ଆଶ୍ଚର୍ଯ୍ୟ ! ଏୟାରପୋର୍ଟରେ ବିରଳ ଜୀବଙ୍କୁ ବ୍ୟାଗରେ ପୂରାଇ ବିମାନରେ ନେଇ ଆସିଲେ ଯାତ୍ରୀ, ଉଡିଲା ସମସ୍ତଙ୍କ ହୋସ୍

ଅନେକ ସମୟରେ ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ଅବୈଧ ସାମଗ୍ରୀ ଜବତ ହୋଇଥିବାର ନଜିର ଆସିଥାଏ। ଏମାନେ ବିଭିନ୍ନ ଉପାୟରେ କୌଣସି ନା କୌଣସି ଅବୈଧ ସାମଗ୍ରୀ ନେଉଥିବାବେଳେ ଧରାପଡ଼ିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି, ବ୍ୟାଙ୍କକରୁ ଜଣେ ଯାତ୍ରୀ ଅବୈଧ ରୂପେ ଜୀବିତ ଜୀବଙ୍କୁ ନେଇ ଆସିଥିଲେ । ଏହି ଯାତ୍ରୀ ଜଣଙ୍କ ଚେନ୍ନାଇ ବିମାନବନ୍ଦରରେ ଧରାପଡିଥିଲେ। ଯେତେବେଳେ କଷ୍ଟମ ଅଧିକାରୀମାନେ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିଥିଲେ, ସେତେବେଳେ ତାଙ୍କ ବ୍ୟାଗରେ ଅନେକ ଜୀବନ୍ତ ପ୍ରାଣୀ ଦେଖିବାକୁ ମିଳିଥିଲା। ଏହି ଭ୍ରମଣକାରୀ କିଏ? ଅଧିକାରୀମାନେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି। ଏହି ଆଶ୍ଚର୍ଯ୍ୟଜନକ ମାମଲା ବିଷୟରେ ଆସନ୍ତୁ ଜାଣିବା।

ସୂଚନା ଅନୂଯାୟୀ, ବ୍ୟକ୍ତି ଜଣକ ଥାଇଲାଣ୍ଡରୁ ଚେନ୍ନାଇ ଆସୁଥିଲେ । ଗୁଇନ୍ଦା ସୂଚନା ଆଧାରରେ କଷ୍ଟମ ଅଧିକାରୀ ତାଙ୍କ ବ୍ୟାଗ୍ ଚେକ୍ କରିଥିଲେ ଏବଂ ଅଧିକାରୀମାନେ ତାଙ୍କ ବ୍ୟାଗରୁ ମାଙ୍କଡ଼, ସାପ, କଇଁଛ ଆଦି ଉଦ୍ଧାର କରିଥିଲେ । ଘଟଣା ଅଗଷ୍ଟ ୧୨ ରେ ଘଟିଥିବାନେଇ ସୂଚନା ରହିଛି । ତାଙ୍କଠାରୁ ଡିବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗ୍ ସାପ, ପାଞ୍ଚଟି ବଲ ପାଇଥନ ଏବଂ ଦୁଇଟି କଇଁଛ ଜବତ କରାଯାଇଛି । ଏନେଇ ଚେନ୍ନାଇ କଷ୍ଟମ୍ସ ଟ୍ୱିଟ୍ କରି ସୂଚନା ଦେଇଛି ।

ଅଧିକାରୀ କହିଛନ୍ତି ଯେ ବିମାନ ନମ୍ବର TG-337 ରେ ଜଣେ ଯାତ୍ରୀ ଜୀବନ୍ତ ପଶୁମାନଙ୍କ ସହିତ ବ୍ୟାଙ୍କକକ୍ ରୁ ଆସୁଛନ୍ତି ବୋଲି ସେମାନେ ପୂର୍ବରୁ ସୂଚନା ପାଇଥିଲେ। ଏହି ଖବର ପାଇବା ପରେ କଷ୍ଟମ ଅଧିକାରୀଙ୍କ ଦ୍ୱାରା ବ୍ୟାଙ୍କକ୍ ବିମାନର ତୀକ୍ଷ୍ଣ ନଜର ରଖାଯାଇଥିଲା। ଏହି ବ୍ୟାଙ୍କକ ଭ୍ରମଣକାରୀ ବେଆଇନ ଭାବେ ଏହି ପଶୁମାନଙ୍କୁ ଚେନ୍ନାଇକୁ ଆଣିଥିଲେ। ଏହି କାରଣରୁ, ଆନିମଲ୍ କ୍ୱାରାଣ୍ଟିନ୍ ଏବଂ ସାର୍ଟିଫିକେସନ୍ ସର୍ଭିସେସ୍ (AQCS) ଅଧିକାରୀଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କୁ ଥାଇ ଏୟାରୱେଜ୍ ମାଧ୍ୟମରେ ବ୍ୟାଙ୍କକକୁ ପଠାଯାଇଥିଲା। ଏହି ପଶୁଙ୍କୁ ଥାଇଲାଣ୍ଡ ପଠାଇଦିଆଯାଇଥିବା ନେଇ କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଏନେଇ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୂଯାୟୀ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.