Categories: ସ୍ପେଶାଲ

ଏ ହେଉଛି ଲଣ୍ଡନର ଭୟଙ୍କର ମ୍ୟୁଜିୟମ୍‌, ଯେଉଁଠି ବିକ୍ରି ହୁଏ ମଣିଷର ଅଙ୍ଗ, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ

ଲଣ୍ଡନଠାରୁ ମାତ୍ର ୪୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଥିବା ଏକ ମ୍ୟୁଜିୟମ୍‌ ଦୁନିଆଯାକର ଲୋକଙ୍କୁ ଆକର୍ଷିତ କରୁଛି। ଏଠାକାର ଖାସ୍‌ କଥା ହେଉଛି, ଏଠାରେ କୌଣସି ପେଣ୍ଟିଂ କିମ୍ବା ମୂର୍ତ୍ତି ସଂରକ୍ଷିତ ନାହିଁ, ବରଂ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ସଜ୍ଜିତ କରି ରଖାଯାଇଛି, ଯେପରି ମଣିଷର ମୁଣ୍ଡ, ଗୋଡ଼, ଆଙ୍ଗୁଠି, ଏପରି କି ମୃତ ଶିଶୁକୁ ଲୋକେ ଏଠାରେ ଦେଖିପାରୁଛନ୍ତି। ଏଗୁଡ଼ିକୁ ବଡ଼ ବଡ଼ କାଚ ଜାର୍‌ରେ ଆଚାର କରି ରଖାଯାଇଛି ଏବଂ ଲୋକଙ୍କୁ ପସନ୍ଦ ଆସିଲେ, ସେମାନେ ଏହି ଆଚାରକୁ ମଧ୍ୟ କିିଣିପାରିବାର ସୁବିଧା ରହିଛି।

ଆଧୁନିକ ସହର ଲଣ୍ଡନରେ ଥିବା ଏହି ଅଦ୍ଭୁତ ତଥା ଭୟଙ୍କର ମ୍ୟୁଜିୟମ୍‌ର ନାଁ ହେଉଛି ‘କ୍ୟୁରୋସିଟିଜ୍‌ ଫ୍ରମ୍‌ ଦ ଫିଫ୍‌ଥ କର୍ନର’। ଏହାର ମାଲିକ ଅର୍ଥାତ୍‌ ସଂଗ୍ରହକର୍ତ୍ତାଙ୍କ ନାଁ ହେନେରୀ ସ୍କାର୍ଗ। ମଣିଷର ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକୁ ସଂଗ୍ରହ କରି ସାଇତି ରଖିବା ତାଙ୍କ ସଉକ, ଏବେ ସେ ଏହାକୁ ପେସାରେ ବଦଳାଇ ଦେଇଛନ୍ତି। ହେନେରୀ କୁହନ୍ତି, ‘ମୁଁ ସେହି ଲୋକଙ୍କୁ ଏହି ଅଙ୍ଗପ୍ରତ୍ୟେଙ୍ଗ ବିକୁଛି, ଯେଉଁମାନେ ମଣିଷକୁ ପାଖରୁ ବୁଝିବା ପାଇଁ ଆଗ୍ରହ ରଖନ୍ତି’।

ଏହି ମ୍ୟୁଜିୟମ୍‌ ଦୋକାନରେ ପଶିବା କ୍ଷଣି ଆପଣ ଏଠାରେ ମଣିଷର ସବୁ ଅଙ୍ଗ ଯେପରି ହାତ, ଗୋଡ଼, ଆଙ୍ଗୁଠି, କେଶ, ନଖ, ଛାତି, ଅଣ୍ଟା ଭଳି ଜିନିଷ ଦେଖିପାରିବେ। ବାହାରି ଆସିଥିବା ଆଖିଠାରୁ ଆରମ୍ଭ କରି ଛୋଟ ଛୋଟ ମୃତ ଶିଶୁଙ୍କୁ ମଧ୍ୟ କାଚ ଶିଶିରେ ରଖାଯାଇଛି। ମଣିଷ ବ୍ୟତୀତ ଯେଉଁମାନେ ପଶୁପକ୍ଷୀମାନଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ମଧ୍ୟ ଏଠାକୁ ଆସି ବୁଲିପାରିବେ। ଏଠାରେ ପ୍ରତ୍ୟେକ କଲେକ୍ସନରେ ଏହାର ଦାମ୍‌ ମଧ୍ୟ ଲଗାଯାଇଛି। ଏ ସବୁର ଦାମ୍‌ ୯୦୦ରୁ ଆରମ୍ଭ କରି ୨.୫ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ରହିଛି।

ହେନେରୀଙ୍କ ଏହି ଦୋକାନ ଏତେ ଭୟଙ୍କର ଯେ ଲୋକେ ପଶିବା ମାତ୍ରେ ଭୟଭୀତ ହୋଇଯାଆନ୍ତି। ହେନେରୀଙ୍କ କହିବା ହେଲା, ଅନେକ ଲୋକ ତାଙ୍କୁ ଖରାପ ଏବଂ ଅଜବ ବୋଲି ଭାବନ୍ତି। କିନ୍ତୁ ତାଙ୍କୁ ସେଥିରେ କୌଣସି ଫରକ୍‌ ପଡ଼େନାହିଁ। ହେନେରୀ ତାଙ୍କ ମ୍ୟୁଜିୟମ୍‌ରେ ଦୁନିଆର ଅଲଗା ଅଲଗା ସଂସ୍କୃତିର ଲୋକଙ୍କ ଖପୁରୀ ଏବଂ ମହିଳାମାନଙ୍କ ଗର୍ଭର ଅଂଶକୁ ସଂରକ୍ଷିତ ରଖିଛନ୍ତି, ଯେପରି ଲୋକମାନେ ଅନ୍ୟ ସଂସ୍କୃତି ବିଷୟରେ ଜାଣିପାରିବେ।

ତେବେ ମ୍ୟୁଜିୟମ୍‌ରେ ମାନବ ଅଙ୍ଗ ରଖିବା ପାଇଁ ହେନେରୀ ମେଡିକାଲ ବୋର୍ଡଠାରୁ ଅନୁମତି ଆଣିଛନ୍ତି, ଯେପରି ଆଇନ୍‌ ସମ୍ବନ୍ଧୀୟ କୌଣସି ଅସୁବିଧାର ସାମ୍ନା କରିବାକୁ ନ ପଡ଼େ। ଯେଉଁ ମୃତଦେହର କୌଣସି ଦାବିଦାର ନ ଥାଆନ୍ତି, ଖାସ୍‌ କରି ସେହି ମୃତଦେହଗୁଡ଼ିକୁ ଆଣିଥାଆନ୍ତି ହେନେରୀ। ଏହାପରେ ମୃତଦେହର ପ୍ରୋସେସିଂ ହୋଇଥାଏ। ଏହାକୁ ଫର୍ମାଲଡିହାଇଡ୍‌ରେ ବୁଡ଼ାଇ ରଖାଯାଏ। ଏହାଦ୍ୱାରା ଶରୀରର କୋଷିକାଗୁଡ଼ିକ ଖରାପ ହୋଇ ନ ଥାଏ, ଆଉ ତାହା ସୁରକ୍ଷିତ ରହିଥାଏ। ପୁଣିଥରେ ତାହାକୁ ଆଲ୍‌କହଲରେ ବୁଡ଼ାଇ ସଂରକ୍ଷିତ ରଖାଯାଏ। ମଝିରେ ମଝିରେ ପାଣିକୁ ବଦଳାଯାଏ, ଯେପରି ତାହା ସଢ଼ି ନ ଯାଏ।

ହେନେରୀ ଏଭଳି ମ୍ୟୁଜିୟମ୍‌ କରିଥିବାରୁ କେହି କେହି ଲୋକ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରି ନ ଥାଆନ୍ତି। ଆଉ କେତେଜଣ ସେମାନଙ୍କ ମରିବା ପରେ ଏହି ମ୍ୟୁଜିୟମ୍‌କୁ ଶରୀର ଦାନ କରିବାକୁ ପସନ୍ଦ କରନ୍ତିି। ସେମାନେ ନିଜ ଇଚ୍ଛାରେ ଶରୀର ଡୋନେଟ୍‌ କରିବାକୁ ହେନେରୀଙ୍କ ସହିତ କଥାବାର୍ତ୍ତା କରନ୍ତି। ଏଥିରୁ ମ୍ୟୁଜିୟମ୍‌ର ଲୋକପ୍ରିୟତା କେତେ, ତାହା ଅନୁମାନ କରିଯାଇପାରେ।

ମ୍ୟୁଜିୟମ୍‌ର ଏଣ୍ଟ୍ରି ଫିସ୍‌ ରହିଛି ୧ ପାଉଣ୍ଡ। ଏଥିପୂର୍ବରୁ ହେନେରୀ ଅନେକ ଥର ମଣିଷର ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକୁ ନିଲାମ କରିସାରିଛନ୍ତି ଏବଂ ସେଥିରୁ ଜମା ହୋଇଥିବା ପଇସାକୁ ଚାରିଟିକୁ ଦାନ କରିଛନ୍ତି।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

9 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

9 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

36 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

44 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago