ଭାଲୁର ସ୍ବାଗ୍ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ଯ, ଭାଇରଲ ହେଉଛି ଭିଡିଓ

ଭାଲୁ ସବୁବେଳେ ନିଜ ଦୁନିଆରେ ମସ୍ତ ରହିଥାଏ। ନିଜ ଦୁନିଆରେ ଏହି ଜନ୍ତୁ ବିନ୍ଦାସ ରହିଥାଏ। ଖାଇବା, ପିଇବା, ଶୋଇବା ଏତିକି ହିଁ ଏହି ଜୀବର କାମ। ଏବେ ସୋସିଆଲ ମିଡିଆରେ ଭାଲୁର ସ୍ବାଗ ବାଲା ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ।
ଏହି ଭିଡିଓରେ ଭାଲୁକୁ ଦେଖି ଲୋକ ହାତ ହଲାଇ ଟା’ ଟା’ ଭଳି କରୁଥିବା ବେଳେ ଭାଲୁ ମଧ୍ୟ ସେଭଳି ଅବିକଳ ନକଲ କରୁଛି। ଏହା ପରେ ଗାଡିରେ ବସିଥିବା ବ୍ଯକ୍ତି ଜଣକ ଭାଲୁ ପାଖକୁ ଏକ ବ୍ରେଡ ଖଣ୍ଡ ପକାଇବା କ୍ଷଣି ଭାଲୁ ଏହାକୁ କ୍ଯାଚ ଧରି ସ୍ବାଗ୍ ଅନ୍ଦାଜରେ ଖାଉଛି। ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ଯ ହୋଇପଡିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଦ୍ରୁତଗତିରେ ଭାଇରଲ ହେଉଛି।
Coolest grizzly on the planet. Absolute swag. #shared pic.twitter.com/65r2nMPutr
— Praveen Angusamy, IFS 🐾 (@PraveenIFShere) December 30, 2020
ଲୋକ ଏହି ଭିଡିଓକୁ ଦେଖି କମେଣ୍ଟ କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳୁଛି। କିନ୍ତୁ ଭାଲୁର ଏହି ଭିଡିଓ ବେଶ୍ କ୍ଯୁଟ୍ ଦେଖାଯାଇଛି। ଭାଲୁର ସ୍ବାଗ୍ ଦେଖି ଲୋକ ପୁରା ଫିଦା ହୋଇଯାଇଛନ୍ତି। ଏହି ଭିଡିଓକୁ ଲୋକ ଖୁବ ପସନ୍ଦ କରୁଛନ୍ତି। ଭିଡିଓକୁ ଆଇଏଫଏସ୍ ପ୍ରବୀଣ ଅଙ୍ଗୁସାନୀ ସେୟାର କରିଛନ୍ତି। ଯାହାକୁ ହଜାର ହଜାର ଲୋକ ଦେଖିବା ସହିତ ସେୟାର ମଧ୍ୟ କରିଛନ୍ତି।