ସ୍ପେଶାଲ

ଖରାରେ ଅଧିକ ସମୟ ରହିବାକୁ ପସନ୍ଦ କରୁଥିବାରୁ ଏହାର ନାମ ‘ସନ୍‌ଫିସ୍‌’, ଯିଏ ଥରକେ ଦିଏ ୩୦ କୋଟି ଅଣ୍ଡା

ଆମେରିକାର କାଲିଫର୍ଣ୍ଣିଆର ଲଗୁନା ବିଚରେ ଏକ ପ୍ୟାଡେଲବୋର୍ଡର୍ସ ବିଶାଳକାୟ ସନଫିସ୍‌କୁ ଦେଖିଛନ୍ତି। କିନ୍ତୁ ମାଛର ପ୍ରକୃତ ଲମ୍ବ ଜଣା ନାହିଁ। କିନ୍ତୁ ପ୍ୟାଡେଲବୋର୍ଡର ଲମ୍ବ ୧୪ ଫୁଟ ରହିଥିବା ବେଳେ ଫଟୋକୁ ଦେଖି ଆକଳନ ଅନୁଯାୟୀ, ସନଫିସର ଲମ୍ବ ୯ ରୁ ୧୦ ଫୁଟ ହେବ। ଏହି ମାଈସନଫିସ୍ ଏକ ସମୟରେ ୩୦୦ ନିୟୁତ ଅଣ୍ଡା ଦେଇପାରେ। ସନଫିସ୍ ସେମାନଙ୍କର ଉଜ୍ଜ୍ୱଳ ଆଖି, ବୃହତ୍ ମୁଣ୍ଡ ଏବଂ ଲମ୍ବା ଫିନ୍ ପାଇଁ ଜଣାଶୁଣା। ଯାହାକୁ ଲୋକେ ବେଳେବେଳେ ସାର୍କ ବୋଲି ଭାବି ନିଅନ୍ତି।

ଲାଇଭ ସାଇନ୍ସ ରିପୋର୍ଟ ମୁତାବକ, ଅକ୍ଟୋବରରେ ଧରାଯାଇଥିବା ଏକ ସନଫିସର ଲମ୍ବ ୧୦.୫ ଫୁଟ ଏବଂ ଓଜନ ୨୦୦୦ କିଲୋଗ୍ରାମ ଥିଲା। ଲାଗୁନା ବିଚରେ ଏହି ମାଛ ଦେଖିଥିବା ପ୍ୟାଡେଲବୋର୍ଡର୍ସଙ୍କ ମଧ୍ୟରୁ ଜଣେ ଧନୀ ଜର୍ମାନ କହିଛନ୍ତି, ଡିସେମ୍ବର ୨ ରେ ଦେଖାଯାଇଥିବା ଗ୍ରେ କଲର୍ ସନଫିସ୍ ଅତ୍ୟନ୍ତ ଶାନ୍ତ ଏବଂ ଚମତ୍କାର ଥିଲା। ଜର୍ମାନ ଏବଂ ତାଙ୍କ ବନ୍ଧୁ ମ୍ୟାଟ ୱିଟନ୍ ସମୁଦ୍ର କୂଳରେ ଡଲଫିନ୍ ଦେଖିବା ପାଇଁ ଆଶା କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ମେନ୍ ବିଚ୍ ଠାରୁ ୬୦୦ ଫୁଟ ପର୍ଯ୍ୟନ୍ତ ପହଞ୍ଚିଲେ, ସେମାନେ ଏହି ସନଫିସକୁ ଦେଖିଥିଲେ।

ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା ପାଇଁ ଇଚ୍ଛା ରଖୁଥିବା ଯୋଗୁଁ ଏହି ମାଛକୁ ସନଫିସ୍‌ ବୋଲି କୁହାଯାଏ। ଏହାକୁ ମୋଲା ମୋଲା ନାମରେ ମଧ୍ୟ କୁହାଯାଏ। ଯାହାର ରଙ୍ଗ ସୁନେଲୀ, ନୀଳ ଏବଂ ବ୍ରାଉନ ହୋଇଥାଏ।

Photo credit: National Geographic

ଏହି ମାଛକୁ ସମୁଦ୍ରର ସବୁ ବଡ ମାଛ ନିଜ ଶିକାର କରିଥାନ୍ତି। କିନ୍ତୁ ସି ଲାଇନ, ହେ୍ଵଲ ଏବଂ ସାର୍କ ନିଜର ଆହାର କରନ୍ତି। ଏହି ମାଛ ଅତ୍ୟଧିକ ସଂଖ୍ୟାରେ ରହିଥିବା ବେଳେ ବହୁତ ସଂଖ୍ୟାର ଛୋଟ ମାଛ ଛୁଆ ମଧ୍ୟ ରହିଥାନ୍ତି। ଅନେକ ସନଫିସ୍‌ ଶରୀରରେ ସ୍ପୋଟର୍ସ ମଧ୍ୟ ଦେଖିବାକୁ ମିଳିଥାଏ। ଏହି କାରଣରୁ ଅନେକ ଥର ପଥର ଭଳି ଦେଖାଯାଆନ୍ତି। ଏହା ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ ମହାସାଗରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ଏହି ମାଛକୁ ଶିକାର କରିବା ପରେ ଏହାକୁ ଜାପାନ, କୋରିଆ ଭଳି ଦେଶକୁ ଅଧିକ ମାତ୍ରାରେ ପଠାଯାଏ।

ଏହି ସନଫିସ୍‌ ଜେଲିଫିସ୍‌, ସ୍କ୍ଵିଡ ଭଳି ମାଛକୁ ନିଜର ଆହର କରିଥାନ୍ତି। ଏହାର ଆହାରରେ ପୋଷକ ତତ୍ତ୍ୱ କମ୍‌ ରହିଥାଏ। ଏହି କାରଣରୁ ଅଧିକ ଭୋଜନ ଦରକାର କରିଥାଏ ସନଫିସ୍‌।

Swagatika

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

3 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

5 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

22 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

48 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

52 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

54 mins ago