Categories: ସ୍ପେଶାଲ

ଅଜବ ଅନ୍ତେଷ୍ଟି, ଅନ୍ତିମ ସଂସ୍କାରର ଏଭଳି ଭିନ୍ନ ପରମ୍ପରା ଯାହା ଉଡାଇଦେବ ଆପଣଙ୍କ ହୋସ

ମଣିଷର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ । ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ପାଇଁ ବ୍ୟକ୍ତିକୁ ଜଳାଇବାର ପରମ୍ପରା ଥିବାବେଳେ ଅନ୍ୟ ଧର୍ମରେ ସମାଧି ଦେବାର ପରମ୍ପରା ରହିଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ବ୍ୟତୀତ ଅନ୍ୟ ପ୍ରକାରରେ ମଧ୍ୟ ଲୋକ ମାନଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ ଯାହାକି ବହୁତ ଆଶ୍ଚର୍ଯ୍ୟକର ହୋଇଥାଏ । ଆଜି ଆମେ ଏପରି କିଛି ଅଦ୍ଭୁତ ଅନ୍ତିମସଂସ୍କାର ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲା ମାତ୍ରେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ତାହେଲେ ଆସନ୍ତୁ ଜାଣିବା ସେହି ଅଦ୍ଭୁତ ଅନ୍ତିମ ସଂସ୍କାର ବିଷୟରେ ।

ଦକ୍ଷିଣ ମେକ୍ସିକୋର ମାୟନରେ ଅଧିକାଂଶ ମୃତବ୍ୟକ୍ତିଙ୍କ ନିଜ ଘରେ ହିଁ ସମାଧି ଦେବାର ପରମ୍ପରା ରହିଛି । କାରଣ ସେମାନଙ୍କର ଧାରଣା ଅନୁଯାୟୀ ଏପରି କରିବା ଦ୍ୱାରା ମୃତବ୍ୟକ୍ତି ନିଜର ପରିବାର ସହିତ ହିଁ ରହିଥାନ୍ତି । ଯଦିଓ ଏହାର ଅନ୍ୟ ଏକ କାରଣ ଗରିବୀ ବୋଲି ମଧ୍ୟ କୁହାଯାଇଥାଏ କାରଣ ସେମାନଙ୍କ ପାଖରେ ଏତେ ବି ସମ୍ବଳ ନଥାଏ ଯାହାଦ୍ୱାରା ସେମାନେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର କରିପାରିବେ । ସେଥିପାଇଁ ସେମାନେ ନିଜ ଘରେ ଗାତ ଖୋଳି ଶବକୁ ପୋତି ଦେଇଥାନ୍ତି ।

ଇଣ୍ଡୋନେସିଆର ବାଲିରେ ମୃତବ୍ୟକ୍ତିଙ୍କୁ ଜୀଵିତ ଲୋକ ଭଳି ଚର୍ଚ୍ଚା କରାଯାଇଥାଏ । କୁହାଯାଏ କି ସେ ବର୍ତ୍ତମାନ ଶୋଇଛନ୍ତି । ଏଠାରେ ମଣିଷର ମୃତ୍ୟୁ ପରେ ଲୁହ ଝରାଇବାକୁ ବାରଣ କରାଯାଇଥାଏ ।

ଭିଏତନାମାରେ ଅନେକ ସ୍ଥାନରେ ପରମ୍ପରା ରହିଛି ଯେ ମରିଗଲା ପରେ ବ୍ୟକ୍ତିର ବଡ଼ ପୁଅ କିମ୍ବା ଝିଅ ନିଜ ହାତରେ ସେମାନଙ୍କର ସମସ୍ତ ବସ୍ତ୍ର ଖୋଲିଦେଇଥାନ୍ତି ଏବଂ ତାଙ୍କୁ କିଛି ସମୟ ପାଇଁ ପବନରେ ଉଡାଇଥାନ୍ତି । ଏହାପରେ ମୃତକଙ୍କ ଆତ୍ମାକୁ ଡକାଯାଇଥାଏ ଯାହାଦ୍ୱାରା ସେ ପୁଣିଥରେ ମୃତକର ଶରୀରରେ ପ୍ରବେଶ କରିପାରିବେ ।

ଏହାସହ ପଢନ୍ତୁ ଜାଣନ୍ତୁ କାହିଁକି ଗୋପନୀୟ ରଖାଯାଇଥାଏ କୌଣସି କିନ୍ନରର ଅନ୍ତିମ ସଂସ୍କାର

ଚୀନ ଓ ଫିଲିପାଇନ୍ସର ଅନେକ ସ୍ଥାନରେ ମଣିଷର ମୃତ୍ୟୁପରେ ତାଙ୍କର ଶବକୁ କଫିନ ମଧ୍ୟରେ ରଖି ଉଚ୍ଚ ଚଟାଣ ଉପରେ ଲଟକାଇ ଦିଆଯାଇଥାଏ । ଏପରି କରିବା ପଛରେ କାରଣ ହେଉଛି ଏହାଦ୍ୱାରା ମୃତକର ଆତ୍ମା ସିଧାସଳଖ ସ୍ୱର୍ଗକୁ ଯାଇଥାଏ ।

 

ତିବ୍ବତର ବୋୖଦ୍ଧ ସମୁଦାୟରେ ପରମ୍ପରା ରହିଛି ଯେ ମଣିଷର ମୃତ୍ୟୁ ପରେ ତାର ଶବକୁ ଛୋଟ ଛୋଟ ଟୁକୁଡା କରି ଶାଗୁଣାକୁ ଖାଇବାକୁ ଦିଆଯାଇଥାଏ । ହଜାର ହଜାର ବର୍ଷ ଧରି ସେଠାରେ ଏମିତି ପରମ୍ପରା ରହିଆସିଛି କାରଣ ଏଠାକାର ଲୋକ ବିଶ୍ୱାସ କରିଥାନ୍ତି ଯେ ଶାଗୁଣା ମୃତ ବ୍ୟକ୍ତିକୁ ଖାଇବା ଦ୍ୱାରା ସେ ଉଡିବା ସହିତ ମୃତ ବ୍ୟକ୍ତିର ଆତ୍ମା ସ୍ୱର୍ଗରେ ପହଞ୍ଚି ଯାଇଥାଏ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago