ସତରେ କଣ ଲିଜାଙ୍କ ଜୀବନ ନେଇଗଲେ ଶାଶୁ ଘର ଲୋକେ?

ଭୁବନେଶ୍ୱର: କାନ୍ଦ ବୋବାଳି ଶବ୍ଦରେ ଫାଟି ପଡୁଥିଲା ସମ୍ପୂର୍ଣ୍ଣ ପରିବେଶ । ପରିବାରରେ ଏମିତି କେହି ଜଣେ ବି ମହିଳା ନଥିଲେ ଯାହାଙ୍କ ଆଖିରେ ଲୁହ ନଥିଲା । ଏମିତି କିଏ ବି ନଥିଲେ ଯିଏ ଏମାନଙ୍କ କାନ୍ଦ ବନ୍ଦ କରି ପାରିବ । ଅନେକ ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ ସ୍ୱାମୀ । ଛୋଟ ହୋଇଥିଲା ଝିଅ । ବାପା ସ୍ନେହ ପାଇ ନଥିଲା । ବହୁ କଷ୍ଟରେ ଝିଅକୁ ବଡ କରି ହାତକୁ ଦିହାତ କରାଇଥିଲେ ମାଆ । ଝିଅ ବାହା ହେଲା । ହେଲେ ସ୍ୱାମୀ ସ୍ନେହ ବି ପାଇଲାନି । ଶେଷରେ ଏମତି ସୈତାନ ସ୍ୱାମୀ ପାଇଲା, ଯିଏ ଜୀବନ ନେବାକୁ ପଛେଇଲାନି ଅନ୍ୟ ଝିଅ ପ୍ରେମରେ ପଡ଼ି ।

ହଁ ଏଇତ ଦିନଟେ ତଳେ ବେଶ ଧୁମଧାମରେ ୨ବର୍ଷର ଝିଅର ଜନ୍ମ ଦିନ ପାଳନ କରିଥିଲେ । ପରେ ଗତକାଲି ସ୍ୱାମୀର ଏଭଳି କଂସେଇ ଅବତାର ହବ ବୋଲି ସେ ଅବା ଜାଣିଥାଆନ୍ତେ କେମିତି?ଏବେ ଝିଅ ଆରପାରିରେ, ଆଉ ଏପଟେ ମାଆ ମାଉସୀଙ୍କ ଆଖିରୁ ଶୁଖୁନି ଲୁହ । ମୋ ଧନ ଆଉ ଫେରିବନି କି? କାହା ମୁହଁ ଚାହିଁ ବଞ୍ଚିବି । ଏହି ବିକଳ କୋହ ଭରା କାନ୍ଦ ମାଆ ମାଉସୀଙ୍କର ଶୁଣିବାକୁ ଆଉ ଝିଅ ନାହିଁ । ପରକୀୟା ପ୍ରୀତି ଯୋଗୁଁ କୁଆଡେ ଚାଲିଗଲା ଏକ ନିରୀହ ଜୀବନ ।

ଯାହା ଅଭିଯୋଗ ହୋଇଛି କି, ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ପାଟି ଫିଟେଇବାରୁ ଶ୍ୱଶୁରଘର ଲୋକେ ନେଇଗଲେ ବୋହୂର ଜୀବନ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଝିଅ ପରିବାର ଲୋକେ । କହୁଛନ୍ତି ଖାଇବାରେ କିଛି ମିଶେଇ ଦେଇ ଝିଅକୁ ଦେବାପରେ ତାର ପ୍ରାଣବାୟୁ ଉଡିଗଲା । ଏପଟେ ପୂର୍ବରୁ ଜ୍ୱାଇଁର ପରକୀୟା ପ୍ରୀତି ନେଇ ଝିଅ ବାପଘର ଲୋକଙ୍କୁ ବାରମ୍ବାର ଜଣାଇଥିଲେ । ଏହି ଖବର ନେଇ ମଧ୍ୟ ଉଭୟ ପରିବାର ମଧ୍ୟରେ ଅନେକ ସମୟରେ ସମାଧାନ ହୋଇଛି । ଏହା ସହିତ ଯୌତୁକ ଟଙ୍କା ନେଇ ଅନେକ ସମୟରେ ଝିଅକୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେବା ସହ ବିବାହ ବିଚ୍ଛେଦ କରିବାକୁ ଝିଅକୁ ବାଧ୍ୟ କରାଯାଉଥିଲା । କିନ୍ତୁ ଝିଅଘର ଲୋକେ ବୁଝାସୁଝା କରିବା ସହିତ ସମାଧାନ କରୁଥିବା ନେଇ ଅଭିଯୋଗ ହୋଇଛି ।

