ରାପ୍ ରୁ ଅକ୍ସଫୋର୍ଡ ପଢିବାର ସ୍ବପ୍ନ ପୂରଣ କଲେ ଯୁବକ, ସୋସିଆଲ୍ ମିଡିଆରେ ଏବେ ତାଙ୍କୁ ନେଇ ଚର୍ଚ୍ଚା

କୋରାପୁଟ: ପାଟିରୁ ବାହାରୁଛି ଅନର୍ଗଳ ରାପ୍ । ହୀନ୍ଦି, ଇଂଲିସ୍ , ଓଡିଆ ସବୁ ଭାଷାରେ ରାପ୍ କରିବାରେ ପାରଙ୍ଗମ। ବିଶେଷ କରି ଜାତିବାଦ ବିରୋଧୀକୁ ନେଇ ରାପ୍ କରି ବେଶ୍ ଚର୍ଚ୍ଚାରେ ଏହି ଯୁବକ। ଦର୍ଶକବନ୍ଧୁ ମାଓମାଦୀ ଓ ଜମିଜମାକୁ ନେଇ ଦିନେ ଚର୍ଚ୍ଚିତ ଥିଲା ନାରାୟଣପାଟଣାଲ। ଆଜି କିନ୍ତୁ ଭିନ୍ନ ଏକ କାରଣ ପାଇଁ ବିଶ୍ଵ ଦରବାରରେ ପୁଣି ଚର୍ଚ୍ଚାରେ ଏହି ନାରାୟଣପାଟଣା । ଏହି ଚର୍ଚ୍ଚାର କାରଣ ହେଉଛନ୍ତି ଜଣେ ଯୁବ ରାପ୍ ଗାୟକ ।

ଯିଏ ଅକ୍ସଫୋର୍ଡରେ ପାଠ ପଢିବା ପାଇଁ ନାମଲେଖା ଫି ବାବଦକୁ ୨୮ ଲକ୍ଷ ଟଙ୍କା ଯୋଗାଡ଼ କରିପାରିଛନ୍ତି ଏହି ରାପ୍ ମାଧ୍ଯମରେ । ଖାଲି ସେତିକି ନୁହେଁ , ଏହାବାଦ ସେଠାରେ ତାଙ୍କ ରହିବା , ଖାଇବା ପିଇବା ଓ ଅନ୍ଯାନ୍ଯ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆହୁରି ୯ଲକ୍ଷ ଟଙ୍କା ଯୋଗାଡ କରିଛନ୍ତି । ନିଜ ପାଇଁ ପାଖାପାଖି ୩୭ଲକ୍ଷ ୩୮ ହଜାର ୧୫୫ ଟଙ୍କା ସଂଗ୍ରହ କରିଛନ୍ତି । ସେଥିପାଇଁ ସାମାଜିକ ଗଣ ମାଧ୍ୟମରେ ସେ ଏବେ ବେଶ ଚର୍ଚ୍ଚାରେ ।

ରାପ୍ ସଂଗୀତର ଜାଦୁରେ ଶ୍ରୋତାଙ୍କୁ ବିମୋହିତ କରୁଥୁବା ଏ ହେଉଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତେନ୍ତୁଳି ପଦର ପଂଚାୟତର ଡଙ୍ଗାପାଇ ଗାଁ ର ସୁମିତ ତୁରୁକୁ । ବିଦେଶରେ ପାଠ ପଢିବା ସ୍ୱପ୍ନ ଆଜି ତାଙ୍କର ପୂରଣ ହୋଇଛି। ଦିଲ୍ଲୀ ଜେଏନୟୁ ବିଶ୍ଵ ବିଦ୍ୟାଳୟରେ ଅଧୟନ କରିଛନ୍ତି ସୁମିତ । ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟରେ ପଢିବା ପାଇଁ ସେ ସୁଯୋଗ ପାଇଛନ୍ତି । ହେଲେ ଏହି ପାଠ୍ଯ କ୍ରମରେ ନାମ ଲେଖାଇବା ସକାଶେ ୨୮ ଲକ୍ଷ ଟଙ୍କା ଆବଶ୍ଯକତା ପଡିଥିଲା । ଏଥିନେଇ ସେ ଛାତ୍ର ବୃତି ପାଇଁ ଆବେଦନ କରିଥିଲେ ହେଲେ ପାଇପାରିନଥିଲେ। ଏହାପରେ ସୁମିତ ଭାଙ୍ଗିପଡିନଥିଲେ, ଆର୍ଥିକ ସ୍ଥିତି ମଜବୁତ୍ କରିବା ପାଇଁ ସେ ସୋସିଆଲ ମିଡିଆର ସହଯୋଗ ନେଇଥିଲେ।

