ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତି ଏବେ ଭାରତୀୟ ନୌସେନାରେ ମହିଳାମାନଙ୍କୁ ମିଳିବ ସ୍ଥାୟୀ କମିଶନ, ଜାଣନ୍ତୁ କଣ ଏହି ସ୍ଥାୟୀ କମିଶନ

ସୁପ୍ରିମକୋର୍ଟ ମହିଳା ମାନଙ୍କୁ ଭାରତୀୟ ନୌସେନାରେ ସ୍ଥାୟୀ କମିଶନ ଦେବା ମାମଲାରେ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟର କହିବା ଅନୁଯାୟୀ ମହିଳାମାନେ ବର୍ତ୍ତମାନ ପୁରୁଷମାନଙ୍କ ଭଳି ସମାନ ଦକ୍ଷତା ସହିତ ନୌକାୟାନ କରିପାରିବେ । ଏହି ମାମଲାରେ ମହିଳାମାନଙ୍କ ସହିତ କୌଣସି ଭେଦଭାବ ହେବନାହିଁ । ଏହାପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଥିଲା ଯେ ସାମାଜିକ ଓ ମାନସିକ କାରଣ ଦର୍ଶାଇ ସେନାରେ ମହିଳା ମାନଙ୍କ ଅଧିକାରକୁ ସମାନ ସୁବିଧା ସୁଯୋଗରୁ ବଂଚିତ କରିବା ପକ୍ଷପାତିତା ଅଟେ ।

ଏହାସହିତ ସ୍ଥାୟୀ କମିଶନ ଦେବାଦ୍ଵାରା ମହିଳା ଅଧିକାରୀମାନଙ୍କ ଶାରୀରିକ ସୀମାକୁ ନେଇ କେନ୍ଦ୍ର ଦେଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛି । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟର ଫଇସଲା ଉପରେ ରୋକ ମଧ୍ୟ ଲଗାଇ ଦେଇଛି । ସର୍ବୋଚ୍ଚ ଅଦାଲତର ଏହି ଫଇସଲା ଦ୍ୱାରା ମହିଳା ଅଫିସରଙ୍କ Army Education Corps, Signal, Engineer, Army Aviation, Army Air Defense, Electronics and Mechanical Engineer, Army Service Corps, Army Ordinance Corps ଏବଂ Intelligence Corpsରେ ସ୍ଥାୟୀ କମିଶନ ଦେବାର ରାସ୍ତା ଖୋଲିଯାଇଛି ।

କଣ ଏହି ସ୍ଥାୟୀ କମିଶନ ?

ସ୍ଥାୟୀ କମିଶନର ଅର୍ଥ ହେଉଛି କୌଣସି ଅଧିକାରୀ ରିଟାୟାରମେଣ୍ଟ ବୟସ ପର୍ଯ୍ୟନ୍ତ ସେନାରେ କାମ କରିପାରିବେ । ଏହାପରେ ସେ ପେନସନର ମଧ୍ୟ ହକଦାର ରହିବେ । ଏହାଦ୍ୱାରା ଯେଉଁ ଅଧିକାରୀମାନେ ବର୍ତ୍ତମାନ ସର୍ଟ ସର୍ଭିସ କମିଶନରେ କାମ କରୁଛନ୍ତି ସେମାନେ ସ୍ଥାୟୀ କମିଶନକୁ ଯାଇ ପାରିବେ । ସର୍ଟ ସର୍ଭିସ କମିଶନ ଦ୍ୱାରା ଅଧିକାରୀମାନଙ୍କୁ ୧୪ ବର୍ଷରେ ରିଟାୟାର କରିଦିଆଯାଇଥାଏ ଏବଂ ସେମାନଙ୍କୁ ପେନସନ ମଧ୍ୟ ମିଳିନଥାଏ । ତେବେ ଏହା ପୂର୍ବରୁ ମହିଳାମାନେ କେବଳ ୧୦ ବର୍ଷ ପର୍ଯ୍ୟନ୍ତ ହିଁ ଚାକିରୀ କରିପାରୁଥିଲେ ।

Leave A Reply

Your email address will not be published.