ରାଗିଯାଇ ବାଲକୋନିରୁ ‘ମେଡ୍‌ ଇନ୍‌ ଚାଇନା’ ଟିଭି ଫିଙ୍ଗିଲେ ବ୍ୟକ୍ତି, ଲୋକ କହିଲେ ‘ଗୋ ଚାଇନା ଗୋ’… ଦେଖନ୍ତୁ ଭିଡିଓ

ଲଦାଖରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍‌ ଓ ୨୦ ଜଣ ଯବାନ ସହିଦ ହେବା ପରେ ସାରା ଦେଶ ଚୀନ୍‌ ସାମଗ୍ରୀକୁ ବହିଷ୍କାର କରିବାକୁ ଅପିଲ କରାଯାଉଛି। ରିପୋର୍ଟ ମୁତାବକ ଏବେ ଲୋକମାନେ ଚୀନ୍‌ର ପତାକା ଓ ଚୀନ୍‌ ସାମଗ୍ରୀକୁ ଜଳାଇ ଦେଉଛନ୍ତି। ଏଥିସହ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ୍‌ଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରୁଛନ୍ତି। ଭାରତର ଲୋକମାନେ ଏବେ ଚୀନର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାକୁ ଚାଇନା ମାଲ କିଣିବା ବର୍ଜନ କରୁଛନ୍ତି। ତେବେ ଇତି ମଧ୍ୟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ମେଡ ଇନ୍‌ ଚାଇନା ଟିଭିକୁ ବାହାରକୁ ଫିଙ୍ଗୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ସୁରତରେ ଏକ ସୋସାଇଟିର ଲୋକମାନେ ମିଳିମିଶି ଚୀନ୍‌ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ଵାନ ଦେଇଛନ୍ତି। ସେମାନେ ପଡ଼ୋଶୀ ଦେଶ ଚୀନ୍‌ ଉପରେ କ୍ରୋଧ କରିବା ଅବସରରେ ଚୀନ୍‌ରେ ନିର୍ମିତ ଏକ ଏଲ୍‌ଇଡି ଟିଭିକୁ ଭାଙ୍ଗିଛନ୍ତି। ସୁରତର ବରଛା ଅଞ୍ଚଳର ପଞ୍ଚରତ୍ନ ଗାର୍ଡେନ ସୋସାଇଟି ବାହାରେ ଏକ ନୋଟିସ୍‌ ଲଗାଯାଇଛି। ସେଥିରେ ଲେଖାଯାଇଛି ଆଜିଠାରୁ ଆମେ ଚୀନ୍‌ରେ ତିଆରି ହୋଇଥିବା ସମସ୍ତ ସାମଗ୍ରୀକୁ ବହିଷ୍କାର କରୁଛୁ।

A Citizen's Guide To The Hows And Whys Of Boycotting Chinese Products

ଅହମ୍ମଦାବାଦ, ଭଦୋଦରା ଓ ସୁରତରେ ଲୋକମାନେ ବିରୋଧ ପ୍ରଦର୍ଶନ କରି ଚୀନ୍‌ ସାମଗ୍ରୀ ସମେତ ତାଙ୍କ ପତାକା ଓ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି। ଏଥିସହ ସୈନ୍ୟବାହିନୀର ଏହି ବଳିଦାନ ଯେପରି ବ୍ୟର୍ଥ ନହୁଏ ତାହାକୁ ମୋଦି ସରକାର ସୁନିଶ୍ଚିତ କରିବାକୁ ଦାବି ହେଉଛି।