ସୂୂର୍ଯ୍ୟଙ୍କ ଗୋଚର ଗତିରେ ଏହିସବୁ ରାଶିର ହେବ ଭାଗ୍ୟ ପରିବର୍ତ୍ତନ, ମିଳିବ ସବୁ କ୍ଷେତ୍ରରେ ସଫଳତା

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସଫଳତା, ମାନ ସମ୍ମାନ, ସ୍ୱାସ୍ଥ୍ୟ ଉପରେ ସିଧା ପ୍ରଭାବ ପକାଇଥାଏ। ତେଣୁ ସୂର୍ଯ୍ୟଙ୍କ ଗୋଚର ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର ବୋଲି ମନାଯାଏ। ୧୫ ଜୁନ ମାନେ ଆଜି ସୂର୍ଯ୍ୟଦେବ ଗୋଚର ଗତିରେ ମିଥୁନ ରାଶିରେ ପ୍ରବେଶ କରିବେ । ଏମିତିରେ ୪ଟି ରାଶି ଉପରେ ଶୁଭ ପ୍ର୍ରଭାବ ପଡ଼ିବ । ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯର୍୍ୟଦେବ ପ୍ରତି ୧ ମାସରେ ରାଶି ପରିବର୍ତ୍ତନ କରିଥାନ୍ତି। ତେବେ ସେହି ଦିନ ହୋଇଥାଏ ସଂକ୍ରାନ୍ତି। ଆଜି ମଧ୍ୟ ସଂକ୍ରାନ୍ତି । ଆଜି ସୂର୍ଯ୍ୟଦେବ ମିଥୁନ ରାଶିରେ ପ୍ରବେଶ କରିବେ । ଏବେ ସୂର୍ଯ୍ୟଦେବ ଶୁକ୍ରଦେବଙ୍କ ରାଶି ବୃଷ ରେ ଅଛନ୍ତି ।ଏହାପରେ ମିଥୁନରେ ପ୍ରବେଶ କରିବେ। ଏବେ ଜାଣନ୍ତୁ ଅନ୍ୟ ରାଶି ଉପରେ କେଉଁ ପ୍ରଭାବ ପଡ଼ିବ।

ବୃଷ:
ସୂର୍ଯ୍ୟଙ୍କ ଗୋଚର ଗତି ରେ ବୃଷ ରାଶିଙ୍କର ଆୟ ବଢ଼ିବ । ତାଙ୍କୁ ରହିଯାଇଥିବା ଟଙ୍କା ମିଳିବ। ପ୍ରମୋସନ ହେବା ସହ ଆର୍ଥିକ ଅଭିବୃଦ୍ଧି ହେବ। ସରକାରୀ କ୍ଷେତ୍ରରେ ଥିବା ଲୋକ ଙ୍କ ପାଇଁ ଏହି ସମୟ ଖୁବ ଭଲ ରହିବ। କାମରେ ସଫଳତା ମିଳିବ।

ସିଂହ:
ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବ । ତେଣୁ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନରେ ଏହି ରାଶି ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ। ଆର୍ଥିକ କ୍ଷେତ୍ରରେ ଭଲ ଲାଭ ମିଳିବ। ଆୟ ବଢ଼ିବ। ଆର୍ଥିକ ସ୍ଥିତି ମଜବୁତ ହେବ ।ମାନ ସମ୍ମାନ ବଢ଼ିବ । କ୍ୟାରିଅରରେ ସଫଳତା ମିଳିବ, ପ୍ରମୋସନ ମିଳିବ।

ମକର:
ଏମାନଙ୍କୁ ମଧ୍ୟ ଭଲ ଲାଭ ମିଳିବ। ଆପଣଙ୍କ ସାହାସ ଓ ଆତ୍ମବିଶ୍ୱାସ ବଢ଼ିବ। ସବୁ କାମରେ ସଫଳତା ମିଳିବ। ଆର୍ଥକ ଲାଭ ମିଳିବ। ପୁରୁଣା କରଜରୁ ମୁକ୍ତି ପାଇବେ। ବିବାଦୀୟ ମାମଲାରେ ବିଜୟୀ ହେବେ।

କୁମ୍ଭ:
ଏମାନଙ୍କୁ ମଧ୍ୟ ଶୁଭ ଫଳ ମିଳିବ। ବେରୋଜଗାରଙ୍କୁ ରୋଜଗାର ମିଳିବ। ପରିବାରରେ ହସ ଖୁସି ମାହୋଲ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.