ମକର ସଂକ୍ରାନ୍ତିଠାରୁ ଏହି ରାଶିର ବ୍ୟକ୍ତିଙ୍କର ଖୋଲିଯିବ ଭାଗ୍ୟ, ମିଳିବ ସରକାରୀ ଚାକିରି

୧୪ ଜାନୁଆରୀ ଦିନ ପଡ଼ୁଛି ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟଙ୍କର ପ୍ରଥମ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଙ୍କ ମୁତାବକ, ସୂର୍ଯ୍ୟଙ୍କର ଏହି ପରିବର୍ତ୍ତନ କେତେକ ରାଶି ପାଇଁ ବହୁତ ଶୁଭ ହେବାକୁ ଯାଉଛି। ସୂର୍ଯ୍ୟଙ୍କୁ ସବୁ ରାଶିଙ୍କର ରାଜା ବୋଲି କୁହାଯାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପରିବର୍ତ୍ତନ ଯୋଗୁ ଖରମାସ ଶେଷ ହେଉଥିବା ବେଳେ ଏହାର ପ୍ରଭାବ ରାଶି ଉପରେ ମଧ୍ୟ ପଡ଼ିବ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ କେତେକ ରାଶି ପାଇଁ ଲାଭକାରୀ ମଧ୍ୟ ହେବ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହା ଶୁଭ ସାବ୍ୟସ୍ତ ହେଉଛି…

ବୃଷ:

ଜ୍ୟୋତିଷଙ୍କ ମୁତାବକ, ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ-ଗୋଚର ଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ପରିବର୍ତ୍ତନ ହେବା ଦ୍ୱାରା ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। କେବଳ ଏତିକି ନୁହେଁ, ନିୟମିତ ରୂପେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମଧ୍ୟ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ।

ସିଂହ:

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା ସିଂହ ରାଶିର ବ୍ୟକ୍ତି ଅଧିକ ଲାଭବାନ ହେବେ। ପରିବର୍ତ୍ତନ ପରେ ଆର୍ଥିକ ଉନ୍ନତି ଘଟିବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଅଟକି ଥିବା ଟଙ୍କା ଫେରିପାଇବେ।

ବିଛା:

ଜ୍ୟୋତିଷଙ୍କ ମୁତାବକ, ମକର ସଂକ୍ରାନ୍ତି ବେଳେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ପ୍ରତିଟି କାମ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ଦୈନିକ ଆୟ ବଢ଼ିବ। ସେହିପରି ଜମିଜମା କ୍ଷେତ୍ରରେ ମଧ୍ୟ ଲାଭ ମିଳିବ।

ମକର:

ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ। ଏହା ଦ୍ୱାରା ମକର ରାଶିର ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ରୋଜଗାର ବଢ଼ିବ ଓ ମାନ-ସମ୍ମାନ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ। ସେହିପରି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ନିଯୁକ୍ତି ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.