ଆସନ୍ତା ୧୪ ଅପ୍ରେଲରେ ସୂର୍ଯ୍ୟଦେବ କରିବେ ନିଜ ସ୍ଥାନ ପରିବର୍ତ୍ତନ, ମିଳିବ ଏହି ସବୁ ରାଶିକୁ ଅନେକ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହରାଜ କୁହାଯାଏ। ୧୨ ଟି ରାଶିର ରାଜା ହେଉଛନ୍ତି ସୂର୍ଯ୍ୟଦେବ। ତେବେ ସବୁ ଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ କଦାପି ବକ୍ରି ହୁଅନ୍ତି ନାହିଁ। ମାନେ ଏମାନେ କେବେବି ପଛୁଆ ଫେରିକି ରାଶି ପରିବର୍ତ୍ତନ କରନ୍ତି ନାହିଁ। ଏମାନେ ସର୍ବଦା ଗୋଚର ମାନେ ସିଧା ରାଶି ପରିବର୍ତ୍ତନ କରନ୍ତି।

ଆସନ୍ତା ମହାବିଷୁବ ସଂକ୍ରାନ୍ତିରେ ସୂର୍ଯ୍ୟଦେବ ନିଜ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରୁଛନ୍ତି। ଯାହାର ପ୍ରଭାବ ଅନ୍ୟାନ୍ୟ ରାଶି ଉପରେ ପଡ଼ିବ। ବିଶେଷ କରି ୫ ଟି ରାଶି ଉପରେ ଏହାର ଖାସ ପ୍ରଭାବ ପଡ଼ିବ। ଏବେ ଜାଣନ୍ତୁ ନିଜ ରାଶି ସମ୍ପର୍କରେ..

ମିଥୁନ :

ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଅତ୍ୟନ୍ତ ଲାଭଦାୟକ ରହିବ । ସୂର୍ଯ୍ୟଙ୍କ ଗୋଚର ସମୟରେ ଆର୍ଥିକ ଲାଭ ହେବ । ଆର୍ଥିକ ସ୍ଥିତି ଆହୁରି ସୁଦୃଢ ହେବ । କ୍ୟାରିୟରରେ ବିରୋଧୀଙ୍କଠାରୁ ମଧ୍ୟ ଲାଭ ପାଇପାରିବେ । କର୍ମକ୍ଷେତ୍ରରେ ଅଧିକାରୀଙ୍କ ନିକଟତର ହେବେ । ଏହା ବ୍ୟତୀତ ବ୍ୟବସାୟ ବୃଦ୍ଧି ହେବ ।

କର୍କଟ :

ସୂର୍ଯ୍ୟଙ୍କର ଗୋଚର ଦ୍ବାରା କର୍ମଜାବୀ ଅଧିକ ଲାଭ ପାଇବେ । ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଅଧିକ ସଫଳତା ପାଇବେ । ଏହାସହ ଚାକି ରିରେ ଉନ୍ନତି କରିବାର ସୁଯୋଗ ମଧ୍ୟ ମିଳିବ । ଏହାସହ ବାପାଙ୍କ ସହିତ ସମ୍ପର୍କ ମଜବୁତ ହେବ ।

sun
pc: zee news

ସିଂହ :

ସିଂହ ରାଶି ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ଭଲ ଫଳ ଦେବ । କାରଣ ଏହି ରାଶିର ସ୍ବାମୀ ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତି ସମାଜରେ ମାନସମ୍ମାନ ପାଇବେ । କର୍ମକ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟରେ ଆର୍ଥିକ ଅଗ୍ରଗତି ହେବ । ସୂର୍ଯ୍ୟଙ୍କ ଗୋଚର ଦ୍ବାରା ଏହି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ । ସରକାରୀ ଚାକି ରି କରୁଥିବା ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଲାଭଦାୟକ ହେବ ।

ବିଛା :

ସୂର୍ଯ୍ୟଙ୍କ ଗୋଚର ଦ୍ବାରା ଏହି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ । ଚାକିରୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଯେଉଁମାନେ ସରକାରୀ ଚାକି ରି କରୁଛନ୍ତି ସେମାନେ ପଦୋନ୍ନତିର ଲାଭ ପାଇବେ । ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି । ଏହି ଗୋଚର ଆପଣଙ୍କ ପାଇଁ ଲାଭଦାୟକ ହେବ ।

କୁମ୍ଭ :

ଏହି ରାଶିର ବ୍ୟକ୍ତି ଲକ୍ଷ୍ୟ ହାସଲ ହେବ । ବ୍ୟବସାୟରେ ମଧ୍ୟ ସଫଳତା ମିଳିବ । ଚାକିରିରେ ସକରାତ୍ମକ ପରିବର୍ତ୍ତନ ଆସିବ । ବୃତ୍ତିଗତ ଜୀବନରେ ଲାଭ ମିଳିବାର ସମ୍ଭାବନା ରହିଛି । ଛୋଟମୋଟ ଯାତ୍ରା କରିବାକୁ ପଡିପାରେ । ପରିବାରର ସଦସ୍ୟମାନଙ୍କ ସହିତ ସମ୍ପର୍କ ଭଲ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.