ସ୍ପେଶାଲ

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର ଆତ୍ମବିଶ୍ୱାସ । ଏସମାଜରେ ବଂଚିବା, ବଢିବାରେ ନାରୀର ଭୂମିକା ବେଶ ଗୁରୁତ୍ୱ ବହନ କରେ। ଅତ୍ୟାଚାର କି ଅସୁରକ୍ଷାର ଭୟରେ ଘର କୋଣରେ ଆଉ ପଡ଼ିରହୁନି ନାରୀ । କେତେବେଳେ ସଚେତନତାର ବାର୍ତ୍ତା ବାଣ୍ଟୁଛି  ତ ଆଉ  କେତେବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟୁଛି ।

ଏମିତି ଜଣେ ନାରୀ ଯିଏ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆରମ୍ଭ କରିଥିଲେ ଛତୁ ଚାଷ । ଏବେ ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ  ପଦନପୁର ଗ୍ରାମର ଅଗ୍ରଣୀ ମହିଳା ଚାଷୀ ପୁଷ୍ପଲତା ନାୟକ । ଏବେ ବିଭିନ୍ନ ପ୍ରକାର ଚାଷ ଦ୍ୱାରା ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାକୁ ସକ୍ଷମ ହେଇପାରିଛନ୍ତି ତେବେ ତାଙ୍କ ସଫଳତା କୁ ନେଇ ଦେଖିବା ଏଇ ରିପୋର୍ଟ

ସଫଳ ମହିଳା ଚାଷୀ ପୁଷ୍ପାଲତା ନାୟକ। ତାଙ୍କ  ସ୍ୱାମୀ ବନମାଳୀ ନାୟକ ଶ୍ରମିକ ଭାବେ କେନ୍ଦୁଝର ପଳାଶପଙ୍ଗା ଖଣି ଅଞ୍ଚଳରେ କାମ କରୁଥିଲେ କୋଭିଡ ମହାମାରୀ ସମୟରେ କମ୍ପାନୀ  ବନ୍ଦ ହୋଇଯିବାରୁ ଘରେ ବସି ରହିଲେ । ପ୍ରଥମେ ପରିବାର ଚଳାଇବାକୁ କଷ୍ଟ ଅନୁଭବ କରୁଥିବା ପୁଷ୍ପଲତା ହାର ମାନି ନଥିଲେ । ନିଜ ଚେଷ୍ଟାରେ ଆରମ୍ଭ କରିଥିଲେ ଛତୁ ଚାଷ । ଛତୁ ଚାଷ ସହିତ ଉନ୍ନତ ପ୍ରଣାଳୀରେ ମାଛ ଚାଷ, ଜିଆ ଖତ ପ୍ରସ୍ତୁତି ଓ ଆମ୍ବ କଦଳୀ ଭଳି ଗଛ ଲଗାଇ ଏବେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ଛୁଆଙ୍କୁ ପାଠ ପଢାଇ ପାରୁଛନ୍ତି ପୁଷ୍ପଲତା । ଯାହାକି ଏବେ ଅନ୍ୟଙ୍କୁ ଦେଉଛି ପ୍ରେରଣା।

ପ୍ରଥମ  ପର୍ଯ୍ୟାୟରେ ୨ ଶହ ବେଡରୁ ଆରମ୍ଭ ହୋଇଥିବା ଏହି ପାଳ ଛତୁ ଚାଷ ଏବେ ୪ ଶହରୁ ଊର୍ଦ୍ଧ୍ୱ  ଵେଡ଼ରେ ପହଁଚିଲାଣି । ଦିନେ ଘର ଚଳାଇବାକୁ ସଂଘର୍ଷ କରୁଥିବା ମହିଳା ଏବେ ସଫଳ ଚାଷୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ମାସକୁ ୪୦ ରୁ ୫୦ ହଜାର ରୋଜଗାର କରିବାକୁ ସକ୍ଷମ ହୋଇ ପାରିଛନ୍ତି ସେ । ଛତୁ ଚାଷ ପାଇଁ ପୁଷ୍ପଲତା କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରୁ ବିନା ତାଲିମରେ ଏତେ ବାଟ ଆଗେଇଛନ୍ତି । କେବଳ ୟୁଟ୍ୟୁବ ଓ ସୋସିଆଲ୍ ମିଡିଆରୁ ଆନୁସାଙ୍ଗିକ ସାଜସରଞ୍ଜାମ ଏବଂ ଜ୍ଞାନ କୌଶଳ ଆହରଣ କରି ନିଜ  ଉଦ୍ୟମ  ଏବଂ ସ୍ୱାମୀଙ୍କ ସହଯୋଗରେ ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।

ସରକାରଙ୍କ ପଶୁସମ୍ପଦ ଏବଂ ଉଦ୍ୟାନ ବିଭାଗ ତରଫରୁ ପୁଷ୍ପଲତାକୁ ଆବଶ୍ଯକ ତାଲିମ ପ୍ରଦାନ ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଲେ ସେ ନିଜକୁ ଜଣେ ସଫଳ ମହିଳା ଚାଷି ଭାବେ ପ୍ରତିପାଦନ କରିପାରନ୍ତେ ବୋଲି ଚର୍ଚ୍ଚା ହେଉଛି ।

 

 

Sonalisa

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

22 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago