାଇପାରନ୍ତି ବୋଲି ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଅତ୍ୟାଧୁନିକ ଟେକ୍ନୋଲୋଜିର ମୋବାଇଲ ଫୋନ ସହ ହେଡଫୋନର ବ୍ୟବହାର ବର୍ତ୍ତମାନ ଅଧିକ ସଂଖ୍ୟାରେ ଯୁବପିଢିଙ୍କ ଠାରେ ହିଁ ଦେଖିବାକୁ ମିଳୁଛି।

ମୋବାଇଲ, କମ୍ପ୍ୟୁଟର ସମେତ ଟିଭିକୁ ମଧ୍ୟ ହେଡଫୋନ ସହ କନେକ୍ଟ କାରାଇ ଲୋକେ ହାଇ ବାସ୍‌ରେ ମ୍ୟୁଜିକ ଶୁଣିବାକୁ ପସନ୍ଦ କରୁଛନ୍ତି। ଉଚ୍ଚ ଶବ୍ଦରେ ମ୍ୟୁଜିକ ଶୁଣିବା ଯୋଗୁ ବିଶ୍ୱରେ ୧୦୦ କୋଟିରୁ ଅଧିକ ଯୁବକଯୁବତୀ ସେମାନଙ୍କ ଶ୍ରବଣ ଶକ୍ତି ହରାଇବା ଆଶଙ୍କା ଥିବା ଡବ୍ଲୁଏଚଓ (WHO) ଅଧ୍ୟୟନରୁ ଜଣାପଡିଛି। କେବଳ ହେଡଫୋନ ନୁହେଁ, କୌଣସି ଉତ୍ସବ ବା କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦରେ ମ୍ୟୁଜିକ ବାଜିବା ଦ୍ୱାରା ସେଠାରେ ଉପସ୍ଥିତ ଲୋକଙ୍କ ଉପରେ ଅନୁରୂପ ପ୍ରଭାବ ପଡ଼ିଥାଏ।

Picture Credit – Quora

BMJ ଗ୍ଲୋବାଲ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି। ହେଡଫୋନ ଲଗାଇ ଉଚ୍ଚ ଶବ୍ଦରେ ମ୍ୟୁଜିକ ଶୁଣୁଥିବା ୨୪ ପ୍ରତିଶତ ଯୁବକ ଯୁବତୀଙ୍କ ଠାରେ ଶ୍ରବଣ ଶକ୍ତି ହରାଇବା ଆଶଙ୍କା ଅଧିକ। ପ୍ରାୟ ୪୮ ପ୍ରତିଶତ ଲୋକ ଅନେକ କାର୍ଯ୍ୟକ୍ରମ ଯେମିତିକି କନସର୍ଟ, ନାଇଟବ୍ଲକବ ଆଦିରେ ଲାଉଡ ସ୍ପିକର୍ ବାଜୁଥିବା ସାଉଣ୍ଡ ଶୁଣୁଛନ୍ତି। ଏହାର ପ୍ରଭାବରେ ଆଗାମୀ ଦିନରେ ବିଶ୍ୱରେ ୬ଲକ୍ଷ ୭୦ ହଜାର ୧୩୫ କୋଟି ଶ୍ରବଣ ଶକ୍ତ ହରାଇପାରନ୍ତି ବୋଲି ଡବ୍ଲୁଏଚଓ ଦାବି କରିଛି।

କେବଳ ସେତିକି ନୁହେଁ COVID-19 ମହାମାରୀ ଆରମ୍ଭ ହେବା ପରଠାରୁ, ଅଧିକ ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସ ହେଇଥିବା ଅଡିଓୋଲୋଜିଷ୍ଟମାନେ ମଧ୍ୟ ଦାବି କରିଛନ୍ତି।ତେବେ ବିଏମଜେ ଗ୍ଲୋବାଲ ହେଲଥ ପତ୍ରିକାରେ ମଙ୍ଗଳବାର ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଯେତେବେଳେ ଫୋନ୍, ମ୍ୟୁଜିକ୍, ଚଳଚ୍ଚିତ୍ର ଏବଂ ଶୋ ବିଷୟରେ କୁହାଯାଏ, ଅନେକ ଯୁବକ ଓ ଯୁବତୀ ଅଧିକ ଜୋରରେ ଶବ୍ଦ ଶୁଣିବାକୁ ପସନ୍ଦ କରନ୍ତି।