ଏପଟେ ଗତକାଲି ସକାଳ ୮ଟା ସମୟରେ ଝିଅ ନିଜ ମାଆଙ୍କ ସହିତ କଥା ହୋଇଥିଲେ । ଶ୍ୱଶୁର ଘର ଲୋକେ ମାଡ ମାରୁଛନ୍ତି ବୋଲି କହିଥିଲେ । ଏହାପରେ ମାଆ ଯେତେବେଳେ ଝିଅକୁ ଦିନ ୧୦ ଟା ସମୟରେ ଫୋନ୍ କରନ୍ତି ତ ଝିଅର ଆଉ ଫୋନ ଲାଗିଲା ନାହିଁ । ତାର କିଛି ସମୟ ପରେ ଝିଅର ଶ୍ୱଶୁର ଘରର ପଡିଶା ଘର ଲୋକେ ଝିଅର ମାଆଙ୍କୁ ଫୋନ୍ କରି କହିଲେ ଆପଣଙ୍କ ଝିଅକୁ ମେଡ଼ିକାଲକୁ ନେଇଯାଇଛନ୍ତି । ଏକଥା ଶୁଣି ଝିଅର ମାଆ, ବଡବାପା ସହିତ ବନ୍ଧୁବାନ୍ଧବ ଲୋକେ ଆସି ମେଡିକାଲରେ ଦେଖନ୍ତି ତ ତାଙ୍କ ଝିଅ ଆଉ ନାହିଁ । ଝିଅକୁ ଶ୍ୱଶୁର ଘର ଲୋକେ ମାରିଦେଇଛନ୍ତି ବୋଲି ଏବେ ପରିବାର ଲୋକେ କାନ୍ଦ କାନ୍ଦ ଅଭିଯୋଗ କରିଛନ୍ତି ।

ଯାହା ସୂଚନା ମିଳିଛି ମୃତ ମହିଳା ଜଣଙ୍କ ନାମ ଶୁଭସ୍ମିତା ସାହୁ ଓରଫ ଲିଜା । ସ୍ୱାମୀ ଟେଲିକମ୍ କମ୍ପାନୀରେ କାମ କରନ୍ତି । ୨୦୨୧ ରେ ବାହାଘର । ୨୦୨୫ ରେ ମୃତ୍ୟୁ । ଏବେ ଏତେ ବଡ ଦୁଃଖକୁ ଛାତିରେ ଚାପି ପରିବାର ଲୋକେ ମୃତ ଝିଅର ଆଖି ଦାନ କରିଛନ୍ତି । ଏପଟେ ସ୍ୱାମୀ ପ୍ରଦୀପ କୁମାର ସାହୁଙ୍କର ବିବାହ ପୂର୍ବରୁ ଜଣେ ଯୁବତୀଙ୍କ ସହିତ ଦୀର୍ଘ ୫ ବର୍ଷ ହେବ ଅନୈତିକ ସମ୍ପର୍କ ଥିଲା । ତଥାପି ପରିବାର ଲୋକଙ୍କ ସହମତି କ୍ରମେ ସେ ଶୁଭସ୍ମିତାକୁ ବିବାହ କରିଥିଲେ । କିନ୍ତୁ ପୂର୍ବରୁ ଥିବା ସମ୍ପର୍କକୁ ଭୂଲି ପାରିନଥିଲେ ପ୍ରଦୀପ । ଆଉ ଶେଷରେ ଦେଖିବାକୁ ମିଳିଲା ଏହି କରୁଅଣ ପରିଣତି ।ଉଜୁଡି ଗଲା ଏକ ସୁନା ସଂସାର । ତେବେ ଏଭଳି ଅଭିଯୋଗ ପରେ ପ୍ରଦୀପ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ଏ କଥାରେ କେତେ ସତ୍ୟତା ଅଛି ତାହାର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

ତେବେ ଆମେ କହି ରଖୁଛୁ ଦର୍ଶକବନ୍ଧୁ ଜୀବନରେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ଏମିତି କିଛି ଭୁଲ୍ ନିଷ୍ପତି ନିଅନ୍ତୁ ନାହିଁ , କି ଜୀବନ ହାରିବା ଭଳି ପଦକ୍ଷେପ ନିଅନ୍ତୁ ନାହିଁ । କେବେ ଭାବିଛନ୍ତି କୁନି କୁନି ପୁଅ ଝିଅ ଆପଣଙ୍କ ବିନା ବଞ୍ଚିବେ କେମିତି? ଆଉ ଯଦି କୌଣସି ପରିବାର ଲିଜା ଭଳି ଝିଅର ଜୀବନ ନେବା ପାଇଁ ଚେଷ୍ଟା କରୁଛନ୍ତି ତେବେ ମନେ ରଖିବେ ଆପଣଙ୍କ ଅବସ୍ଥା ପରମୁହୂର୍ତ୍ତରେ ହନ୍ତସନ୍ତ ହୋଇ ଜେଲ୍ ର ଚାରିକାନ୍ଥ ଭିତରେ ରହିବାକୁ ହେବ । ଥରେ ଚିନ୍ତା କରିବେ ନିଶ୍ଚୟ ।

ଆହୁରି ପଢନ୍ତୁ: ସେଦିନର ଅପମାନକୁ ନେଇ ପ୍ରତିଶୋଧ ନେଲେ ଯୁବତୀ