ମଡେଲିଂରେ ସଫଳତା ପାଇଲେ ମନମୁଣ୍ଡାର ଝିଅ ସୁପ୍ରିୟା, ଛୁଟୁଛି ଶୁଭେଚ୍ଛାର ସୁଅ

ପ୍ରବଳ ଇଚ୍ଛାଶକ୍ତି ଓ ଆଗ୍ରହ ଥିଲେ ମଣିଷକୁ ସଫଳତା ଆପେ ଆପେ ମିଳେ । ଏଇ ଯେମିତି ସମ୍ଭବ ହୋଇଛି ସୁପ୍ରିୟାଙ୍କ ପକ୍ଷରେ । ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ସୁପ୍ରିୟା ମିଶ୍ର ଏବେ ଏଭଳି କିଛି ସଫଳତା ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

କଣ୍ଟାମାଳ(କେନ୍ୟୁଜ) : ପ୍ରବଳ ଇଚ୍ଛାଶକ୍ତି ଓ ଆଗ୍ରହ ଥିଲେ ମଣିଷକୁ ସଫଳତା ଆପେ ଆପେ ମିଳେ । ଏଇ ଯେମିତି ସମ୍ଭବ ହୋଇଛି ସୁପ୍ରିୟାଙ୍କ ପକ୍ଷରେ । ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ସୁପ୍ରିୟା ମିଶ୍ର ଏବେ ଏଭଳି କିଛି ସଫଳତା ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବିଶ୍ୱ ସ୍ତରୀୟ ମଡେଲ ପ୍ରତିଯୋଗିତାରେ ସାରା ଦେଶରେ ନମ୍ବର ୧ ହେବାସହ ବିଦେଶ ମାଟି ନେପାଳର କାଠମାଣ୍ଡୁ ସହରରେ ମିସ ଗ୍ଲୋବାଲ ଇଣ୍ଟ ରନେସନାଲ ଟୁରିଜାମ ଓ ଫଟୋଜେନିକ ୨୦୨୪ ବିଜେତା ହୋଇଛନ୍ତି । ଫଳରେ ବୌଦ୍ଧ ଜିଲ୍ଲା କାହିଁକି ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି ।

ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଝିଅ ସୁପ୍ରିୟା ମିଶ୍ରଙ୍କୁ ମିସ ଗ୍ଲୋବାଲ ଇଣ୍ଟରନେସନାଲ ଟୁରିଜିମ ଏବଂ ଫଟୋଜେନିକ୍ ୨୦୨୪ ସମ୍ମାନ ରେ ସମ୍ମାନିତ କରାଯାଇଛି । ନେପାଲର କାଠମାଣ୍ଡୁ ସହରର ଏକ ହୋଟେଲରେ ଏପ୍ରିଲ ୧ ତାରିଖରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ସୁପ୍ରିୟାଙ୍କୁ ମାନପତ୍ର, ମୁକୁଟ, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ମୋଟ ୮ ଟି ଦେଶ ର ୩୦ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ମାର୍ଚ୍ଚ ୨୮ ତାରିଖରୁ ୫ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତା ବହୁତ ଉଚ୍ଚ ମାନର ଓ କଡ୍ଠା ରହିଥିଲା । ସୁପ୍ରିୟା ଉଭୟ ବର୍ଗରେ ୱିନର ହୋଇ ମନମୁଣ୍ଡା, ବୌଦ୍ଧ ଜିଲ୍ଲା, ଓଡ଼ିଶା ତଥା ସର୍ବୋପରି ଭାରତ ପାଇଁ ଗୌରବ ଆଣିଛନ୍ତି।

ସେ ମନମୁଣ୍ଡାରେ ପହଞ୍ଚିବା ପରେ ତାଙ୍କ ସାଙ୍ଗ, ବନ୍ଧୁବାନ୍ଧବ,ବୁଦ୍ଧିଜୀବୀ, ମହିଳାଗଣ ଓ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଖୁସିରେ ବାଜା ବଜାଇ ମନମୁଣ୍ଡା ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିରରୁ ଜାତୀୟ ରାଜପଥ ୫୭ରେ ମନମୁଣ୍ଡା ସହରରେ ଏକ ଶୋଭାଯାତ୍ରା କରାଯାଇଥିଲା । ସୁଶ୍ରୀ ମିଶ୍ର ସମାଜ ପାଇଁ ଜଣେ ପ୍ରେରଣାଦାୟିନୀ ଓ ଜଣେ ସଫଳ ନାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଉଚ୍ଚ ବିଦ୍ୟାଳୟରେ ପଢିଲାବେଳେ ଟିଭି ଦେଖି ମଡେଲ ହେବାକୁ ଇଚ୍ଛା ରଖିଥିବା ସୁପ୍ରିୟା ମିଶ୍ର ମହାରାଷ୍ଟ୍ର ସାଙ୍ଗଲି ସହର ରେ ଗତ ଡିସେମ୍ବର ୨୪ ରେ ଅନୁଷ୍ଠିତ ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ପ୍ରତିଯୋଗିତା ରେ ଭାଗ ନେଇ ୱିନର (ବିଜେତା) ହୋଇଥିଲେ ଏବଂ ନେପାଲ ରେ ହୋଇଥିବା ଏହି ଗ୍ଲୋବାଲ ଓମେନ୍ ମୋଡେଲ ଇଣ୍ଟରନେସନାଲ – ୨୦୧୪ ରେ ଭାରତ ତରଫରୁ ସେ ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଥିଲେ ।

ଏହାବ୍ୟତୀତ ସେ ପୂର୍ବରୁ ସୋନପୁରରେ ଅନୁଷ୍ଠିତ ମଡେଲ ପ୍ରତିଯୋଗୀତାରେ ୱିନର ହୋଇଥିଲାବେଳେ ଗତ ମାର୍ଚ୍ଚ ୨ ତାରିଖରେ ଭୁବନେଶ୍ଵର ରେ” ୱିମେନ ଏଚିଭର୍ ଅଫ ଓଡ଼ିଶା( ୱାଓ ୨୦୨୪)” ରେ ସମ୍ମାନିତ କରାଯାଇଥିଲା । ସେହିପରି ମନମୁଣ୍ଡାରେ ବସନ୍ତ ସୋସିଆଲ ଫାଉଣ୍ଡେସନ ଏବଂ ବରଗଡ଼ ରେ ଅନୁଷ୍ଠିତ ବିଶ୍ଵ ମହିଳା ଦିବସ ଅବସରରେ ସୁପ୍ରିୟା ମିଶ୍ରଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସୁପ୍ରିୟା ମିଶ୍ର ମନମୁଣ୍ଡାର ଦେବେନ୍ଦ୍ର ମିଶ୍ର ଏବଂ କଲ୍ୟାଣୀ ମିଶ୍ରଙ୍କ ଏକ ମାତ୍ର ଝିଅ । ସେ ମହାବିଦ୍ୟାଳୟ ରେ ପାଠ ପଢିବା ସହ ମଡେଲ ଦୁନିଆରେ ପାଦ ଦେଇ ସେଥିରେ ଆଗକୁ ବଢିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । ସତରେ ମଡେଲିଂ ପରି ଦୁନିଆରେ ପାଦ ଦେଇ ସଫଳତା ଆଣିବା ସହ ଅନ୍ୟ ମାନଙ୍କ ପାଇ ପ୍ରେରଣା ହୋଇଛନ୍ତି ।