ଶନିଙ୍କୁ ଦୁର୍ବଳ କରିଦିଏ ଏହି ସବୁ କାମ, ତୁରନ୍ତ ଛାଡ଼ି ଦିଅନ୍ତୁ ନଚେତ୍‌ ଜୀବନ ହୋଇଯିବ ବର୍ବାଦ! ଗ୍ରହକୁ ମଜଭୁତ କରିବା ପାଇଁ ଆପଣାନ୍ତୁ ଉପାୟ

ଶନି ଦେବଙ୍କ ଅସନ୍ତୋଷ ବିଷୟରେ ସମସ୍ତେ ଜାଣନ୍ତି, କାହିଁକି ନା, ଜୀବନ ବର୍ବାଦ କରିବା ପାଇଁ ତାଙ୍କର ମନ୍ଦ ଦୃଷ୍ଟି ହିଁ ଯଥେଷ୍ଟ। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କ ଖରାପ ନଜରରୁ ବଞ୍ଚିବା ପାଇଁ ଅନେକ ଉପାୟ ଏବଂ ପ୍ରତିକାର ବିଷୟରେ କୁହାଯାଇଛି। ଏହା ବ୍ୟତୀତ ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନି ଗ୍ରହ ଦୁର୍ବଳ ଥାଏ, ସେମାନଙ୍କୁ ମଜଭୁତ ରଖିବା ପାଇଁ ଉପାୟ ଆପଣାଇବା ଉଚିତ। ତେବେ ଜଣେ ବ୍ୟକ୍ତିର ଅଭ୍ୟାସ ହିଁ ଶନି ଗ୍ରହକୁ ଦୁର୍ବଳ କିମ୍ବା ମଜଭୁତ କରିଥାଏ। ଯଦି ବ୍ୟକ୍ତି ଏମିତି କାମ କରିବେ, ଯାହା ଶନି ଦେବଙ୍କୁ ନାପସନ୍ଦ ଥିବ, ତା’ ହେଲେ ତାଙ୍କର ବର୍ବାଦୀ ସୁନିଶ୍ଚିତ।

ଶନି ଏମିତି ଗ୍ରହ, ଯିଏ କର୍ମ ଆଧାରରେ ଫଳ ଦେଇଥାଏ। ଯଦି ବ୍ୟକ୍ତି ସୁକର୍ମ କରିବେ, ତା’ ହେଲେ ଶନି ମହାଦଶାରେ ମଧ୍ୟ ତାଙ୍କୁ ଏତେ ସମସ୍ୟା ଉଠାଇବାକୁ ପଡ଼ିବ ନାହିଁ, ଯାହାକି ସାଧାରଣ ଲୋକ ଭୋଗି ଥାଆନ୍ତି। ଆଉ ଯଦି ବ୍ୟକ୍ତି ଖରାପ କାମ କରିବେ, ତ କୁଣ୍ଡଳୀରେ ଶନି ମଜଭୁତ ସ୍ଥିତିରେ ଥିଲେ ସୁଦ୍ଧା ତାଙ୍କୁ ସମସ୍ୟା ଭୋଗିବାକୁ ପଡ଼ିବ।

ଯେତେବେଳେ ଜଣେ ବ୍ୟକ୍ତି ଖରାପ ଆଚରଣ କରିଥାଏ, ତ ଶନି ଦେବଙ୍କ କୋପଦୃଷ୍ଟି ପଡ଼ିଥାଏ, ଯେଉଁ କାରଣରୁ ତାଙ୍କ ଜୀବନରେ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ। ଉଦାହରଣ ସ୍ୱରୂପ, ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବା କୌଣସି ବି କାମ ବିଗିଡ଼ି ଯାଇଥାଏ। ସେ ଗୋଟିଏ ପରେ ଗୋଟିଏ ମନ୍ଦ ଅଭ୍ୟାସକୁ ଆପଣାଇ ଥାଆନ୍ତି। ନିଶା ଜାଲରେ ପଡ଼ି ଯାଇ ଥାଆନ୍ତି। ଘରର ଇଲେକ୍ଟ୍ରୋନିକ ଜିନିଷଗୁଡ଼ିକ ବାରମ୍ବାର ଖରାପ ହେବାରେ ଲାଗିଥାଏ। ବ୍ୟକ୍ତିଙ୍କ ଘର ଉପରକୁ କୌଣସି କ୍ଷତି ପହଞ୍ଚିଥାଏ। ମାନ ହାନି, ଧନ ହାନି ଇତ୍ୟାଦି ହୋଇଥାଏ।

ଶନିଙ୍କୁ ଦୁର୍ବଳ କରିଥାଏ ଏହି ସବୁ ଅଭ୍ୟାସ

-ନିଜଠାରୁ ବଡ଼, ମହିଳା ଏବଂ ଅସହାୟମାନଙ୍କର ଅପମାନ କେହି ବି କରିବା ଉଚିତ ନୁହେଁ। କିନ୍ତୁ ଜାତକରେ ଶନି ଦୁର୍ବଳ ଥିଲେ, ଏହି କାମ ଆପଣଙ୍କ ଜୀବନରେ ଝଡ଼ ଆଣିପାରେ। ତେଣୁ ଯେତେ ସମ୍ଭବ ଏହାଠାରୁ ଦୂରେଇ ରୁହନ୍ତୁ।

-ଯଦି ଶନି ଦୁର୍ବଳ ଅଛନ୍ତି, ତା’ ହେଲେ ଆମିଷ ଖାଇବା ଉଚିତ ନୁହେଁ। ଏପରି କି, ମଦ, ଡ୍ରଗ୍ସ ଆଦି ସେବନ କରିବା ମଧ୍ୟ ଉଚିତ ନୁହେଁ। ଏହି ସବୁ କୁଅଭ୍ୟାସ ଶନିକୁ ଆହୁରି ଦୁର୍ବଳ କରି ଦେଇଥାଏ, ଯଦ୍ଦ୍ଵାରା ଜୀବନ ବର୍ବାଦ ହୋଇ ଯାଇଥାଏ।

-ଅନ୍ୟ ଉପରେ ମିଥ୍ୟା ଅଭିଯୋଗ ଲଗାନ୍ତୁ ନାହିଁ। ଏମିତି କରୁଥିବା ଲୋକଙ୍କୁ ଶନି ବରଦାସ୍ତ କରି ପାରନ୍ତି ନାହିଁ।

-ଶନି ଯେଉଁଠି ଦୁର୍ବଳ ଥାଆନ୍ତି, ସେହି ଜାତକର ଲୋକେ ସହଜରେ ଜୁଆ, ପରକୀୟା ପ୍ରୀତି, ଚୋରି, ଅପରାଧ ଭଳି କର୍ମରେ ପଶି ଯାଆନ୍ତି। ତେଣୁ ସବୁବେଳେ ନିଜ ସଙ୍ଗତିକୁ ଭଲ ରଖନ୍ତୁ। ନଚେତ୍‌ ଖରାପ କାର୍ଯ୍ୟରେ ଫସି ଯିବାରେ ଅଧିକ ସମୟ ଲାଗି ନ ଥାଏ।

-ଶନିବାର ଦିନ ନଖ, କେଶ କାଟନ୍ତୁ ନାହିଁ। ଏହା ଶନିକୁ ଦୁର୍ବଳ କରି ଦେଇଥାଏ।

-ଭୁଲ୍‌ରେ ପଶୁପକ୍ଷୀଙ୍କୁ ହଇରାଣ କରନ୍ତୁ ନାହିଁ। ଏମିତି କରୁଥିବା ଲୋକଙ୍କୁ ଶନି ଦେବ କ୍ଷମା ଦେଇ ନ ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.