IAS ଅଫିସର ହେବାକୁ ଛାଡ଼ିଥିଲେ ରେଲୱେ ଚାକିରି, ଆସନ୍ତୁ ଜାଣିବା କେତେ ସଂଘର୍ଷମୟ ଥିଲା ଅଭିଷେକ ସରାଫଙ୍କ ଯାତ୍ରା

ଆଇଏଏସ୍‌ ପରୀକ୍ଷାରେ ସଫଳ ହେବା ସମସ୍ତ ଭାଗ୍ୟରେ ନଥାଏ। ଏଥିପାଇଁ ରାତି ରାତି ଅନିଦ୍ରା ହେବାକୁ ପଡ଼ିଥାଏ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ହିଁ ଜଣେ ପ୍ରଶାସନିକ ଅଧିକାରୀ ହୋଇଥାଏ। ଅଦମ୍ୟ ଇଚ୍ଛା ଶକ୍ତି ତଥା ନିଷ୍ଠା ବଳରେ ଆଇଏଏସ୍‌ ଅଫିସର ହୋଇଥିବା ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅଭିଷେକ ସରଫ। ତିନି ଥର ଫେଲ ହେବା ପରେ ସେ ଚତୁର୍ଥ ଥରରେ ସମ୍ମାନଜନକ ଆଇଏଏସ୍‌ ଅଫିସର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅଭିଷେକ ନିଜ ଆଇଏଏସ୍‌ ଯାତ୍ରାର କାହାଣୀ ବଖାଣିଛନ୍ତି। କେତେ କଠିନ ଥିଲା ଏହି ଯାତ୍ରା ଆସନ୍ତୁ ଜାଣିବା…

ଅଭିଷେକ କହିଛନ୍ତି ଆଇଏଏସ୍‌ ହେବା ପାଇଁ ଦୃଢ଼ ଇଚ୍ଛା ଶକ୍ତି ଆବଶ୍ୟକ। ଜଣେ କାହିଁକି ଆଇଏଏସ୍‌ ହେବାକୁ ଚାହୁଁଛନ୍ତି ତାହା ମନରେ ସ୍ଥିର କରିବା ଉଚିତ। କାରଣ ଦୃଢ଼ ମନୋବଳ ନ ଥିଲେ ଜଣେ ଆଇଏଏସ୍‌ ଭଳି ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବ ନାହିଁ। ଆଇଏଏସ୍‌ ଯାତ୍ରାରେ ବାରମ୍ବାର ଅସଫଳ ହେବାକୁ ପଡ଼େ। ବାରମ୍ବାର ଲୋକଙ୍କଠାରୁ ନାନା କଟୁ କଥା ଶୁଣିବାକୁ ପଡ଼େ। ଏଥିରେ ଯିଏ ଭାଙ୍ଗିଗଲା ସେ କେବେ ବି ଆଇଏଏସ୍‌ ପରୀକ୍ଷାରେ ସଫଳ ହୋଇପାରିବ ନାହିଁ ବୋଲି କହିଛନ୍ତି ଅଭିଷେକ।

Abhishek

ଅଭିଷେକ ନିଜ ଆଇଏଏସ୍‌ ଯାତ୍ରା ସମ୍ପର୍କରେ କହିଛନ୍ତି ସେ ୪ ବର୍ଷ ମଧ୍ୟରେ ସବୁ ବିଷୟକୁ ମନେ ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଆଇଏଏସ୍‌ ହେବା ପାଇଁ ସେ ରେଳ ବିଭାଗର ଚାକିରି ବି ଛାଡ଼ିଛନ୍ତି। କାନପୁର ଆଇଆଇଟିରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ପାସ୍‌ କରିବା ପରେ ସେ ରେଲୱେରେ ଚାକିରି କରୁଥିଲେ। କିନ୍ତୁ ଆଇଏଏସ୍‌ ଅଫିସର ହେବା ନିଶା ତାଙ୍କୁ ପୁଣିଥରେ ପଢ଼ିବାକୁ ମନୋବଳ ଯୋଗାଇଥିଲା।

ତାଙ୍କ ମତରେ ପ୍ରିଲିମନାରୀ, ମେନ୍‌ ଓ ଇଣ୍ଟରଭ୍ୟୁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଅଲଗା। ଯିଏ ଆଇଏଏସ୍‌ ହେବାକୁ ଇଚ୍ଛା କରିବ ସେ ଏହି ୩ଟି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ତାଙ୍କ କହିବାନୁସାରେ ଜଣେ ଆଇଏଏସ୍‌ ପରୀକ୍ଷାର୍ଥୀ ଭବିଷ୍ୟତରେ କୃତକାର୍ଯ୍ୟ ନ ହେଲେ ବି ଜଣେ ଜ୍ଞାନୀ ହୋଇପାରିବ। ସଫଳତା ନ ମିଳିଲେ ବି ଜଣେ ବହୁ ଜ୍ଞାନ ଆହରଣ କରି ନିଜ ଚରିତ୍ରକୁ ଆହୁରି ବିକଶିତ କରିପାରିବ ବୋଲି କହିଛନ୍ତି ଆଇଏଏସ୍‌ ଅଫିସର ଅଭିଷେକ ସରାଫ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.