ଯଦି ଆପଣଙ୍କୁ ଆସୁଛି ଏମିତି ସ୍ୱପ୍ନ, ତ ସଫଳତାର ଶୀର୍ଷରେ ପହଞ୍ଚିବେ ଆପଣ; ଜାଣନ୍ତୁ କେଉଁ ସ୍ୱପ୍ନର କ’ଣ ରହିଛି ରହସ୍ୟ…

ସ୍ୱପ୍ନ ଶାସ୍ତ୍ରରେ ଆମେ ଦେଖୁଥିବା ସ୍ୱପ୍ନ ବିଷୟରେ ଅନେକ କଥା କୁହାଯାଇଛି। ପ୍ରତ୍ୟେକ ସ୍ୱପ୍ନର ରହସ୍ୟ ଏବଂ ଅଲଗା ଅଲଗା ଫଳ ରହିଥାଏ। କିଛି ସ୍ୱପ୍ନ ଏମିତି ବି ଥାଏ, ଯାହା ଜଣେ ମଣିଷକୁ ବାରମ୍ବାର ଆସିଥାଏ। ବାରମ୍ବାର ଆସୁଥିବା ଏମିତି ସ୍ୱପ୍ନ ମଣିଷକୁ ଚେତେଇ ଦେବାର କାମ କରିଥାଏ। ଆମେ ଆପଣଙ୍କୁ ଏଭଳି କିଛି ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ, ଯାହା କ୍ୟାରିୟରରେ କିଛି ଘଟଣାର ସଙ୍କେତ ଦେଇଥାଏ।

ସ୍ୱପ୍ନରେ ପ୍ରବାହିତ ନଦୀ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ନିଜକୁ ସ୍ୱପ୍ନରେ କୌଣସି ନଦୀରେ ପହଁରୁଥିବାର ଦେଖିଲେ ତାହା ବହୁତ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି କି, କ୍ୟାରିୟରରେ ସକାରାତ୍ମକ ଲାଭ ମିଳିବାକୁ ଯାଉଛି। ଖାସ୍‌ କରି ଯଦି ଆପଣ ସ୍ୱପ୍ନରେ ନଦୀର ପ୍ରବାହ ଦିଗରେ ନିଜକୁ ଦେଖନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ। ଅନ୍ୟପଟେ ଯଦି ଆପଣ ସ୍ୱପ୍ନରେ ନିଜକୁ ବିପରୀତ ଦିଗରେ ପହଁରୁଥିବାର ଦେଖନ୍ତି, ତେବେ ଏହା ଅଶୁଭ ସଙ୍କେତ ଦେଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି କି, କ୍ୟାରିୟରରେ ବିଫଳତା ମିଳିବାକୁ ଯାଉଛି।

ସ୍ୱପ୍ନରେ ନିଜକୁ ଲୁଚି ଥିବାର ଦେଖିବା: ଯଦି ଆପଣ ସ୍ୱପ୍ନରେ ନିଜକୁ କୌଣସି ଏକ ବସ୍ତୁ ପଛରେ ଲୁଚି ରହିଥିବାର ଦେଖନ୍ତି, ତେବେ ଏହା ଅଶୁଭ ସଙ୍କେତ ଦେଇଥାଏ। କ୍ୟାରିୟର ଦୃଷ୍ଟିରୁ ଏହି ସ୍ୱପ୍ନକୁ ନକାରାତ୍ମକ ବୋଲି କୁହାଯାଏ। ଏମିତି ସ୍ୱପ୍ନ ଏହି କଥାର ସଙ୍କେତ ଦେଇଥାଏ କି, ଭବିଷ୍ୟତରେ ଆପଣଙ୍କୁ ଭୟଙ୍କର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ସ୍ୱପ୍ନ ବାରମ୍ବାର ଆସିବା ମଧ୍ୟ ଅଶୁଭ ସଙ୍କେତ ଦେଇଥାଏ।

ସ୍ୱପ୍ନରେ ଆକାଶରେ ଉଡିବା: ସ୍ୱପ୍ନରେ ନିଜକୁ ଆକାଶରେ ଉଡ଼ୁଥିବାର ଦେଖିବା ଶୁଭ ସଙ୍କେତ ହୋଇଥାଏ। ଏମିତି ସ୍ୱପ୍ନ ଏହି କଥା ଆଡ଼କୁ ଇଶାରା କରିଥାଏ କି, ଆପଣ ଭବିଷ୍ୟତରେ ନିଜ କ୍ୟାରିୟରର ଉଚ୍ଚତାକୁ ସ୍ପର୍ଶ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ଏହି ସ୍ୱପ୍ନ ସିଧାସଳଖ କ୍ୟାରିୟରରେ ମିଳିବାକୁ ଥିବା ବଡ ସଫଳତା ବିଷୟରେ କହିଥାଏ। ଏଥି ସହିତ ଆପଣଙ୍କ ଭାଗ୍ୟ ଉଦୟ ହେବାର ସଙ୍କେତ ଦେଇଥାଏ।

ଜାଣନ୍ତୁ ଆଉ କେଉଁ ସବୁ ସ୍ୱପ୍ନ କି ଫଳ ଦେଇଥାଏ

– ନିଜ ଆଖ ପାଖରେ ଧନ ଦେଖିବା, କାହା ଦ୍ୱାରା ଆପଣଙ୍କୁ ଧନ ମିଳିବା, ଏମିତି ସ୍ୱପ୍ନ ଶୁଭ ଫଳ ଦେଇଥାଏ।

– ଯଦି ଆପଣ କେଉଁଠି ଉଚ୍ଚ ସ୍ଥାନରେ ପତାକା ଲଗାଉଛନ୍ତି କିମ୍ବା ହାତରେ ପତାକା ଧରି ଯାଉଛନ୍ତି, ଏହି ସ୍ୱପ୍ନ କର୍ମ କ୍ଷେତ୍ରରେ ଉନ୍ନତି ଆଣି ଦେଇଥାଏ।

– ସ୍ୱପ୍ନରେ ଯଦି ମୟୁର ନାଚୁଥିବା ଦେଖାଯାଏ, ତେବେ ଭାଗ୍ୟୋଦୟର ପ୍ରତୀକ ହୋଇଥାଏ।

– ଯଦି କେଉଁ ବ୍ୟକ୍ତି ନିଜ ଘରଦ୍ୱାର ଖୋଲୁଥିବାର ସ୍ୱପ୍ନ ଆପଣ ଦେଖନ୍ତି, ତେବେ ଆପଣଙ୍କ ଭାଗ୍ୟ ନିକଟରେ ଖୋଲିବ ବୋଲି ଜାଣିବେ।

– ଗୋବରରେ ଘର ଲିପୁଥିବାର ଦେଖିଲେ, ଏହାର ଅର୍ଥ ଭଗବାନ ଆପଣଙ୍କ ସହ ଅଛନ୍ତି।

– ଗାଈର ସେବା କରୁଥିବାର ସ୍ୱପ୍ନ ଦେଖିଲେ ଜାଣିବେ ଯେ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିଛି। ଖୁବ୍ ଶୀଘ୍ର ଜୀବନରେ ସୁଖ ଆସିବ।

Leave A Reply

Your email address will not be published.