ଲିଡ୍ ଷ୍ଟଡି ଲେଖକ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା ଏବଂ ଦକ୍ଷିଣ କାରୋଲିନାର ମେଡିକାଲ ୟୁନିଭରସିଟିରେ ପୋଷ୍ଟଡକ୍ଟରାଲ୍ ଫେଲୋ ଲୌରେନ୍ ଡିଲାର୍ଡ ଇମେଲ ମାଧ୍ୟମରେ କହିଛନ୍ତି ଯେ ଆମ ବିଶ୍ବରେ ପ୍ରାୟ ୧୨ ରୁ ୩୪ ବର୍ଷ ବୟସର ଯୁବଗୋଷ୍ଠୀ ଅଧିକ ମାତ୍ରାରେ ଉଚ୍ଚ ଶବ୍ଦ ଶୁଣୁଛନ୍ତି। ଅତ୍ୟଧିକ ଉଚ୍ଚ ଶବ୍ଦର ସଂସ୍ପର୍ଶରେ ଆସିଲେ କାନରେ ଥିବା ସମ୍ବେଦନଶୀଳ କୋଷ ଏବଂ ଗଠନକୁ ନଷ୍ଟ କରି ଦେଇପାରେ ବୋଲି ଦିଲାର୍ଡ କହିଛନ୍ତି। ଯଦି ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ, ତେବେ ସେମାନେ ସବୁଦିନ ପାଇଁ ନଷ୍ଟ ହୋଇପାରନ୍ତି।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ୨୦୦୦ ରୁ ୨୦୨୧ ମଧ୍ୟରେ ତିନୋଟି ଡାଟାବେସରେ ପ୍ରକାଶିତ ଅସୁରକ୍ଷିତ ଶ୍ରବଣ ଅଭ୍ୟାସ ସମ୍ବନ୍ଧରେ ବୈଜ୍ଞାନିକ ପ୍ରବନ୍ଧଗୁଡ଼ିକର ମେଟା-ଆନାଲିସିସ୍ କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ ହେଡଫୋନ୍ ବ୍ୟବହାର କରିବା ସହିତ କନ୍ସର୍ଟ, ବାର୍ ଏବଂ କ୍ଲବ୍ ପରି ମନୋରଞ୍ଜନ ସ୍ଥାନଗୁଡିକରେ ଉପସ୍ଥାନ ଅନୁଯାୟୀ ଅସୁରକ୍ଷିତ ଅଭ୍ୟାସଗୁଡିକ ଟ୍ରାକ କରାଯାଇଥିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରଗୁଡିକ ସପ୍ତାହରେ ୪୦ ଘଣ୍ଟା ମଧ୍ୟରେ ପ୍ରାୟ ୮୫ ଡେସିବଲରେ ନିରାପଦ ଶବ୍ଦ ସ୍ତରକୁ ସୀମିତ କରନ୍ତି। ଅଧ୍ୟୟନରେ କୁହାଯାଇଛି ଯେ ଯଦି ଆପଣ ଗୋଟିଏ ଦିନରେ ମାତ୍ର 2½ ଘଣ୍ଟା ଶୁଣୁଛନ୍ତି, ତାହା ପ୍ରାୟ ୯୨ ଡେସିବଲ ସହିତ ସମାନ।

ଅଧ୍ୟୟନରେ କୁହାଯାଇଛି ଯେ MP3 ଅଡିଓ ଫାଇଲ୍ ସହିତ ଡାଉନଲୋଡ୍ ହୋଇଥିବା ସ୍ମାର୍ଟଫୋନରେ ପ୍ଲଗ୍ ହୋଇଛି, ଶ୍ରୋତାମାନେ ପ୍ରାୟତ ୨୦୫ ଡେସିବଲ୍ ପର୍ଯ୍ୟନ୍ତ ଭଲ୍ୟୁମ୍ ଚୟନ କରନ୍ତି, ଯାହାକି କାନ ପାଇଁ ବିପଜନକ। ତେଣୁ ନିଆ ଶ୍ରବଣ ଶକ୍ତିକୁ ସୁରକ୍ଷିତ ରଖିବା ପାଇଁ ଖୁବ୍ କମ୍ ମାତ୍ରରେ ହେଡଫୋନ୍ କିମ୍ୱା ଇୟରଫୋନ ବ୍ୟବହାର କରିବା ଉଚିତ୍ ବୋଲି ଦିଲାର୍ଡ କହିଛନ୍ତି।

ତେବେ ଆପଣ ଯେକୌଣସି ଡିଭାଇସ୍ ବ୍ୟବହାର କରୁଛନ୍ତି ସେଥିରେ ମଧ୍ୟ ଏହାର ବାସ୍ କମ୍ କରିବା ପାଇଁ ସିଷ୍ଟମ ରହିଛି। ଯାହା ଦ୍ଵାରା ଆପଣଙ୍କ ଶ୍ରବଣ ଶକ୍ତିକୁ ସୁରକ୍ଷିତ ରଖି ପାରିବେ ଓ ମୁଣ୍ଡ ବ୍ୟଥାରୁ ମଧ୍ୟ ଆପଣଙ୍କୁ ରକ୍ଷା ମିଳିବ। ବିଶେଷଜ୍ଞମାନେ ନିର୍ଦ୍ଦିଷ୍ଟ ଭାବରେ କହିପାରିବେ ନାହିଁ ଯେ କେଉଁ ହେଡଫୋନ୍ ଶୁଣିବା ପାଇଁ ସବୁଠାରୁ ସୁରକ୍ଷିତ। କିନ୍ତୁ ଦିଲାର୍ଡ କହିଛନ୍ତି ବ୍ୟାକଗ୍ରାଉଣ୍ଡ ଶବ୍ଦକୁ ହ୍ରାସ କରିବା ଉଚିତ୍। ଯାହାକି ଭଲ୍ୟୁମକୁ ନିମ୍ନ ସ୍ତରରେ ରଖିବାରେ ସାହାଯ୍ୟ କରିପାରେ।

କିନ୍ତୁ ଆପଣ ଯେକୌଣସି ସ୍ଥାନରେ ରହି ହେଡ ଫୋନ୍ ବ୍ୟବହାର କରୁଛନ୍ତି ଏହାର ଭଲ୍ୟୁମ୍ କମ୍ ଦେଇ ଶୁଣନ୍ତୁ। କାରଣ ଅଧିକ ବାସ୍ ବଢ଼ିଲେ ଏହା କେବଳ ଶ୍ରବଣ ଶକ୍ତିକୁ ନୁହେଁ ମୁଣ୍ଡ ସହିତ ଆପଣଙ୍କ ହାର୍ଟ ଉପରେ ପ୍ରଭାବ ପକାଇ ଥାଏ ବୋଲି (HOW) ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପରାମର୍ଶଦାତା ଡିଲାର୍ଡ କହିଛନ୍ତି।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

4 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

41 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago