ଅନ୍ଯ ସର୍ଚ୍ଚ ଇଞ୍ଜିନକୁ ମାତ୍ ଦେଇ ଗୁଗଲ୍ କେମିତି ହେଲା ପୁରା ବିଶ୍ବର ରାଜା ? ଜାଣନ୍ତୁ ଏହାର ରୋଚକ କାହାଣୀ

ଆପଣଙ୍କୁ କୌଣସି ପ୍ରଶ୍ନର ଉତ୍ତର ଯଦି ଜଣାନଥିବ ଅଥବା କୌଣସି ବିଷୟ ଉପରେ ଯଦି କିଛି ସନ୍ଦେହ କିମ୍ବା ଅଧିକ ଖବର ଜାଣିବାକୁ ହୁଏ, ତେବେ ଆପଣ କଣ କରିବେ ? ଆପଣ ନିଶ୍ଚିତ ଭାବରେ ଗୁଗୁଲରେ ସର୍ଚ୍ଚ କରିବେ । ଗୁଗଲ୍ ବର୍ତ୍ତମାନ ଆମର ନିତିଦିନିଆ ଜୀବନର ଏକ ଅଂଶ ହୋଇଯାଇଛି । ଇଣ୍ଟରନେଟ ଦୁନିଆର କିଛି ଲୋକେ ଏହାକୁ ନିଜର ବନ୍ଧୁ ବୋଲି ଭାବୁଛନ୍ତି ତ କିଛି ଏହାକୁ ନିଜର ଶିକ୍ଷକ ବୋଲି କହିବାକୁ ପଛାଉନାହାନ୍ତି । ଚଳିତବର୍ଷ ଗୁଗଲ୍ ୨୦ ବର୍ଷରେ ପଦାର୍ପଣ କଲା ।

ତେବେ ନିଜର ୨୦ ବର୍ଷର ଇତିହାସରେ ଗୁଗଲ୍ ଇଣ୍ଟରନେଟର ରାଜା ହେବା ସହ ନିଜର ଉନ୍ନତି କରିଚାଲିଲା । ଗୁଗୁଲ ପୂର୍ବରୁ ମଧ୍ୟ ପୃଥିବୀରେ ଏମିତି ଅନେକ ସର୍ଚ୍ଚ ଇଂଜିନ ଥିଲା ଯାହାକୁ ଲୋକମାନେ ବହୁଳ ବ୍ୟବହାର କକରିଥିଲେ, ମାତ୍ର ଗୁଗୁଲର ସ୍ଥାନ କେହି ନେଇ ପରି ନ ଥିଲେ । ସ୍ଥାପିତ ହେବାର ବାସ କିଛି ଦିନ ମଧ୍ୟରେ ଗୁଗୁଲ ହୋଇ ଯାଇଥିଲା ଇଣ୍ଟେର୍ନେଟ ଦୁନିଆର ମୁକୁଟ ବିହୀନ ସମ୍ରାଟ । ୪ ସେପ୍ଟମ୍ବର ୧୯୯୮ ରେ ଇଞ୍ଜିନିୟର ଲାରି ପେଜ୍ ଏବଂ ସର୍ଗୀ ବ୍ରିନ୍ ଡାଟା କଲେକ୍ସନ ପାଇଁ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ।

ଏହି ପ୍ରୋଜେକ୍ଟ ଜରିଆରେ ଉଭୟ ଆଗକୁ ଯାଇ ବହୁ ସଫଳତା ହାସଲ କରିଥିଲେ । ଆଜି ଗୁଗଲ୍ ପାଖକୁ ସବୁ ଦିନ ଲକ୍ଷ ଲକ୍ଷ ପ୍ରଶ୍ନ ଆସୁଛି ଯାହାର ଫାଉଣ୍ଡର ଆରବପତି ଅଟନ୍ତି । ତେବେ ଗୁଗଲ୍ ପୂର୍ବରୁ ମଧ୍ୟ ଏମିତି ଏକ ସର୍ଚ୍ଚ ଇଂଞ୍ଜିନ୍ ଥିଲା ଯାହା ମଧ୍ୟ ବହୁ ସଫଳତା ହାସଲ କରିପାରିଥିଲା ।

