ପତିତପାବନ ବାନାରେ ଶୂନ୍ୟ ଘଣ୍ଠି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାବାହୁ

ପୁରୀ: ମହାପ୍ରଭୁଙ୍କର ଅପାର ଲୀଳା । ଆସୁଥିବା ବିପର୍ଯ୍ୟୟ ଟଳିଯିବ । ରକ୍ଷାପାଇବେ ଓଡ଼ିଶା ବାସୀ । ମହାପ୍ରଭୁ ଦେଇଛନ୍ତି ସଙ୍କେତ । ପୁରୀ ଶ୍ରୀ ମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଶ୍ରୀମନ୍ଦିରରେ ଅନେକ ଅଲୌକିକ ଘଟଣା ଆପଣ ଦେଖିଥିବେ ଶୁଣିଥିବେ । କିନ୍ତୁ ଏବେ ଶୂନ୍ୟଗଣ୍ଠି ପଡ଼ିବା କଥା ସମସ୍ତଙ୍କୁ ଚକିତ କରିଛି । ଏହି ଶୂନ୍ୟ ଗଣ୍ଠି କେତେ ଶୁଭ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବାନାରେ ଶୂନ୍ୟ ଘଣ୍ଠି ପଡି ବିପଦକୁ ହରଣ କରି ଜଗତକୁ ଉଦ୍ଧାର କରିଛନ୍ତି ମହାବାହୁ ।

ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ଏହା ଅତ୍ୟନ୍ତ ଶୁଭଦାୟକ । ବିଶ୍ବାସ ରହିଛି ଶୂନ୍ୟ ଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏଭଳି ଦୁର୍ଲଭ ଦୃଶ୍ୟ ।

ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ପତିତପାବନବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି । ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଫର ଫର ହୋଇ ଉଡୁଥିବାର ସମସ୍ତେ ଦେଖିଥିଲେ । ଜଗତ କଲ୍ୟାଣ ନିମନ୍ତେ ବାନା ସଦୃଶ ଚକ୍ରକୁ ନିକ୍ଷେପ କରି ସର୍ବ ବାଧାବିଘ୍ନରୁ ଉଦ୍ଧାର ପାଇଁ ପ୍ରତିଶୃତି ଦେଇଛନ୍ତି କାଳିଆ ସାଆନ୍ତ ।

ତେବେ ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥାଏ ତାହା ଶୂନ୍ୟ ଗଣ୍ଠି କୁହାଯାଏ । ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ କହିଛନ୍ତି । ଗତ କାଲି ପ୍ରବଳ ପବନ ବହିଥିଲା ଫଳରେ ପତିତପାବନ ବାନାରେ ଗଣ୍ଠି ପଡିଯାଇଥିଲା । ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଉଡୁଛି । ଯାହାକି ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ । ଏହି ଶୂନ୍ୟ ଗଣ୍ଠି ଶୁଭ ସଂକେତ ମଧ୍ୟ କୁହାଯାଏ l ଦେଶ ଓ ରାଜ୍ୟକୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ ସଂକେତ ବୋଲି ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି l

Also read:ଘରେ କେହି ନଥିବାର ସୁଯୋଗ ନେଇ ଲୁଟିନେଲେ ସବୁକିଛି, କାନ୍ଦି କାନ୍ଦି ବେହାଲ ବୃଦ୍ଧା