ଆଶ୍ଚର୍ଯ୍ୟ ! ଏପରି ଏକ ଜୀବ ଯିଏ ସାରା ଜୀବନ ରହିଥାଏ ଗର୍ଭବତୀ, ପ୍ରତି ୩୦ ଦିନରେ କରିଥାଏ ପିଲା ଜନ୍ମ

ଏହି ଦୁନିଆରେ ଆଶ୍ଚର୍ଯ୍ୟରୁ ଆଶ୍ଚର୍ଯ୍ୟ ପ୍ରକାରର ପ୍ରାଣୀ ରହିଛନ୍ତି । ତେବେ ଏହା ମଧ୍ୟରେ ଏକ ଏପରି ଜୀବ ରହିଛି ଯିଏକି ସାରାଜୀବନ ଗର୍ଭବତୀ ରହିଥାଏ । ଆଜ୍ଞା ହଁ ଆପଣ ଠିକ ଶୁଣିଲେ ଏହି ପଶୁଟି ଏକ ପିଲା ଜନ୍ମ ଦେବା ପୂର୍ବରୁ ହିଁ ପୁଣିଥରେ ଗର୍ଭବତୀ ହୋଇଯାଇଥାଏ । ତେବେ ବର୍ତ୍ତମାନ ଆପଣ ଭାବୁଥିବେ ଏପରି କେଉଁ ଜୀବ ଅଛି ଯାହାର ସୃଷ୍ଟି ଭଗବାନ ଏତେ ଅଦ୍ଭୁତ ଭାବେ କରିଛନ୍ତି । ତେବେ ତାହା ହେଉଛି ସ୍ବେମ୍ପ ୱାଲାବି (ଏକ କଙ୍ଗାରୁ ଜାତୀୟ ପ୍ରାଣୀ) ।

Image result for Swamp Wallaby

ଗବେଷକ ମାନଙ୍କ କହିବା ଅନୁଯାୟୀ କଙ୍ଗାରୁ ସହ ସମ୍ବନ୍ଧିତ ଶିଶୁକୁ ଜନ୍ମ ଦେଉଥିବା ସ୍ବେମ୍ପ ୱାଲାବି ଏକ ଏପରି ପ୍ରାଣୀ ଯାହାକି ସାରା ଜୀବନ ଗର୍ଭବତୀ ହୋଇ ରହିଥାଏ । ଏହାସହିତ ସେମାନେ କହିଥିଲେ ଯେ ସ୍ବେମ୍ପ ୱାଲାବି ଏବଂ କଙ୍ଗାରୁ ମାନଙ୍କ ଠାରେ ଦୁଇଟି ୟୁଟେରସ ଏବଂ ଦୁଇଟି ଓଭାରି ରହିଥାଏ । ଏହି ସମୟରେ ଗୋଟିଏ ୟୁଟେରସରେ ଭ୍ରୂଣଟି ସମ୍ପୂର୍ଣ୍ଣ ଭାବେ ବିକଶିତ ହେଉଥିବା ବେଳେ ଅନ୍ୟ ୟୁଟେରସଟିରେ ନୂତନ ଭୃଣ ସୃଷ୍ଟି ହୋଇଯାଇଥାଏ ।

kangaroo

ସୂଚନା ଅନୁଯାୟୀ କଙ୍ଗାରୁ ଏବଂ ୱାଲାବି ଏହି ଦୁଇଟି ପ୍ରାଣୀଙ୍କର ଗୋଟିଏ ୟୁଟେରସରେ ସବୁବେଳେ ଭୃଣ ରହିଥାଏ । ତେବେ ଏହି ସମୟରେ ଏକ ନବଜାତକକୁ ସେମାନେ ସ୍ତନ୍ୟପାନ ମଧ୍ୟ କରାଇଥାନ୍ତି । କଙ୍ଗାରୁ ଗୋଟିଏ ପିଲାକୁ ଜନ୍ମଦେବାର ଦୁଇରୁ ତିନିଦିନ ପରେ ଗର୍ଭଧାରଣ କରୁଥିବା ବେଳେ ୱାଲାବି ପିଲା ଜନ୍ମଦେବାର ଦୁଇରୁ ତିନିଦିନ ପୂର୍ବରୁ ଗର୍ଭଧାରଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.