ଆଜି ସୁଭାଷଙ୍କ ଜନ୍ମ ଜୟନ୍ତୀ, ସୁଭାଷ ବୋଷଙ୍କ ହିନ୍ଦ ଫୌଜ ତିଆରି କରିଥିଲେ ଏହି ବ୍ୟାଙ୍କ

ମହାନ ସ୍ବାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁଭାଷ ବୋଷଙ୍କ ଆଜି ଜନ୍ମ ଜୟନ୍ତୀ । ସୁଭାଷ ୧୮୯୭ ମସିହା ଜାନୁୟାରୀ ୨୩ରେ ଓଡିଶାରେ ରହିଥିବା କଟକରେ ଜନ୍ମ ହୋଇଥିଲେ । ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତି ପାଇଁ ସେ ବେଶ୍ ଜଣାଶୁଣା ।
ଭାରତର ସ୍ବତନ୍ତ୍ରତାକୁ ନୂଆ ଦିଗ ଦେଖାଇଥିବା ଏହି ପରାକ୍ରମୀ ନେତାଙ୍କର ଆଜି ୧୨୮ତମ ଜୟନ୍ତୀ । ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ନେତାଜୀ ଜୟନ୍ତୀ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର ହୋଇଥାଏ । ତାଙ୍କ ଜନ୍ମସ୍ଥାନ କଟକ ଓଡିଆ ବଜାରରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରସ୍ତୁତ ହୋଇରହିଛି । ଆଜିର ଦିନଟିକୁ ବହୁତ ଲୋକେ ସ୍ବତନ୍ତ୍ର ଭାବେ ପାଳନ କରିଥାନ୍ତି ।
ନେତାଜୀ ବୋଷ ଦେଶ ପାଇଁ ବହୁତ ଥର ବଳିଦାନ ଦେଇଥିଲେ । ଏହାସହ ସେ ଏମିତି କାମ କରୁଥିଲେ ଯାହା ଫଳରେ ଇଂରେଜମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସେନା ଆଜାଦ ହିନ୍ଦ ଫୌଜ ଇଂରେଜ ସରକାରଙ୍କୁ ଅସୁବିଧାରେ ପକାଇବା ପାଇଁ ହୋଇଥିଲା । ନେତାଜୀ ନିଜର ଏକ ବ୍ୟାଙ୍କ ତିଆରି କରିଥିଲେ ।
ଯାହାର ନାମ ଆଜାଦ ହିନ୍ଦ ଫୌଜ ବ୍ୟାଙ୍କ ରଖାଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ବ୍ୟାଙ୍କ କେବେ ଓ କେଉଁଠାରେ ହୋଇଥିଲା । ଏବଂ ସବୁଠାରୁ ପ୍ରଥମ ନୋଟ କେତେ ଟଙ୍କା ଥିଲା । ଯାହାକୁ ଆଜାନ୍ଦ ହିନ୍ଦ ବ୍ୟାଙ୍କ ଜାରି କରିଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜଙ୍କ ବିରୁଦ୍ଧରେ ନିଜର ଏକ ଅସ୍ଥାୟୀ ସରକାର ଗଠନ କରିଥିଲେ । ଯାହାକୁ ଆଜାଦ ହିନ୍ଦ ଫୌଜ ନାମକ ଏକ ସେନା କରିଥିଲେ । ଏହି ସେନା ୧୯୪୩ ମସିହାରେ ନିଜର ଏକ ବ୍ୟାଙ୍କ ସ୍ଥାପନ କରିଥିଲେ । ଯାହାର ଆରମ୍ଭ ୧୦ ଟଙ୍କା ମୁଦ୍ରାରୁ ହୋଇଥିଲା ।
ଏହାପରେ ଏହି ବ୍ୟାଙ୍କ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ ଜାରି କରିଥିଲେ । ଖାସ କଥା ଏହା ଯେ ଏହି ବ୍ୟାଙ୍କ ୧୦ ହଜାର ଟଙ୍କା ନୋଟରେ ସୁଭାଷ ବୋଷଙ୍କ ଫୋଟ ରହିଥିବା ଦେଖିବାକୁ ମିଳିଥିଲା । ନେତାଜୀଙ୍କ ଜୀବନରେ ଏମିତି ବହୁ କାହାଣୀ ରହିଛି ଯାହାକୁ ପଢିଲେ କିମ୍ବା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ୧୯୪୫ ଅଗଷ୍ଟ ୧୮ରେ ତାଇବାନରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଥିଲା । କିନ୍ତୁ ଆଜିବି ନେତାଜୀଙ୍କ ମୃତ୍ୟୁର କାରଣ ରହସ୍ୟ ଘେରରେ ରହିଛି ।
Also read:କିଟ୍ ଓ କିସ୍ ପକ୍ଷରୁ ପାଳିତ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, ମାଲ୍ୟାର୍ପଣ କଲେ ଡକ୍ଟର ଅଚ୍ୟୁତ…