ରବିବାର ସୂର୍ଯ୍ୟଙ୍କ ଗୋଚର: ମିଥୁନ, ତୁଳା ଓ ବିଛା ରାଶିର ବ୍ୟକ୍ତି ରୁହନ୍ତୁ ଅଧିକ ସତର୍କ; ପଢ଼ନ୍ତୁ ଅନ୍ୟମାନଙ୍କ ଉପରେ ପଡ଼ିବ କି ପ୍ରଭାବ

ମେ ୧୫ ରବିବାର ଦିନ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ଏହି ଗୋଚର ସକାଳ ୫.୪୪ ମିନିଟ୍‌ରେ ହେବ। ଏହି ରାଶି ପରିବର୍ତ୍ତନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣର ଠିକ୍‌ ପୂର୍ବ ଦିନ ହେବାକୁ ଯାଉଛି। ଏଣୁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ବେଶ୍‌ ଗୁରୁତ୍ୱ ବହନ କରୁଛି। ଚନ୍ଦ୍ର ଗ୍ରହଣର ଠିକ୍‌ ଦିନକ ପୂର୍ବରୁ ସୂର୍ଯ୍ୟଙ୍କର ଏହି ଗୋଚର ଯୋଗୁ ୩ ଟି ରାଶିର ଲୋକଙ୍କୁ ଅଧିକ ସତର୍କ ରହିବାକୁ ଜ୍ୟୋତିର୍ବିଦ୍‌ମାନେ ପରାମର୍ଶ ଦେଉଛନ୍ତି। ଏହି ୩ ଟି ରାଶି ହେଉଛି ମିଥୁନ, ତୁଳା ଓ ବିଛା। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ଏହି ଗୋଚର ଯୋଗୁ ସବୁ ରାଶି ଉପରେ କିଭଳି ପ୍ରଭାବ ପଡ଼ୁଛି…

ମେଷ:

ସୂର୍ଯ୍ୟଙ୍କ ଏହି ଗୋଚର ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ରହିବ। ଆୟର ସ୍ରୋତ ବଢ଼ି। ପଇସା ସହ ଜଡ଼ିତ ସମସ୍ୟା କମ୍‌ ହେବ।

ବୃଷ:

ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ଶୁଭ ସାବ୍ୟସ୍ତ ହେବ। ସରକାରୀ ଚାକିରି ମିଳିବ। ଅଧିକ ସଫଳତା ଲାଭ କରିବେ।

ମିଥୁନ:

ମିଥୁନ ରାଶିର ବ୍ୟକ୍ତି ଅଧିକ ସତର୍କ ରହିବା ଜରୁରୀ। ପାରିବାରିକ ସମ୍ପର୍କ ଖରାପ ହୋଇପାରେ। ଚାକିରି-ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। ଜଗି ରଖି ଚଳନ୍ତୁ।

କର୍କଟ:

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ବେଶ୍‌ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଆର୍ଥିକ ଅଭିବୃଦ୍ଧି ହେବ। ନୂଆ କାରବାର ଆରମ୍ଭ କରିବେ। ଆମଦାନୀ ବଢ଼ିବା ସମ୍ଭାବନା ରହିଛି। ଧନ ଲାଭ ହେବ।

ସିଂହ:

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହେବ। ପଦୋନ୍ନତି ମିଳିବ। ଶୁଭ ସମ୍ବାଦ ପାଇବେ। ଆର୍ଥିକ ଉନ୍ନତି ହେବ। ଆଶା ବାସ୍ତବତାର ରୂପ ନେବ।

କନ୍ୟା:

ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କ ପାଇଁ ସନ୍ତୋଷଜନକ ରହିପାରେ। ଆର୍ଥିକ ଲାଭବାନ୍‌ ହେବେ। ବାପାଙ୍କ ସହ ସମ୍ପର୍କ ଖରାପ ହୋଇପାରେ। ବ୍ୟବହାର ଓ ବାଣୀରେ ସଂଯମତା ରକ୍ଷା କରନ୍ତୁ। ବିବାଦରେ ପଡ଼ି କ୍ଷତିଗ୍ରସ୍ତ ହୋଇପାରନ୍ତି। ଏହି ସମୟରେ ଘରୋଇ ମାମଲା ଆପଣଙ୍କ ସପକ୍ଷରେ ରହି ନପାରେ।

ତୁଳା:

ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଆର୍ଥିକ କ୍ଷତିରେ ପଡ଼ିପାରନ୍ତି। ନୂଆ କାମ ଆରମ୍ଭ କରନ୍ତୁ ନାହିଁ।

ବିଛା:

ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ସମସ୍ୟା ଆଣି ଆସିପାରେ। ଏହି ସମୟରେ କାହାକୁ ଜବାବ ଦିଅନ୍ତୁ ନାହିଁ। ଅଫିସରେ ସମସ୍ୟା ହୋଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ଖରାପ ହୋଇପାରେ।

ଧନୁ:

ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ପିଲାଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଅତ୍ୟନ୍ତ ଶୁଭ। ଭାଗ୍ୟୋଦୟ ହେବ। ଚିନ୍ତା ମୁକ୍ତ ହେବେ।

ମକର:

ନୂଆ କାମ ଆରମ୍ଭ କରିବାକୁ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ପ୍ରେମ ମାମଲାରେ ସମୟ ଆଦୌ ଭଲ ରହିବ ନାହିଁ। ଗର୍ଭବତୀ ସତର୍କ ରୁହନ୍ତୁ।

କୁମ୍ଭ:

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର କ୍ୟାରିୟର ପାଇଁ ଭଲ ରହିବ। ଚାକିରି ମିଳିବ। ନୂଆ ବେପାର ଆରମ୍ଭ କରିବେ। ଘର ଲୋକଙ୍କ ସହଯୋଗ ମିଳିବ।

ମୀନ:

ମୀନ ରାଶିର ବ୍ୟକ୍ତି ନୂଆ ଜିନିଷ କରିବେ। ଦୂର ଯାତ୍ରାର ଯୋଗ ରହିଛି। ପଦୋନ୍ନତି ମିଳିବ। ଆୟର ସ୍ରୋତ ବଢ଼ିବ। ପରିବାରର ସହଯୋଗ ମିଳିବ।

Also Read: ଧଳା ଜୋତା ମଇଳା ହୋଇଯାଇଥିଲେ ଆଉ ଚିନ୍ତା ନାହିଁ, ଏହି ଉପାୟରେ ଫେରାଇ ଆଣନ୍ତୁ ଚମକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.