ଯାଜପୁର ନରସିଂହପୁର ଗାଁର ସଫଳ ଚାଷୀ ତ୍ରିଲୋଚନ ପତି : ଅନେକଙ୍କ ପାଇଁ ସୃଷ୍ଚି କରିଛନ୍ତି ରୋଜଗାରର ପନ୍ଥା

ନିଜସ୍ୱ ଉଦ୍ୟମରେ ଖୋଲିଛନ୍ତି ଏକ ନର୍ସରୀ । ପନିପରିବା ସାଙ୍ଗକୁ ବିଭିନ୍ନ କିସମର ଫୁଲ ଚାରା ପ୍ରସ୍ତୁତ କରୁଛନ୍ତି । ଉନ୍ନତମାନର ଚାରା ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ଦେଇଛନ୍ତି ରୋଜଗାରର ପନ୍ଥା। ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଯାଜପୁର ରସୁଲପୁର ବ୍ଲକ୍ ନରସିଂହପୁର ଗାଁର ତ୍ରିଲୋଚନ ପତି ।

ଯାଜପୁର ଜିଲ୍ଲା ନରସିଂହପୁର ଗାଁର ସଫଳ ଚାଷୀ ତ୍ରିଲୋଚନ ପତି । ମଧୁବନ ଛକଠାରେ ଖୋଲିଛନ୍ତି ଏକ ନର୍ସରୀ । ନାଁ ରହିଛି ଶଙ୍କର ନର୍ସରୀ । ପନିପରିବା ସାଙ୍ଗକୁ ବିଭିନ୍ନ କିସମର ଫୁଲ ଚାରା ପ୍ରସ୍ତୁତ କରିଛନ୍ତି । ଉନ୍ନତମାନର ଚାରା ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ପନ୍ଥା ଯୋଗାଇଛନ୍ତି ।

farmer 2

ଏବେ ସେ ୫ଜଣ ଷ୍ଟାଫଙ୍କୁ ନେଇ ନର୍ସରୀ ଚଲାଇଛନ୍ତି । ନର୍ସରୀରେ କାମ କରି ଟଙ୍କା ରୋଜଗାର କରୁଥିବାରୁ ବେଶ୍ ଖୁସି ଅଛନ୍ତି କର୍ମଚାରୀ । ବିଶେଷ କଥା ହେଲା, ତ୍ରିଲୋଚନ ନିଜେ ଖତ ପ୍ରସ୍ତୁତ କରି ଚାରା ରୋପଣ କରୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଚାରା କିଣିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଚାଷୀ ଆସିଥାନ୍ତି । ତ୍ରିଲୋଚନଙ୍କ ଏହି ସଫଳତା ଅନ୍ୟମାନଙ୍କ ପ୍ରେରଣା ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.