ନିଜ ରାପକୁ ଟ୍ବିଟରରେ ପୋଷ୍ଟ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ସୁମିତ ସମସ୍ତ ସମସ୍ଯାରୁ ବାହାରିବା ସହିତ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ପଢ଼ିବା ପାଇଁ ଥିବା ଅର୍ଥାଭାବରୁ ମୁକୁଳି ଯାଇଥିଲେ । ଭବିଷ୍ଯତରେ ଜଣେ ପ୍ରଫେସର ହେବା ସହ କୋରାପୁଟ ଜିଲ୍ଲାର ପିଲାଙ୍କୁ ବିଶ୍ଵ ସ୍ତରର ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

sumit rapperଦୃଢ ଇଚ୍ଛାଶକ୍ତି ସହ ନିଷ୍ଠାପର ଉଦ୍ୟମ କଲେ ସଫଳତା ମିଳିଥାଏ । ଏକଥାକୁ ସଫଳ କରି ଦେଖାଇଛନ୍ତି ୨୭ ବର୍ଷର ସୁମିତ ତୁରୁକୁ । ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ସରିବାପରେ ଉଚ୍ଚ ଶିକ୍ଷା ପାଇଁ ପ୍ରଥମେ ଭୁବନେଶ୍ଵର ପରେ ଦିଲ୍ଗୀ ଜେ ଏନୟୁରେ ପଢିଲେ। ଉଚ୍ଚ ଅଭିଳାଶ ରଖି ୨୦୧୮ ରୁ ୨୦୨୦ ପର୍ଯ୍ଯନ୍ତ ଫ୍ରାନସରେ ଅଧୟନ ଜରିଛନ୍ତି। ବର୍ତମାନ ଅକ୍ସଫୋର୍ଡରେ ମଡର୍ଣ ସାଉଥ ଏସିଆନ ଷ୍ଟଡିଜରେ ପିଜି କରିବେ। ପିଏଚଡି ସାରି କୋରାପୁଟରେ ବିଶ୍ଵସ୍ତରୀୟ ଶିକ୍ଷାଦାନ ଜରିବାକୁ ସ୍ୱପ୍ନ ରଖିଛନ୍ତି। ପୁଅର ଏଭଳି ସଫଳତା ପାଇଁ ପରିବାର ବେଶ ଖୁସି ପ୍ରକଟ କରିଛନ୍ତି।

ନାରାୟଣପାଟଣାର ସୁମିତ ତୁରୁକ ଜଣେ ମେଧାବୀ ଛାତ୍ର। ସଂଗୀତ ରାପର ଓ ଜାତିବାଦ ବିରୋଧୀ କାର୍ଯ୍ଯକର୍ତ୍ତା । ତାଙ୍କ ରାପ୍ ଗୁଡ଼ିକ ମୁଖ୍ଯତଃ ଜାତିବାଦ ବିରୋଧୀ । ସେ ଏହାକୁ ନେଇ ଓଡ଼ିଆ , ହିନ୍ଦୀ ଓ ଇଂରାଜୀରେ ରାପ – ଗୀତ ପରିବେଷଣ ଜରି ଦେଶରେ ପରିଚିୟ ଲାଭ କରିଛନ୍ତି । ଅକ୍ସଫୋର୍ଡରେ ପଢି ସ୍ୱପ୍ନ ପୁରଣ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତାଙ୍କର ସ୍ବପ୍ନ ପୂରଣ ହେଉ ଏହା ହିଁ ଆମର କାମନା ।

କୋରାପୁଟରୁ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.