ସ୍ପେଶାଲ

ଭଗବାନଙ୍କୁ ପୂଜା କରନ୍ତୁ ହେଲେ ଅନ୍ଧବିଶ୍ୱାସକୁ ପ୍ରସୟ ଦିଅନ୍ତୁନାହିଁ, ପୁଣି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ

ଜଳେଶ୍ୱର(କେନ୍ୟୁଜ୍): ଚାଲିଛି ହୋ ହଲ୍ଲା । ଜମିଛି ଭିଡ । ଏଠାରେ କୁଆଡେ ମହିଳାଙ୍କ ଦେହରେ ପ୍ରବେଶ ହୋଇଛନ୍ତି ଠାକୁରାଣୀ । ଯିଏ ମୃତ ପିଲାକୁ କରିଦେବ ଜୀବିତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗାଁରେ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତ ପିଲାକୁ ଜୀବତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ପରିବାର ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଭିଡିଓରେ ଦେଖିବାକୁ ମିଳିଛି ଧୂପ, ଦୀପ , ଝୁଣା ଧୁଆଁରେ ମହକି ଉଠୁଛି ପରିବେଶ । ଜୀବନ ହାରିଥିବା ନାବାଳକ ପୁଅଟିକୁ ବଞ୍ଚାଇବା ପାଇଁ ଚାଲିଛି ଜୋରଦାର ପୂଜାର୍ଚ୍ଚନା ।

ଯାହା ଜଣାପଡିଛି ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟଙ୍କ ୧୪ବର୍ଷର ନାବାଳକ ପୁଅ ଜୀବନ । ଗତକାଲି ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଗୋଧୋଇବାକୁ ଯାଇ ସେ ଆଉ ଘରକୁ ଫେରିନଥିଲେ । ଯାହାଫଳରେ ଜୀବନଙ୍କ ଭାଇ ବହୁ ଖୋଜାଖୋଜି କରିବା ପରେ ଶେଷରେ ସଜ୍ଞାହୀନ ଅବସ୍ଥାରେ ତାଙ୍କୁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ସେ ଖୁବ୍ ଜୋରରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଖରୀର ମାଲିକ ସେଠାରେ ବିଦ୍ୟୁତ୍ ସଂଯୋଗ କରିଥିବାରୁ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି ଜୀବନଙ୍କ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ । ତେବେ ଏହି ସମୟରେ ଗାଁର ଜଣେ ବ୍ୟକ୍ତି ଗାଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମୃତ ପୁଅ ବଞ୍ଚିଯିବ ବୋଲି କହିବା ପରେ ପରିବାର ଲୋକେ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ପୂଜାର୍ଚ୍ଚନା ପରେ ମୃତ ପୁଅ ଜୀବିତ ନହେବାରୁ ପୁଣି ପରିବାର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ହସପିଟାଲକୁ ନେଇଥିଲେ । ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ଫଳରେ ମୃତ ପୁଅକୁ ଧରି ପରିବାର ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ । କାହାର ବିଶ୍ୱାସକୁ ଆମେ ବିରୋଧ କରୁନାହୁଁ । କେବଳ ଅନ୍ଧବିଶ୍ୱାସକୁ ନେଇ ସଚେତନ କରାଉଛୁ । ଭଗବାନଙ୍କୁ ପୂଜା କରନ୍ତୁ ହେଲେ ଅନ୍ଧବିଶ୍ୱାସକୁ ପ୍ରସୟ ଦିଅନ୍ତୁନାହିଁ । ଅତ୍ୟାଧୁନିକ ସମାଜରୁ ଆଜି ମଧ୍ୟ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ଦୂର ହୋଇପାରିନାହିଁ । ଯାହାର ଉଦାହରଣ ଆଜିର ଏହି ଘଟଣା କହିଲେ ଭୁଲ୍ ହେବ ନାହିଁ । ଯାହା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Sonalisa

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

7 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

9 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

44 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

56 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago