ମକର ସଂକ୍ରାନ୍ତିରେ ଘରେ କରନ୍ତୁ ସୂର୍ଯ୍ୟଙ୍କ ପୂଜା, ଜାଣନ୍ତୁ କାହିଁକି

ଆସନ୍ତା କାଲି ମକର ସଂକ୍ରାନ୍ତି। ଏହି ଦିନ ପବିତ୍ର ନଦୀରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପିତ କରିବାର ମହତ୍ତ୍ୱ ରହିଛି। ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁଯାୟୀ ସୂର୍ଯ୍ୟ ପଞ୍ଚ ଦେବଙ୍କ ମଧ୍ୟରୁ ସ୍ୱତନ୍ତ୍ର ହେଉଛନ୍ତି ଭଗବାନ ସୂର୍ଯ୍ୟ ଏବଂ ସୂର୍ଯ୍ୟ ଦେବ ସାକ୍ଷାତ ଦର୍ଶନ ଦେଉଥିବା ଭଗବାନ। କୌଣସି ଶୁଭ କାର୍ଯ୍ୟରେ ଭଗବାନ ଗଣେଶ, ଶିବ, ବିଷ୍ଣୁ, ଦେବୀ ଦୁର୍ଗା ଏବଂ ସୂର୍ଯ୍ୟଙ୍କ ପୂଜା ଅନିବାର୍ଯ୍ୟ ରୂପେ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟନ ରୁ ଉତ୍ତରାୟଣ ହେବା ସହ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ଜ୍ୟୋତିଷଙ୍କ ମାନ୍ୟତାନୁଯାୟୀ କୁଣ୍ଡଳୀରେ ସୂର୍ଯ୍ୟଙ୍କ ରାଶି ଶୁଭ-ଅଶୁଭ ସ୍ଥିତି କାରଣରୁ ମାନ-ସମ୍ମାନ କିମ୍ବା ଅପମାନ ମିଳିଥାଏ।
ଜାଣନ୍ତୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ପୂଜା ସହ ଜଡିତ କିଛି ରୋଚକ ତଥ୍ୟ:
-ଯେଉଁ ଲୋକମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଶୁଭ ହୋଇନଥାଏ, ସେହି ବ୍ୟକ୍ତି ମକର ସଂକ୍ରାନ୍ତିରେ ସୂର୍ଯ୍ୟ ପ୍ରତିମା ବା ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରି ପୂଜା କରିବା ଉଚିତ। କାରଣ ଏପରି କରିବା ଦ୍ୱାରା ସୂର୍ଯ୍ୟ ଦୋଷ କମ ହୋଇଥାଏ। ସୂର୍ଯ୍ୟ ପ୍ରତିମା ଏବଂ ଯନ୍ତ୍ର ସ୍ଥାପନା ପାଇଁ ସଂକ୍ରାନ୍ତି ଦିନ ସକାଳୁ ଉଠି ସ୍ନାନ ସାରିବା ପରେ ସୂର୍ଯ୍ୟଙ୍କୁ ଜନ ଟେକି ପ୍ରଣାମ କରନ୍ତୁ।
-ସୂର୍ଯ୍ୟଙ୍କ ପ୍ରତିମାରେ ଗଙ୍ଗାଜଳ ଏବଂ ଗାଈ କ୍ଷୀର ଲାଗି କରନ୍ତୁ। ଏହାପରେ ବିଧିପୂର୍ବକ ମୂର୍ତ୍ତି ପୂଜା କରନ୍ତୁ। ପୂଜାରେ ଫୁଲ, ଚାଉଳ, କୁଙ୍କୁମ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ବ୍ୟବହାର କରନ୍ତୁ। ପୁଜାରେ ଜଳ ଲାଗି କରିବା ପାଇଁ ତମ୍ବା କିମ୍ବା ପିତ୍ତଳର ବାସନ ବ୍ୟବହାର କରନ୍ତୁ।
-ମକର ସଂକ୍ରାନ୍ତି ଦିନ ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରିବା ପରେ ତମ୍ବା କିମ୍ବା ପିତ୍ତଳ ଢାଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହି ପାଣିରେ କୁଙ୍କୁମ ଏବଂ ନାଲି ରଙ୍ଗର ଫୁଲ ପକାନ୍ତୁ। ଅର୍ଘ୍ୟ ଅର୍ପଣ କରିବା ସମୟରେ ‘‘ ଓଁ ସୂର୍ଯ୍ୟୋୟ ନମଃ ’’ ମନ୍ତ୍ର ଜପ କରନ୍ତୁ।
-ଏହାବ୍ୟତୀତ ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ ଏହି ଦିନ କରାଯାଇଥିବା ଦାନରେ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଗରିବ ଲୋକମାନଙ୍କୁ କମ୍ବଳ, ଘିଅ, ଚାଉଳ, ରନ୍ଧା ଖାଦ୍ୟ ଆଦି ଦାନ କରନ୍ତୁ। ଏହିସବୁ ଜିନିଷ ଦାନ ଦେବା ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହ ମନ ଶାନ୍ତି ରହିଥାଏ।