ଏହି ଗଛ କୋବ୍ରା ଅପେକ୍ଷା ବି ଅଧିକ ବିଷାକ୍ତ, ଯାହାର ନାଁ ସୁଇସାଇଡ ଟ୍ରି

ଗଛ ଆମକୁ ଅନେକ ଭାବେ ସାହାଯ୍ୟ କରିଥାଏ, ତାର ଛାଇ, କାଠ, ଫୁଲ ଓ ଫଳ ଦିଏ। କହିବାକୁ ଗଲେ ଆଜି ଆମେ କେବଳ ଗଛ ଏବଂ ଉଦ୍ଭିଦ ହେତୁ ମୁକ୍ତ ଭାବରେ ନିଶ୍ୱାସ ନେଉଛୁ। ଗଛ ଏବଂ ଉଦ୍ଭିଦ ମାନବ ଜାତି ପାଇଁ ଏକ ଲାଭ ବୋଲି ବିବେଚନା କରାଯାଉଥିବାବେଳେ ଆୟୁର୍ବେଦ ଏହି ଉଦ୍ଭିଦଗୁଡିକୁ ଔଷଧୀୟ ବୋଲି ବିବେଚନା କରନ୍ତି। ଏହାର ମୂଳ, ଫୁଲ, ପତ୍ରରୁ ମଧ୍ୟ ଅନେକ ଔଷଧ ତିଆରିରେ ବ୍ୟବହୃତ ହୁଏ। ଆମେ ମଣିଷ ଯେତେ ଅଧିକ ଗଛ ଏବଂ ଉଦ୍ଭିଦକୁ ଧନ୍ୟବାଦ୍ ଦେଲେ ମଧ୍ୟ ତାହା କମ୍ ହେବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ନିଆରା ଗଛ ବିଷୟରେ କହିବୁ ଯାହା ମଣିଷକୁ ଜୀବନ ଦେବା ପରିବର୍ତ୍ତେ ଏହା ତାଙ୍କ ଜୀବନ ପ୍ରତି ବିପଦ ହୋଇଯାଏ। ସରବେରା ଓଡୋଲମ ନାମକ ଗଛଟି ଅତି ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଏ କିନ୍ତୁ ଏହା କେତେ ମାରାତ୍ମକ ତାହା ଆପଣ କଳ୍ପନା ମଧ୍ୟ କରି ପାରିବେନି।

ଏହି ଗଛଟି ଯେତିକି ସୁନ୍ଦର ଦେଖାଯାଏ, ସେତିକି ବିପଜ୍ଜନକ ମଧ୍ୟ। କୁହାଯାଏ ଯେ କୋବ୍ରା ସପର ବିଷ ଅପେକ୍ଷା ଏହି ଗଛ ଅଧିକ ବିଷାକ୍ତ। ସରବେରା ଓଡୋଲମ୍ କୁ ଆତ୍ମହତ୍ୟା ଗଛର ନାମ ମଧ୍ୟ ଦିଆଯାଇଛି। ଭାରତ ସମେତ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ କେତେକ ଦେଶରେ ଏହି ସୁଇସାଇଡ ଟ୍ରି ଦେଖିବାକୁ ମିଳେ। ଏହି ଗଛ ଯେଉଁଠାରେ ମିଳେ, ସେହି ସ୍ଥାନରେ ସୁରକ୍ଷା ବଢ଼ା ଯାଏ। ଯେମିତିକି ଲୋକମାନେ ଏଥିରୁ କୌଣସି ଭାବେ ଅସୁବିଧାରେ ନପଡନ୍ତୁ। କୁହାଯାଏ ଯେ ପ୍ରତି ସପ୍ତାହରେ ଅତି କମରେ ଜଣେ ବ୍ୟକ୍ତି ଏହି ଉଦ୍ଭିଦ ପାଇଁ ମୃତ୍ୟୁବରଣ କରନ୍ତି। ଅନେକ ଗବେଷଣା କରିବା ପରେ ଏହା ଜଣାପଡିଛି ଯେ ଏହା ଅନ୍ୟାନ୍ୟ ବିଷାକ୍ତ ଉଦ୍ଭିଦ ମଧ୍ୟରେ ସବୁଠାରୁ ବିଷାକ୍ତ ଗଛ। ଏହି ଗଛର ବିଷାକ୍ତ କାରଣ ହେଉଛି ଏହାର ଫଳର ମଞ୍ଜି, ଯେଉଁଥିରେ ସାରବେରିନ୍ ନାମକ ଏକ ଉପାଦାନ ଥାଏ, ଯାହା ଅତ୍ୟଧିକ ବିଷାକ୍ତ। ଯଦି କେହି ଅଳ୍ପ ପରିମାଣର ସାରବେରିନ୍ ଟକ୍ସିନ୍ ଖାଏ, ତା’ହେଲେ ତାଙ୍କ ଶରୀର ଜଳିବା ଭଳି ଲାଗେ ଏବଂ ଯନ୍ତ୍ରଣା ଅନୁଭବ ହେବା ପରି ଲାଗେ। ହଠାତ୍ ସାରବେରିନ୍ ଖାଇବା ଦ୍ୱାରା ବାନ୍ତି, ଅନିୟମିତ ହୃଦସ୍ପନ୍ଦନ ଭଳି ସମସ୍ୟା ମଧ୍ୟ ହୋଇପାରେ।

ସାରବେରାଇନ୍ ଖାଇବାର କିଛି ଘଣ୍ଟା ମଧ୍ୟରେ ମଣିଷ ମରିଯାଏ। ଏହା ମୃତ୍ୟୁ ଇଞ୍ଜେକ୍ସନ ପରି କାମ କରେ। ସବୁଠାରୁ କଷ୍ଟକର ବିଷୟ ହେଉଛି ଶରୀରକୁ ଯିବା ପରେ ଡାକ୍ତରଙ୍କ ପାଇଁ ଏହାକୁ ଚିହ୍ନିବା ବହୁତ କଷ୍ଟକର। ତେବେ ଆମ ଚାରିପାଖରେ ଅନେକ ପ୍ରକାର ଉଦ୍ଭିଦ ରହିଛି ଯାହାକୁ ଆମେ ଜାଣି ନାହୁଁ। କିନ୍ତୁ ପ୍ରତ୍ୟେକ ଗଛ ବିଷୟରେ ଜାଣିବା ଦରକାର ଓ ଏହାର ଭଲ ଏବଂ ଖରାପ ଗୁଣ ବିଷୟରେ ମଧ୍ୟ ଜାଣିବା ଉଚିତ୍ ।

Leave A Reply

Your email address will not be published.