ୱେବ୍ କ୍ରୋଲର

webୱେବ୍ କ୍ରୋଲର ଦୁନିଆର ପ୍ରଥମ ସର୍ଚ୍ଚ ଇଂଞ୍ଜିନ୍ ଯାହା ଆପଣ ସବୁ ଶବ୍ଦକୁ ଏକାଠି ଲେଖି ସର୍ଚ୍ଚ କରିପାରୁଥିଲେ । ଏହା ଗୁଗଲ୍ ଆସିବାର ବହୂ ବର୍ଷ ପୂର୍ବରୁ ଡିଜାଇନ୍ କରାଯାଇଥିଲା । ଏହାର ନାମ ୱେବ୍ ସ୍ପାଇଡର କିମ୍ବା ୱେବ୍ କ୍ରୋଲର ଏକ କମ୍ପ୍ୟୁଟର ପ୍ରୋଗ୍ରାମ୍ ଯାହା ବର୍ତ୍ତମାନ ମଧ୍ୟ ବ୍ୟବହାର କରାଯାଉଛି । ଗୁଗଲ୍ ମଧ୍ୟ ନିଜର ୱେବ୍ ସାଇଟ୍ ରେ ଏହା ବିଷୟରେ ଲେଖିଥିଲା କି ; ‘’ଆମେ ୱେବ୍ ପେଜ୍ ରେ ଠିକ୍ ଉତ୍ତର ଜାଣିବାର ପ୍ରକ୍ରିୟାକୁ ପ୍ରକାଶ କରିବା ପାଇଁ ସାର୍ବଜନିକ ଭାବେ ସବୁ ରେକର୍ଡକୁ ଏକତ୍ରିତ କରିବାରେ ସ୍ପାଇଡର ବ୍ୟବହାର କରୁ ।‘’

ଏହାକୁ ଆମେରିକାର ୱାସିଙ୍ଗଟନ ବିଶ୍ବବିଦାଳୟର ଜଣେ ଛାତ୍ର ବ୍ରାୟନ ପିଂଟରସନ୍ ଆରମ୍ଭ କରିଥିଲେ । ଯାହାକୁ ୧୯୯୫ ରେ ଆମେରିକା ଅନଲାଇନ୍ କିଣି ଥିବାବେଳେ ୨୦୦୧ ରେ ଏହାକୁ ଇଫୋସିସ୍ ନାମକ ଏକ କମ୍ପାନୀ ହାତକୁ ଚାଲିଆସିଥିଲା । ଖୁବ୍ କମ୍ ସମୟରେ ଏହି ୱେବ୍ କ୍ରୋଲର ବହୁ ଲୋକପ୍ରିୟ ହୋଇଥିଲା । କିନ୍ତୁ କିଛି ସମୟ ପରେ ଲେକସ୍ ନାମକ ଏକ ନୂଆ ସର୍ଚ୍ଚ ଇଂଞ୍ଜିନ୍ ଆସିବାରୁ ଏହାର ବ୍ୟବହାର କମ୍ ହେବାରେ ଲାଗିଥିଲା ।

ଲେକସ୍

lycos୧୯୯୫ ମସିହା ରେ ଆମେରିକାର କାର୍ନେଗୀ ମେଲନ ବିଶ୍ବବିଦାଳୟ ଲେକସ୍ ନାମକ ଏକ ରିସର୍ଚ୍ଚ ପ୍ରୋଜେକ୍ଟର ନେଇ ଆସିଥିଲା ଯାହା ପରେ ଟେରା ନାମକ ଏକ କମ୍ପାନୀ ଏହାକୁ କିଣିଥିଲା । ୧୯୯୯ ମସିହାରେ ସବୁଠାରୁ ଅଧିକ ବଜେଟ୍ କରିଥିବା ୱେବସାଇଟ୍ ମଧ୍ୟରେ ଏହା ରହିଥିଲା । କିନ୍ତୁ ଟେରା ସହିତ ଏହାର ସମ୍ମିଶ୍ରଣ ବିଫଳ ହେବାପରେ , ଦକ୍ଷିଣ କୋରିଆର ଏକ କମ୍ପାନୀ ଏହାକୁ ହାତକୁ ନେଇଥିଲା । ଏହାପରେ ପୁଣି ଏହାକୁ ଭାରତୀୟ ଅନଲାଇନ୍ ମାର୍କେଟିଙ୍ଗ ଫର୍ମ କିଣିଥିଲା ।

ହାଇ ଭ୍ୟୁ

୧୯୯୫ ମସିହାରେ ହିଁ ଅଲ୍ଟାଭିଷ୍ଟା ନାମକ ଆଉ ଏକ ସର୍ଚ୍ଚ ଇଂଞ୍ଜିନ୍ ଆରମ୍ଭ ହୋଇଥିଲା । ଗୁଗଲ୍ ଆସିବା ଫଳରେ ସବୁଠାରୁ ଅଧିକ କ୍ଷତି ଏହି କମ୍ପାନୀକୁ ସହିବାକୁ ପଡିଥିଲା । ଏହି ସର୍ଚ୍ଚ ଇଂଞ୍ଜିନ୍ ସମସ୍ତଙ୍କ ଠାରୁ ଅଲଗା ଆଉ ଶିଘ୍ର ଥିଲା । କିନ୍ତୁ ଗୁଗଲ୍ ଏହାଠାରୁ ମଧ୍ୟ ଭଲ ପ୍ରଡକ୍ଟ ଆଣିକି ଆସିଲା ଏବଂ ମାର୍କେଟକୁ ନିଜ କବଜାକୁ ଆଣିଲା। ୟାହୁ ୨୦୦୩ ରେ ଏହାକୁ କିଣିବାଥିଲା, ହେଏେ ୧୦ ବର୍ଷ ପରେ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା ।

ଏକ୍ସସାଇଟ୍

ଏକ୍ସସାଇଟ୍ ୧୯୯୫ ରେ ଆରମ୍ଭ ହୋଇଥିଲା ଆଉ ୯୦ ଦଶକରେ ଏହା ଆମେରିକାର ସବୁଠାରୁ ପସନ୍ଦିଆ ବ୍ରାଣ୍ଡ୍ ମାନଙ୍କ ମଧ୍ୟରୁ ଜଣେ ଥିଲା । କିନ୍ତୁ ଧିରେ ଧିରେ ଏହାର ପତନ ହେବା ଆରମ୍ଭ ହୋଇଯାଇଥିଲା ।

ୟାହୁ

yahooୟାହୁ ନିଜର ସଫଳତା ହାସଲ କରିଥିଲା ସତ ହେଲେ, ହେଲେ ଏହାର ସଂସ୍ଥାପକ ନିଜର ପକେଟ୍ ଫୁଲ୍ କରିବାରେ ବ୍ୟସ୍ତ ରହିବା ସହ କ୍ବାଲିଟିରେ ସୁଧାର ଆଣିପାରିନଥିଲେ । ଯାହା ୟାହୁକୁ ଗୁଗଲ୍ ଠାରୁ ଆଗକୁ ନେିପାରିନଥିଲା ।

କେମିତି ସଫଳ ହେଲା ଗୁଗଲ୍

ଗୁଗଲ୍ ଆଗରୁ ବହୁତ ସର୍ଚ୍ଚ ଇଂଞ୍ଜିନ୍ ଥିଲା ଆଉ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲା , ହେଲେ କଣ କାରଣ ଥିଲା ଯାହା ଫଳରେ ଗୁଗଲ୍ ସମସ୍ତଙ୍କୁ ପଛରେ ପକାଇ ସଫଳତାର ଶିର୍ଷରେ ପହଁଞ୍ଚିଥିଲା ? ଇଂଣ୍ଟରନେଟରେ ହେଉଥିବା ୯୦ ପ୍ରତିଶତ ସର୍ଚ୍ଚ ଗୁଗଲ୍ ରେ ହିଁ କରାଯାଇଥାଏ , ଆଉ ପାଖାପାଖି ୬୦ ପ୍ରତିଶତ ଅନଲାଇନ୍ ବିଜ୍ଞାପନ ଏଠାରୁ ହିଁ ଆସିଥାଏ ।

ସମସ୍ତଙ୍କୁ କିଛି ନା କିଛି ନୂଆ ଦେବାକୁ ଚେଷ୍ଟା କରିଥିବା ଆଉ ଲଗାତାର ଭାବେ କିଛି ନୂଆ କରିବାର ପ୍ରୟାସ ଗୁଗଲ୍ କୁ ଏହି ଉଚ୍ଚକୁ ପହଁଞ୍ଚାଇବାରେ ବେଶ୍ ସାହାର‌୍ୟ କରିପାରିଛି । ଗୁଗଲ୍ ର ଅଲ୍ଗାରିଦିମ୍ ମଧ୍ୟ ବହୁତ ବଡ ଭୂମିକା ନିଭାଇଛି । ଗୁଗଲ୍ କୌଣସି ପେଜର ଅପଲୋଡିଙ୍ଗ୍ ହିସାବରେ ୧ ରୁ ୧୦ ମଧ୍ୟରେ ରୋକ ଲଗାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.